Posted inରାଜ୍ୟ

ପାରାଦୀପରେ ପ୍ରତିଷ୍ଠା ହେବ ଲବଣ ଅପସାରଣ କାରଖାନା: ବନ୍ଦର ଓ ଏନଆଇଓଟି ମଧ୍ୟରେ ଚୁକ୍ତି ସ୍ବାକ୍ଷର

ପାରାଦୀପ,୧୬ା୭ (ସ୍ବ.ପ୍ର.): ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସହ ପାନୀୟଜଳର ଅଭାବ ଚିନ୍ତାର ବିଷୟ ହେଲାଣି। ଏଥିପାଇଁ ପାଣିକୁ ନେଇ ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ଶିଳ୍ପ ସମୃଦ୍ଧ ପାରାଦୀପରେ ମଧ୍ୟ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହାର ସମାଧାନ ନିମନ୍ତେ ପାରାଦୀପ ବନ୍ଦର
ଏକ ଲବଣ ଅପସାରଣ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି। ଏଥିରେ ସମୁଦ୍ରର ଲୁଣିପାଣିକୁ ଶୋଧନ କରି ମଧୁର ଜଳ ବାହାର କରାଯିବ। ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଏନେଇ ସୋମବାର ସନ୍ଧ୍ୟାରେ ପାରାଦୀପ ବନ୍ଦର ଓ ଏନଆଇଓଟି (ନ୍ୟାଶନାଲ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ ଟେକ୍ନୋଲୋଜି) ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। ଏନ୍‌ଆଇଓଟି ହେଉଛି କେନ୍ଦ୍ର ସରକାରଙ୍କ ଭୂତଳ ବିଜ୍ଞାନ ଅଧୀନ ସ୍ବିକୃତିପ୍ରାପ୍ତ ସଂସ୍ଥା। ପାରାଦୀପ ବନ୍ଦର ମୁଖ୍ୟଯନ୍ତ୍ରୀ କେ. ରାମଚନ୍ଦ୍ର ରାଓ, ଏନଆଇଓଟିର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍‌.ଭି. ରାମଣାମୂର୍ତ୍ତି ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏ ସମ୍ପର୍କରେ ଦୁଇ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପ୍ରକଳ୍ପ ପାଇଁ ୧୧୬ କୋଟି ଟଙ୍କା ପାରାଦୀପ ବନ୍ଦର ଖର୍ଚ୍ଚ କରିବ। ଏଥିପାଇଁ ଆବଶ୍ୟକ ୩ରୁ ୪ ଏକର ଜାଗା ମଧ୍ୟ ଯୋଗାଇଦେବ। ଉକ୍ତ ପ୍ରକଳ୍ପରୁ ଦୈନିକ ୧୦ ଏମ୍‌ଏଲ୍‌ଡି ମଧୁର ଜଳ ସଂଗ୍ରହ ହେବ। ଏହାକୁ ଖରାଦିନେ ସାଧାରଣ ଲୋକଙ୍କ ସହ ଜାହାଜକୁ ମଧ୍ୟ ଯେଗାଇ ଦିଆଯିବ। ଏନେଇ ଚଳିତବର୍ଷ ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ପ୍ରକଳ୍ପ ପାଇଁ ୨ରୁ ୩ ବର୍ଷ ଲାଗିବ। ଏହି ଚୁକ୍ତିପତ୍ର ସ୍ବାକ୍ଷରବେଳେ ସର୍ବୋଚ୍ଚ ଯନ୍ତ୍ରୀ ପି.କେ.ବିନ୍ଧାଣୀ, ପରାମର୍ଶଦାତା ଜିତ୍‌ଶତ୍ରୁ ମହାନ୍ତି, ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ବିନାୟକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri