ପାଖଲୋକଙ୍କ ବାହାଦୁରି

ସୁଧୀର କୁମାର ନାୟକ

ବ୍ୟସ୍ତ ବହୁଳ ଜୀବନରେ କିଛି ମୁହୂର୍ତ୍ତରେ ସାଙ୍ଗମାନଙ୍କ ସହ ପାଦମିଳାଇ ଚାଲିବା ଭିତରେ କିଛି ପାରସ୍ପରିକ ଆଲୋଚନା ମଧ୍ୟ ହୋଇଥାଏ। ଏପରି ନିଜ ପରିବାରଠାରୁ ଆରମ୍ଭ କରି ଦେଶ ଦୁନିଆର ରାଜନୀତି ମଧ୍ୟ ଚର୍ଚ୍ଚା ହୁଏ। ସେଦିନ ମିଶ୍ରବାବୁଙ୍କ ପାଟିରୁ କିଛି ଶୁଣିବାକୁ ନ ମିଳିବାରୁ ମୁଁ ପଚାରିଦେଲି କ’ଣ ଭାଇ!
ଘରେ ପାହାନ୍ତିଆ ଝଗଡ଼ା ହୋଇଛି କି ? ମିଶ୍ରବାବୁଙ୍କ ମୁହଁଟା ଟିକେ ଲାଲ୍‌ ପଡ଼ିଗଲା। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ହୋଇ ଟିକେ ହସି ପକାଇ କହିଲେ ଯାହା ଭାବୁଛନ୍ତି, ସେପରି କିଛି କଥା ନୁହଁ। ଚାକିରି ଜୀବନ ଆରମ୍ଭରୁ ଦୀର୍ଘ ୩୦ ବର୍ଷ ହେଲା ବାହାରେ ମୁଁ ରହୁଛି। ଗାଁ ପାଖ ବ୍ଲକକୁ ଯିବାପାଇଁ ଡାଇଏରେକ୍ଟରଙ୍କ ଅଫିସରେ ବହୁବାର ଅଭିଯୋଗ ଶୁଣାଣିି ଦିବସରେ ଲେଖି ଆପତ୍ତି ମଧ୍ୟ କରିଛି। ଏପରି କି ଦୀର୍ଘ ୩ ବର୍ଷ ହେବ ବହୁ ହାକିମକୁ ମଧ୍ୟ ସାକ୍ଷାତ କରିଛି କିନ୍ତୁ କିଛି ବି ସୁଫଳ ମିଳୁନାହିଁ। ହେଲେ ମୋ ସାଙ୍ଗରେ ଅନ୍ୟମାନେ ନିଜ ଇଚ୍ଛା ମୁତାବକ ଜାଗାକୁ ବଦଳି ହୋଇ ଯାଉଛନ୍ତି। ଏହା କେମିତି ହେଉଛି ? ଏପରି ଶୁଣି ମୁଁ ପଚାରିଲି ଆପଣ ଗାଁ ପାଖକୁ ଯିବାପାଇଁ ଏତେ ବ୍ୟଗ୍ର ହେଉଛନ୍ତି କାହିଁକି ? ସହରୀ ଜୀବନଟା କ’ଣ ଆଉ ଭଲ ଲାଗୁନାହିଁ ନାଁ ଗାଁ ପାଖରେ ରହି ଅବସର ନେଲେ ରାଜନୀତି କରିବେ। ନାହିଁ ଆଜ୍ଞା ! ଚାକିରି ପରଠାରୁ ଆମ୍ଭେ ଚାରିଭାଇ ବାହାରେ ରହିବା ପରେ ଯେଉଁ ଚାଷରୁ ଆମ୍ଭେ ପାଠ ପଢ଼ି ମଣିଷ ହୋଇଥିଲୁ ସେହିସବୁ ଜମି ବେଣା, ଖଡ଼ିରେ ପରିପୂର୍ଣ୍ଣ ହୋଇ ଆଉ ହିଡ଼ ଦେଖାଯାଉନାହିଁ। ବାପାଙ୍କ ଅମଳରୁ ଥିବା ଗାଁର ସେହି ପୁରୁଣା ଘରଟି ଦରଭଙ୍ଗା ଅବସ୍ଥାରେ ପଡ଼ି ରହିଛି। ଅନ୍ୟମାନଙ୍କ ଘର ଛବି ଆଗରେ ଆମ ଘରଟି ସତେ ଯେମିତି ଚଡକମରା ଗଛଟିଏ ପରି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି। ଆମ ସମୟରେ ଗାଁରେ ଯେଉଁ ଦୁର୍ଦ୍ଦଶା, ଦୁଃଖ ଥିଲା, ଏବେ ଆଉ ତାହା ନାହିଁ। ଚତୁର୍ମାସରେ ହାତରେ ଚପଲ ଧରି କାଦୁଅ ରାସ୍ତାରେ ଗୋଡ଼ ଚିପିଚିପି ମାଇଲି ମାଇଲି ବାଟ ଗାମୁଛା ପିନ୍ଧି ସ୍କୁଲ ବଜାରକୁ ଯାଉଥିଲୁ। ଏବେ ସେଦିନର ଦୁଃଖ ଆଜି ନାହିଁ। ପକ୍କା ସଡ଼କ ତା’ ସହିତ ଦୋକାନ ବଜାର, ବିଦ୍ୟାଳୟ ସବୁକିଛି ସୁବିଧା ଉପଲବ୍ଧ। ଗାଁ ଛକରୁ କଟକ, ଭୁବନେଶ୍ୱର ଗାଡ଼ି ମଧ୍ୟ ଯାଉଛି। ଆମ ସମୟରେ ଗାଁରେ ଯେଉଁ ଦୁର୍ଦ୍ଦଶା ଥିଲା, ଆଉ ତାହା ନାହିଁ। ଭାବୁଛି ଗାଁରେ ରହି ପୁଅ ଝିଅଙ୍କ ବିଭାଘର ସେହିଠାରେ କରିବି। ସାହିଭାଇଙ୍କଠାରୁ ଯେଉଁ ସାହାଯ୍ୟଟି ମିଳିବ, ହୁଏତ ଆଜିକା ଏହି ମଣ୍ଡପ ବାହାଘରରେ ସେପରି ମିଳିବ ନାହିଁ। ଏଇଥିପାଇଁ ମୁଁ ଗାଁ ପାଖ ବ୍ଲକକୁ ଯିବା ପାଇଁ ଚାହୁଁଛି। ଶେଷ ଜୀବନଟା ଗାଁରେ ହିଁ କଟୁ।
ଏ କଥା ଶୁଣି ମୁଁ ପଚାରିଲି ଆପଣ ଯେତେ ଲେଖି ଆପତ୍ତି କଲେ ମଧ୍ୟ କିଛି ଲାଭ ହେବନାହିଁ, ଆପଣ ବାବୁଙ୍କ ପାଖ ଲୋକଙ୍କୁ ଯଦି ସନ୍ତୁଷ୍ଟ ନ କରିଛନ୍ତି। ସେ ମୋତେ କହିଲେ ପାଖ ଲୋକ ପୁଣି କ’ଣ ? ପୂର୍ବରୁ ହିନ୍ଦୁ ଦେବଦେବୀମାନଙ୍କର ଯେମିତି ବିଭିନ୍ନ ବାହନ ଥିଲେ ଏମାନେ ଆଜିକା ବାବୁମାନଙ୍କର ଗୋଟାଏ ଗୋଟାଏ ବାହନ। ଯେଉଁ ବାବୁଙ୍କର ଯିଏ ପ୍ରିୟ, ବାବୁ ତାଙ୍କୁ ପାଖରେ ରଖି ତା’ ମାଧ୍ୟମରେ ସବୁକାମ କରନ୍ତି। ଗାଁ ସରପଞ୍ଚଠାରୁ ବିଧାୟକ, ସାଂସଦ, ମନ୍ତ୍ରୀ ପର୍ଯ୍ୟନ୍ତ କାହାର ପାଖ ଲୋକ ନାହାନ୍ତି। ବଡ଼ ବଡ଼ ଅଫିସରେ ବାବୁମାନଙ୍କର ମଧ୍ୟ ପାଖଲୋକ ଥାନ୍ତି। ନିକଟରେ ଏକ ଗ୍ରାମସଭାରେ ଯୋଗ ଦେଇଥାଏ। ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବାବଦରେ ସମୀକ୍ଷା ଥିଲା। ବୈଠକରେ ଇନ୍ଦିରାଆବାସ, ମୋ କୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନ ନିର୍ଦ୍ଦେଶ ମଧ୍ୟ ଥିଲା। ନିୟମ ଦୃଷ୍ଟିରୁ ଗ୍ରାମସଭାରେ ଅଧ୍ୟକ୍ଷତା କରିବା ସରପଞ୍ଚଙ୍କର ଦାୟିତ୍ୱ। କିନ୍ତୁ ସଭା ଆରମ୍ଭରେ ମହିଳା ସରପଞ୍ଚ କହିଲେ ଅମକ ଭାଇ ଆଜିକାର ସଭାକୁ ପରିଚାଳନା କରିବେ। ମୋ ପରି ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟ କାରୀ ହେଉଥିବା ତୃଣମୂଳ ସ୍ତରରେ ସରକାରୀ ଯୋଜନାଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଉପସ୍ଥିତ ଥିଲେ। ଜଣେ ବୃଦ୍ଧ ବ୍ୟକ୍ତି ଦରଖାସ୍ତଟିଏ ସରପଞ୍ଚକୁ ଦେଇ କହିଲେ, ବହୁବାର ଆପତ୍ତି କରିଛି ଘରଟିଏ ପାଇଁ , କିନ୍ତୁ ମୋତେ ଘର ମିଳିନାହିଁ। ମୋ କଥା ଟିକେ ବିଚାର କରନ୍ତୁ। ଦରଖାସ୍ତଟିକୁ ସରପଞ୍ଚଙ୍କୁ ଦେଲେ। ସରପଞ୍ଚ କହିଲେ ମୋତେ ଦିଅନାହିଁ। ଏହି ଭାଇଙ୍କି ଦିଅ। ସେ ସବୁକିଛି ବୁଝୁଛନ୍ତି। ଅନ୍ୟଜଣେ ବିଧବା ମହିଳା ଭତ୍ତା ପାଇଁ ଯେତେବେଳେ ଆପତ୍ତି କଲେ ଅନୁରୂପ ଢଙ୍ଗରେ ସରପଞ୍ଚ କହିଲେ ସେ ଭାଇଙ୍କି କୁହ ସେ ବୁଝିବେ। ମୁଁ ଭାବିଲି ଏ ବାବୁ ଜଣକ ଗ୍ରାମପଞ୍ଚାୟତର କାୈଣସି ସରକାରୀ କର୍ମଚାରୀ ହୋଇଥିବେ। କିନ୍ତୁ ତାହା ନୁହଁ, ପାଖରେ ବସିଥିବା ମଉସା କହିଲେ ଏ ଭାଇ ସରପଞ୍ଚଙ୍କର ପାଖ ଲୋକ। ସେ ସବୁକଥା ପଞ୍ଚାୟତର ବୁଝନ୍ତି। ପାଖରେ ବସିଥିବା ଅନ୍ୟଜଣେ ଅବସରପ୍ରାପ୍ତ ଶିକ୍ଷକ କହିଲେ, ଆମକୁ ସିନା ଗ୍ରାମସଭାକୁ ଡକାଯାଇଛି ଆଜ୍ଞା! ହେଲେ କହିବାର ସୁଯୋଗ ମିଳେନାହିଁ। ପାଖରେ ଥିବା ଅନ୍ୟ ଏକ ବିଭାଗର ଅଧିକାରୀ ଜଣେ ହସି କହିଲେ ନିକଟରେ ଆମ ଗାଁକୁ ମୁଁ ଯାଇଥାଏ। ଗାଁର ଜଣେ ବ୍ୟକ୍ତି ଘର ସମ୍ମୁଖରେ ସକାଳୁ ଦେଖିଲି ଅନେକଗୁଡ଼ିଏ ଗାଡ଼ି ଥୁଆ ହୋଇଛି। ପଚାରିଲି ସେ ବାବୁ କ’ଣ ଅଛନ୍ତି କି? ଶୁଣିବାକୁ ପାଇଲି କିଏ ଡିଲରଶିପ୍‌ ନେବ, କିଏ ମଦ ବିକିବ, ଏପରି କି ଥାନାବାବୁ ଦୋଷୀକୁ କି ଦଫା ଦେବେ, ସେଠି ନିଷ୍ପତ୍ତି ନିଆହୁଏ। ମୁଁ ପଚାରିଲି ସେ କେଉଁ ପଦବୀରେ ଅଛନ୍ତି ? ଜାଣିବାକୁ ପାଇଲି ସେ ବିଧାୟକଙ୍କ ପାଖଲୋକ। ଏସବୁ କଥା ଶୁଣି ସେଦିନ ମିଶ୍ରବାବୁ ଆଉ ‘ଟି’ ଖଟିରେ ଯୋଗ ଦେଲେନାହିଁ।
ଧାମନଗର, ଭଦ୍ରକ, ମୋ:୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri