ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା

ପୁରୀ ଅଫିସ, ୩୦।୭: ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହେବ। ଅଗଷ୍ଟ ୧ ତାରିଖରୁ ଏହି କଟକଣା କଡ଼ାକଡ଼ିି ଭାବେ ଲାଗୁ କରାଯିବ। ପାନ ଖାଇ ଯଦି କେହି ମନ୍ଦିରକୁ ପ୍ରବେଶ କରି ଧରାପଡ଼ିିବେ ତେବେ ସେମାନଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାୟ ୩ଘଣ୍ଟା ଧରି ଚାଲିଥିଲା। ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା ଖାଇ ମନ୍ଦିର ଭିତରକୁ ପ୍ରବେଶ କରିବେ ନାହିଁ। ଅଗଷ୍ଟ ୧ତାରିଖରୁ ଏହି କଟକଣାକୁ କଡ଼ାକଡ଼ିି କରାଯିବ। ପ୍ରବେଶ ପଥରେ ମଧ୍ୟ ଯାଞ୍ଚ ହେବ। ଯଦି ପାନ, ଗୁଟ୍‌ଖା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରିଥିବାବେଳେ ଧରାପଡିବେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏଥିପାଇଁ ଫଳକ ଲଗାଯାଇ ସମସ୍ତଙ୍କୁ ସଚେତନ କରାଯିବ।
ସେହିପରି ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ଠିକ୍‌ଠାକ ହୋଇଛି, ଯାହା କିଛି ସାମାନ୍ୟ ତ୍ରୁଟି ରହିଛି ସେ ସବୁର ଅନୁଧ୍ୟାନ କରାଯାଇଥିଲା। ଏହାକୁ ସୁଧାରିବା ପାଇଁ ପରିଚାଳନା କମିଟିରେ ଯେଉଁ ୫ଜଣ ସେବକ ସଦସ୍ୟ ଅଛନ୍ତି ସେମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ମାଧବ ପୂଜାପଣ୍ଡା ଏହାର ଆବାହକ ରହିଛନ୍ତି। ଆସନ୍ତା ପରିଚାଳନା କମିଟି ବୈଠକରେ ସେ ତାଙ୍କର ପ୍ରସ୍ତାବ ରଖିବେ। ଭବିଷ୍ୟତରେ ଯେତେ ରଥଯାତ୍ରା ହେବ ଏବଂ ସେଥିପାଇଁ ଯେଉଁ ବ୍ୟବସ୍ଥାବଳୀ ହେବ ସେଥିରେ ତାଙ୍କ ପ୍ରସ୍ତାବ ଅନ୍ତର୍ଭୁକ୍ତ କରାଯିବ। ଚଳିତବର୍ଷ ସ୍ନାନଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସିସିଟିଭି ଫୁଟେଜ ଯାଞ୍ଚବେଳେ ଛୋଟ ଛୋଟ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି। ପ୍ରାୟ ୨୫ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ କୈଫିୟତ ମଗାଯିବ। ଗତଥର ବ୍ୟବସ୍ଥାବଳୀକୁ ୪୮ଜଣ ଉଲ୍ଲଂଘନ କରିଥିଲେ। ନୀତି ଯେପରି ଶୃଙ୍ଖଳିତ ହେବ, ସବୁ ସେବକ ସହଯୋଗ କରିବେ ସେ ବିଷୟରେ ଆଲୋଚନା ହୋଇଛି। ଚଳିତବର୍ଷ ରଥଯାତ୍ରା ସମୟରେ ପ୍ରଥମ ଥର ଶ୍ରୀମନ୍ଦିରକୁ ଆକର୍ଷଣୀୟ ଭାବେ ଫୁଲରେ ସଜାଇଥିବା ଦିଲ୍ଲୀର ଭକ୍ତ କେ.କେ. ଶର୍ମାଙ୍କୁ କମିଟି ସାଧୁବାଦ ଜଣାଇଛି। ସେ ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିରକୁ ସଜାଇବେ। ତେଣୁ ତାଙ୍କୁ ଡକାଯାଇ ସମ୍ମାନିତ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଏହି ବୈଠକରେ ଜିଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ପୂଜାପଣ୍ଡା, ରାମଚନ୍ଦ୍ର ଦାସମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri