‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ ‘ପାଣିପିଆ ଘଣ୍ଟା’ ଅଭିଯାନ ଆରମ୍ଭ ହୋଇଛି। ବ୍ରହ୍ମପୁରସ୍ଥିତ ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଛାତ୍ରୀମାନଙ୍କୁ ପାଣି ବୋତଲ ବାଣ୍ଟିବା ସହ ନିୟମିତ ପାଣି ପିଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବ୍ରହ୍ମପୁର ଉପଜିଲାପାଳ ଶିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲାପାଳ କୁଲାଙ୍ଗେ କହିଛନ୍ତି, ନିୟମିତ ପାଣି ପିଇବା ଦ୍ୱାରା ଅନେକ ରୋଗ ଆଶଙ୍କାକୁ ଦୂର କରାଯାଇପାରିବ। ଅନେକ ସମୟରେ ଛାତ୍ରୀଛାତ୍ର ପାଣି ପିଇବାକୁ ଭୁଲିଯାଉଛନ୍ତି। ଫଳରେ ସେମାନେ ଅନେକ ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ଅଭିଯାନରେ ସମସ୍ତ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ସହ ଅଙ୍ଗନୱାଡ଼ିଗୁଡ଼ିକୁ ସାମିଲ କରାଯାଇଛି। ବେଲ୍‌ ବାଜିଲେ ପିଲା ଏବଂ ଶିକ୍ଷକମାନେ ପାଣି ପିଇବେ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌, ଅପରାହ୍ନ ୧. ୩୦ ଏବଂ ୩ଟା ୧୫ ମିନିଟ୍‌ରେ, ସେହିଭଳି ଶନିବାର ସକାଳ ୮, ପୂର୍ବାହ୍ନ ୯.୩୦ ଏବଂ ୧୦ଟା ୫୦ ମିନିଟ୍‌ରେ ଘଣ୍ଟା ବାଜିବ। ଏହି ସମୟରେ ସମସ୍ତେ ଏକକାଳୀନ ପାଣି ପିଇବେ। ୫ ମିନିଟ୍‌ ପାଇଁ ଏହି ବିରତି ଦିଆଯିବ ବୋଲି ଜିଲାପାଳ କୁଲାଙ୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri