ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅରୁଣ ବୋଥ୍ରାଙ୍କୁ ଲିଗାଲ ନୋଟିସ

ବଲାଙ୍ଗୀର ଅଫିସ,୧୫-୧:ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତତ୍କାଳୀନ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ସ୍ତ୍ରୀ ସୌଦାମିନୀ ମେହେର ଓକିଲ ଜରିଆରେ ଲିଗାଲ ନୋଟିସ୍‌ ପଠାଇଛନ୍ତି। ସୌଦାମିନୀଙ୍କ ଟୁଇଟର ଆକାଉଣ୍ଟରେ ଏଭଳି ତଥ୍ୟ ଶେୟାର କରାଯିବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି। ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ‘ପାଟଣାଗଡ଼’ ଶୀର୍ଷକ ଚଳଚ୍ଚିତ୍ର ନିର୍ମାଣକୁ ସୌଦାମିନୀ ମୂଳରୁ ବିରୋଧ କରିଆସୁଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣର ପ୍ରମୋଟର ଭାବେ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ଚିତ୍ରଣ କରି ସୌଦାମିନୀଙ୍କ ତରଫରୁ ଲିଗାଲ ନୋଟିସ ଦିଆଯାଇଛି। ଉକ୍ତ ନୋଟିସ ସମ୍ପର୍କରେ ଆଇପିଏସ୍‌ ବୋଥ୍ରାଙ୍କ ସହ ଭାରତର ରାଷ୍ଟ୍ରପତିଙ୍କ ସଚିବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଓ ସଚିବ, ଓଡିଶା ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ଗୃହ ମନ୍ତ୍ରଣାଳୟ, ଓଡ଼ିଶା ପୋଲିସ ଡିଜିଙ୍କ ସହ ଅନ୍ୟମାନଙ୍କୁ ଅବଗତ କରାଯାଇଛି।
୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ। ବିବାହ ଉତ୍ସବର ୫ ଦିନ ପରେ ଉପହାର ପ୍ୟାକେଟ୍‌ ଜରିଆରେ ଏହି ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବଲାଙ୍ଗୀର, ପାଟଣାଗଡ, ରାୟପୁର ଅଞ୍ଚଳରେ ତଦନ୍ତ କରି ଭଇଁଷା କଲେଜ ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘଟଣାର ମାଷ୍ଟରମାଇଣ୍ଡ ଓ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲେ।
ଭଇଁଷା କଲେଜରେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଅଧ୍ୟକ୍ଷା ଭାବେ କାମ କରୁଥିଲେ। ସଂଯୁକ୍ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ ପୁଞ୍ଜିଲାଲ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟାଇଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ଶୀର୍ଷକରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଥିତ୍ବା ଜଣାପଡିବା ପରେ ଏହାକୁ ସୌଦାମିନୀ ବିରୋଧ କରିଥିଲେ। ପୁଞ୍ଜିଲାଲଙ୍କୁ ନିର୍ଦ୍ଦୋଷ କହି ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରିଥିଲେ। ଏହାପରେ ‘ପାଟଣାଗଡ଼’ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ମାତା ଓ ନିର୍ଦ୍ଦେଶକ ଓ କଳାକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅରୁଣ ବୋଥ୍ରାଙ୍କ କାରଣରୁ ତାଙ୍କ ସ୍ବାମୀ ପୁଞ୍ଜିଲାଲ ଓ ପରିବାରର ମାନହାନି ହୋଇଥିବା ଦର୍ଶାଇ ତାଙ୍କୁ ଲିଗାଲ ନୋଟିସ ପ୍ରଦାନ କରିଥିତ୍ବା ଜଣାପଡିଛି। ସୌଦାମିନୀଙ୍କ ତରଫରୁ ସୁପ୍ରିମକୋର୍ଟ ଓକିଲ ସୌଫି ଶୁର୍‌ଲୀନ କୌର ଜାଗୀ ଅରୁଣ ବୋଥ୍ରାଙ୍କୁ ଗତ ଜାନୁୟାରୀ ୫ ତାରିଖରେ ନୋଟିସ ପଠାଇଥିବା ଜଣାପଡିଛି। ଏନେଇ ସୌଦାମିନୀଙ୍କ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri