Posted inଖେଳ

ପାରା ଅଲିମ୍ପିକ୍ସ ପାଇଁ ଜୟନ୍ତୀଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି) – କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡାଜଗତ ଆତଙ୍କିତ ଅବସ୍ଥାରେ ଥିବାବେଳେ ଗୁରୁବାର ଓଡ଼ିଶା କ୍ରୀଡ଼ାକୁ ମିଳିଛି ଏକ ଖୁସି ଖବର। ରାଜ୍ୟର ପାରା ଆଥଲେଟ୍‌ ଜୟନ୍ତୀ ବେହେରା ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏ ସମ୍ପର୍କରେ ପାରାଅଲିମ୍ପିକ୍ସ କମିଟି ପକ୍ଷରୁ ଇ-ମେଲ ଯୋଗେ ଜୟନ୍ତୀଙ୍କୁ ଜଣାଇ ଦିଆଯାଇଛି। କରୋନା ଭାଇରସ ଆତଙ୍କ ଯୋଗୁ ଏବେ ବିଶ୍ୱବ୍ୟାପୀ ଟୁର୍ନାମେଣ୍ଟଗୁଡ଼ିକ ବନ୍ଦ ରହିଛି। ତେଣୁ ର଼୍ୟାଙ୍କିଙ୍ଗ୍‌ ଭିତ୍ତିରେ ଜୟନ୍ତୀଙ୍କୁ ପାରା ଅଲିମ୍ପିକ୍ସ ଯୋଗ୍ୟତା ମିଳିଥିବା ଜଣାଯାଇଛି। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଟୋକିଓରେ ହେବାକୁଥିବା ପାରାଅଲିମ୍ପିକ୍ସର ମହିଳା ୪୦୦ ମିଟର ଇଭେଣ୍ଟରେ ଭାଗନେବେ ପୁରୀ ସତ୍ୟବାଦୀ ଅଞ୍ଚଳର ଜୟନ୍ତୀ। ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ ମହିଳା ଆଥଲେଟ୍‌ଭାବେ ଜୟନ୍ତୀ ପାରାଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପାଇଛନ୍ତି। ପୂର୍ବରୁ ୨୦୦୮ରେ ଓଡ଼ିଶାର ମାର୍କଣ୍ଡ ରେଡ୍ଡୀ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଟି୪୬ ପୁରୁଷ ୧୦୦ ମିଟର ରେସ୍‌ରେ ୧୧.୯୨ ସେକେଣ୍ଡ ସମୟ ନେବାରୁ ସେ ୫ମ ସ୍ଥାନରେ ରହିଥିଲେ। ଫଳରେ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ। ଏଥର ପାରା ବ୍ୟାଡ୍‌ମିଣ୍ଟନରେ ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଯୋଗ୍ୟତା ଅର୍ଜନ କରିବା ଶତ ପ୍ରତିଶତ ସମ୍ଭାବନା ରହିଛି। ପ୍ରମୋଦ ୨୦୧୯ରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରିବା ସହ ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର ଓ୍ବାନ ସ୍ଥାନରେ ରହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ୨୦୧୭ରେ ବେଜିଂରେ ଅନୁଷ୍ଠିତ ୫ମ ଚାଇନା ଓପନ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଜୟନ୍ତୀ ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୨୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ। ସେହିବର୍ଷ ସୁଇଜରଲାଣ୍ଡରେ ଆୟୋଜିତ ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସର ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୨୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ। ୨୦୧୭ରେ ଦୁବାଇରେ ଅନୁଷ୍ଠିତ ୟୁଥ୍‌ ଏସିଆନ ପାରା ଗେମ୍ସର ୨୦୦ ଓ ୪୦୦ ମିଟରରେ ସ୍ବର୍ଣ୍ଣ ଏବଂ ୧୦୦ ମିଟରରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସର ୨୦୦ ମିଟରରେ ସେ ବ୍ରୋଞ୍ଜ ଏବଂ ୪୦୦ ମିଟରରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ପ୍ରକାଶଯୋଗ୍ୟ ଯେ, କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ଟୋକିଓ ଅଲିମ୍ପିକ୍ସ ଘୁଞ୍ଚତ୍ବା ସମ୍ଭାବନା ଅଛି। ସେହି ଅନୁସାରେ ପାରାଅଲିମ୍ପିକ୍ସ ମଧ୍ୟ ଘୁଞ୍ଚତ୍ବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri