ପାଣି ପିଇବା ବାହାନରେ ସୁନାଚେନ୍‌ ଲୁଟ୍‌ ଉଦ୍ୟମ: ଲୋକେ ନିର୍ଧୁମ ପିଟିବା ପରେ ପୋଲିସ ଜିମା ଦେଲେ

ବାହାନଗା, ୧୬ା୮(ଡି.ଏନ.ଏ.)-ବାହାନଗା ଦରଡିଆସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଘରକୁ ଜଣେ ଯୁବକ ପାଣି ପିଇବା ବାହାନାରେ ଯାଇ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଶେଷରେ ଲୋକଙ୍କ ହାତରେ ଧରାପଡି ନିର୍ଧୁମ ମାଡ ଖାଇଛନ୍ତି। ପରେ ତାଙ୍କୁ ପୋଲିସ ଜିମା ଦିଆଯାଇଛି।
ଦରଡିଆଠାରେ ବିଜୟଲକ୍ଷ୍ମୀ ଦାସଙ୍କ ଘରେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ହଳଦୀପଦା ଅଞ୍ଚଳର ତ୍ରିରଙ୍ଗା ଗ୍ରାମର ଜୟଦେବ ପ୍ରଧାନ ଅନ୍ୟ ଦୁଇଜଣ ସାଥିଙ୍କ ସହିତ ମହିଳାଙ୍କ ଘର ଆଗରେ ପହଞ୍ଚିଥିଲେ। ତେବେ ଗାଡି ଚାଳକ ଓ ଅନ୍ୟ ଜଣେ ଯୁବକ ଘର ଆଗଠାରୁ ବିଇଓ ଅଫିସ୍‌ ନିକଟରେ ମୋଟର ସାଇକେଲରେ ଛିଡା ହୋଇ ଥିବା ବେଳେ ଜୟଦେବ ପାଣି ପିଇବା ବାହାନାରେ ବିଜୟଲକ୍ଷ୍ମୀଙ୍କ ଘରକୁ ଯାଇଥିଲେ। ସେଠାରେ ପାଣି ପିଇବା ପାଇଁ ମାଗିବାରୁ ବିଜୟଲକ୍ଷ୍ମୀ ଘର ଭିତରୁ ପାଣି ଆଣି ଯୁବକଙ୍କୁ ଦେଇଥିଲେ ା ତେବେ ଯୁବକ ଆଉ ଏକ ଗ୍ଲାସ ପାଣି ପିଇବା ପାଇଁ ମାଗିବାରୁ ମହିଳା ଜଣକ ବୁଲିପଡି ଘର ଭିତରକୁ ଯିବା ବେଳେ ଜୟଦେବ ପଛପଟୁ ମହିଳା ପିନ୍ଧିଥିବା ସୁନା ଚେନକୁ ଛିଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ା ଏହି ସମୟରେ ମହିଳା ଜଣକ ଚିକତ୍ାର କରିବାରୁ ଘରେ ଥିବା ତାଙ୍କର ଦୁଇ ବୋହୂ ରାସ୍ତାକୁ ଆସି ଚୋର ଚୋର ବୋଲି ଡାକ ପକାଇବାରୁ ଲୋକମାନେ ତାଙ୍କୁ ଧରିବା ପାଇଁ ଗୋଡାଇଥିଲେ ା ଫଳରେ ମୋଟରସାଇକେଲ ଷ୍ଟାଟ୍‌ କରି ଜଗି ରହିଥିବା ଦୁଇ ଯୁବକଙ୍କୁ ଜୟଦେବ ସୁନା ଚେନ ବଢାଇ ଦେବା ସହିତ ଗାଡିରେ ଚଢି ନ ପାରିବାରୁ ବିଲ ଆଡକୁ ଦୌଡିଥିଲେ। ଫଳରେ ଲୋକମାନେ ବିଲରେ ଦୌଡି ଦୌଡି ଚେନ୍‌ ଚୋରି କରିଥିବା ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଛେଚିଥିଲେ। ଖବରପାଇ ଖନ୍ତାପଡା ଥାନା ପୋଲିସ୍‌ ପହଞ୍ଚିବାରୁ ଲୋକମାନେ ଯୁବକଙ୍କୁ ପୋଲିସ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri