ପାଟନାଳୀ ପୁନରୁଦ୍ଧାର ନାଁରେ ୧୦ ଲକ୍ଷ ହଡ଼ପ ଉଦ୍ୟମ

ବରୀ, ୩୧।୫ (ସ୍ବ.ପ୍ର.)-ଉପକୂଳ ଜିଲାଗୁଡ଼ିକର ଖାଲୁଆ ଜମିରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ହେବାରେ ସମସ୍ୟା ଯୋଗୁ ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହେଉଛି। ତେବେ ଚାଷ ଜମିକୁ ଜଳସେଚନ ସୁବିଧା ସହ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ନିମନ୍ତେ ପାଟନାଳୀ ଖନନ ପାଇଁ ବରୀ ବ୍ଲକର ଚାଷୀମାନେ ଦୀର୍ଘଦିନ ଧରି କରିଆସୁଥିବା ଦାବିକୁ ଗୁରୁତ୍ୱ ଦେଇ ୨ଟି ପାଟନାଳୀ ପୁନରୁଦ୍ଧାର ପାଇଁ ଡ୍ରେନେଜ୍‌ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଚାଷୀଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବ ବୋଲି ବ୍ଲକ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ବ୍ଲକ ଅଧୀନ ସାରନ୍ଦା ପାଟନାଳୀ ଓ କ୍ଷେମେଶ୍ୱର ପଲ୍ଲିଶ୍ରୀ ପାଟନାଳୀ ପୁନରୁଦ୍ଧାର ପାଇଁ ୫ଲକ୍ଷ ଲେଖାଏଁ ମଞ୍ଜୁର କରାଯାଇଛି। ୫ ମିଟର ଓସାର ଓ ୩.୫ ଫୁଟ୍‌ ଗଭୀର ଖନନ କରାଯିବାକୁ ଆକଳନ ରହିଛି। ମାତ୍ର ଖନନ ନାମରେ ନାଳର ଉଭୟ ପାର୍ଶ୍ୱରେ ଥିବା ଘାସ ଚାଞ୍ଛିବା ସହ କେତେକ ସ୍ଥାନରେ କଳମ ଗଛ କଟାଯାଇଥିବା ଦେଖିବାକୁ ମିଳିଛି। ୩.୫ ଫୁଟ୍‌ ଗଭୀର ଖୋଳାଯିବା ସ୍ଥାନରେ କେବଳ ଘାସ ମୂଳ ଉଠିବା ପର୍ଯ୍ୟନ୍ତ ମାଟି ଖୋଳାଯାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଟନାଳୀ ପୁନରୁଦ୍ଧାର କରାଯାଉଥିବା ବେଳେ ଏହା ଚାଷୀଙ୍କ କାର୍ଯ୍ୟରେ ଲାଗିବା ଉପଯୋଗୀ କରାଯାଉ ନ ଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରେ, ଚାଷୀଙ୍କ ଆପତ୍ତି ଅନୁସାରେ ନାଳ ଖନନ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଠିକାଦାର କାମ ଆରମ୍ଭ କରିଛନ୍ତି। ଆକଳନ ଅନୁସାରେ କାର୍ଯ୍ୟ କରା ନଗଲେ ବିଲ୍‌ ମଧ୍ୟ ସେହି ଅନୁସାରେ କରାଯିବ। ଚାଷୀମାନଙ୍କୁ କାମ ସମ୍ପୂର୍ଣ୍ଣ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?