ପାରାଦୀପ ଶିଳ୍ପାଞ୍ଚଳ: ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ

ପାରାଦୀପ,୧୬।୩ (ସ୍ବ.ପ୍ର.): ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳରେ ଏବେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୦୧ ଜନଗଣନା ତଥ୍ୟାନୁସାରେ ଏଠାକାର ଜନସଂଖ୍ୟା ୭୩,୬୨୫ ଥିବା ବେଳେ ୨୦୧୧ ବେଳକୁ ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ୨୦୨୧ ଜନଗଣନା ବେଳକୁ ସେହି ସଂଖ୍ୟା ଅଧିକ ହ୍ରାସ ପାଇବ ବୋଲି ପୂର୍ବାପର ଘଟଣାରୁ ଅନୁମାନ କରାଯାଉଛି। ଅନ୍ୟପଟେ ସେହି ଶିଳ୍ପାଞ୍ଚଳରେ ଗତ ୧୦ ବର୍ଷରେ ଥାନା ସଂଖ୍ୟା ୧ରୁ ୫ରେ ପହଞ୍ଚତ୍ଛି। ଏହାସତ୍ତ୍ୱେ ଅପରାଧ ନିୟନ୍ତ୍ରଣ ନିରୁତ୍ସାହଜନକ ରହିଛି।
୨୦୦୯ ସୁଦ୍ଧା ପାରାଦୀପରେ ଗୋଟିଏ ଥାନା ଥିଲା। ପାରାଦୀପ ଥାନାର ସୀମା କୁଜଙ୍ଗ ପାଖ ୧୫ ନଂ. ଛକ ପର୍ଯ୍ୟନ୍ତ ଥିଲା। ସେତେବେଳେ ବର୍ଷକୁ ଉକ୍ତ ଥାନାର କେସ୍‌ ସଂଖ୍ୟା ପ୍ରାୟ ୩୫୦ରୁ ୪୦୦ ମଧ୍ୟରେ ରହୁଥିଲା। ୨୦୦୯ ମାର୍ଚ୍ଚରେ ଲକ୍‌ ଥାନା ଓ ମେରାଇନ୍‌ ଥାନା କାର୍ଯ୍ୟକ୍ଷମ ହେଲା। ଏହାପରେ ୨୦୧୨ରୁ ଅଭୟଚାନ୍ଦପୁର ଥାନା, ୨୦୧୭ରୁ ଜଟାଧାର ମୁହାଣ ସାମୁଦ୍ରିକ ଥାନା କାର୍ଯ୍ୟ କରୁଛି। ୫ ଥାନାରେ ୫ ଆଇଆଇସିଙ୍କ ସମେତ ୨୦ରୁ ଊଦ୍ଧର୍‌ବ ଅଫିସର, ଶତାଧିକ କନଷ୍ଟେବଳ, ହାବିଲଦାର, ଗୃହରକ୍ଷୀ ଆଦି ଅଛନ୍ତି। ଗୋଟିଏ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି। ହେଲେ ପୂର୍ବାପେକ୍ଷା ଏଠାରେ ଚୋରି, ଟ୍ରାଫିକ୍‌ ସମସ୍ୟା, ସଂଘୀୟ ପ୍ରୋଟେକଶନ୍‌ ବ୍ୟବସ୍ଥା, କଳାବଜାରୀ ଆଦି ବଢୁଥିବା ଅଭିଯୋଗ ସଂଖ୍ୟାରୁ ସ୍ପଷ୍ଟ ହେଉଛି। ସେହିପରି ପୋଲିସ ଏକାଧିକ ଚୋରି ଘଟଣାର ରହସ୍ୟ ଖୋଲିପାରି ନାହିଁ।
ପ୍ରକାଶ ଯେ, ପାରାଦୀପ ଶିଳ୍ପସଂସ୍ଥାରେ ପ୍ରତ୍ୟହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ହେଉଛି। ଠିକାସଂସ୍ଥା ପକ୍ଷରୁ କାମ ଆରମ୍ଭ ବେଳେ ସଂଘ, ୟୁନିୟନ, ପରିଷଦ, ସମିତି, ମଞ୍ଚ, ଟ୍ରଷ୍ଟ ନଁାରେ ସଂଗଠନ କରାଯାଇ ସେଥିରେ ବିରୋଧ କରାଯାଉଛି। ପ୍ରଦୂଷଣ, ପାନୀୟ ଜଳ, ଇପିଏଫ୍‌, ଇଏସ୍‌ଆଇ, ସିଏସ୍‌ଆର, ପାରିପାର୍ଶ୍ୱିକ ଉନ୍ନୟନ, ନିଯୁକ୍ତି ନଁାରେ ଠିକା କମ୍ପାନୀଗୁଡିକୁ ଶୋଷଣ କରାଯାଉଛି ବୋଲି ପ୍ରାୟତଃ ଅଭିଯୋଗ ହେଉଛି। ଚୋରା ତେଲ, ସ୍କ୍ରାବ୍‌, କଳା ତେଲ, ଅବକାରୀ, ବନ୍ଦର ଓ ଶିଳ୍ପରେ କାରବାର ହେଉଥିବା ପଣ୍ୟ ହେରଫେର, କେବୁଲ ଚୋରି ଆଦି ଅନେକ ଆପରାଧିକ କାରବାର ମଧ୍ୟ ଚାଲୁଛି। ଶିଳ୍ପ ସଂସ୍ଥାରେ ଅଧିକାଂଶ ସମୟ ଧାରଣା, ଆନ୍ଦୋଳନ ଲାଗିରହିଛି। ତା’ସହିତ ସହରାଞ୍ଚଳରେ ଅଧରାତି ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପୋଲିସ ଏହାକୁ ବନ୍ଦ କରିବାରେ ବିଫଳ ହୋଇଛି। ବେଳାଭୂମି, ମହାନଦୀ ମୁହାଣ ଅଞ୍ଚଳ ଭଳି ପର୍ଯ୍ୟଟନ ସ୍ଥଳୀରେ ଅନେକ ସମୟରେ ଅପରାଧିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ ହେଉଛି। ଏଥିସହ ସୋସିଆଲ ମିଡିଆରେ ଠକେଇ ଓ ଫଟୋ, ଭିଡ଼ିଓ ଭାଇରାଲ ଭଳି ଘଟଣା ଘଟୁଥିବା ନଜରକୁ ଆସୁଛି। ଅବଶ୍ୟ ପାରାଦୀପ ମଡେଲ ଥାନା ‘ମୋ ସରକାର’ ଅଧୀନକୁ ଆସିବା ପରଠାରୁ ପୋଲିସ ବ୍ୟବହାରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ସହରାଞ୍ଚଳବାସୀ କହିଛନ୍ତି। ଏ ପ୍ରସଙ୍ଗରେ ପାରାଦୀପ ଏଏସ୍‌ପି ବିଷ୍ଣୁଚରଣ ମିଶ୍ରଙ୍କୁ ପଚାରିବାରେ, ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚାଲିଛି। ମାତ୍ର ପାରାଦୀପରେ ଟ୍ରାଫିକ୍‌ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏଥିଯୋଗୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢୁଛି। ପାରାଦୀପକୁ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ୍‌ ଚଳାଚଳ କରୁଥିବା ବେଳେ ଟର୍ମିନାଲର ସୁବିଧା ନାହିଁ, ଯାହାଫଳରେ ରାଜପଥ ଉପରେ ସେଗୁଡ଼ିକ ଧାଡ଼ି ଧାଡ଼ି ହୋଇରହୁଛି। ଏଥିଯୋଗୁ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ୟୁସଂଖ୍ୟା ବଢ଼ୁଛି ବୋଲି ଏଏସ୍‌ପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri