Posted inଫୁରସତ

ପାଖରେ ଅଛି ଆଇନ ଡିଗ୍ରୀ: ପେସା ଟ୍ରକ୍‌ ଡ୍ରାଇଭର

ଭୋପାଳ,୮।୩: ମଧ୍ୟପ୍ରଦେଶ ଭୋପାଳର ୪୯ ବର୍ଷୀୟା ଯୋଗିତା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ଟ୍ରକ୍‌ ଡ୍ରାଇଭର ପାଲଟି ଯାଇଛନ୍ତି। ସହର ବଜାରରେ ମହିଳାମାନେ ଗାଡି ଚଳାଇବା ଦେଖିବାକୁ ମିଳିବା ଏବେ ଏକ ସାଧାରଣ ଘଟଣା ହୋଇ ଗଲାଣି। ହେଲେ ଏବେବି ଏମିତି କିଛି ଗାଡି ଅଛି, ଯାହାର ଷ୍ଟିୟରିଂ କେବଳ ପୁରୁଷଙ୍କ ହାତରେ ରହିଛି। କିନ୍ତୁ ଏହି କ୍ଷେତ୍ରରେ ଯୋଗିତା ହେଉଛନ୍ତି ଏକ ବ୍ୟତିକ୍ରମ। ବାଣିଜ୍ୟ ଓ ଆଇନ ଡିଗ୍ରୀ ସହ ଯୋଗିତାଙ୍କ ପାଖରେ ରହିଛି ବିୟୁଟିସିଆନ ସାର୍ଟିଫିକେଟ। ହେଲେ ସେ ଦୀର୍ଘ ୧୫ ବର୍ଷ ହେବ ଟ୍ରକ ଚଳାଇ ପରିବାର ପ୍ରତିପୋଷଣ କରୁଥିବା କୁହନ୍ତି। ଅଧିକ ରୋଜଗାର ଆଶାରେ ସେ ଟ୍ରକ୍‌ ଡ୍ରାଇଭର ହୋଇଥିବା କହିଛନ୍ତି। ୨ଟି ସନ୍ତାନର ମାଆ ଯୋଗିତା ଦୂରକୁ ଯାତ୍ରା କରିବା ସମୟରେ ଢାବାରେ ଖାଇବା, ଟ୍ରକ୍‌ରେ ଶୋଇବା ଏମିତିକି ବେଳେବେଳେ ରାସ୍ତା କଡ଼ରେ ଗାଡ଼ିରଖି ସେଇଠି ରୋଷେଇ କରି ଖାଇ ଦିଅନ୍ତି ବୋଲି କୁହନ୍ତି।

ଯୋଗିତାଙ୍କ ଜୀବନ ବହୁ ଉତ୍ଥାନ ପତନ ଦେଇ ଗତି କରିଥିବା ବେଳେ ୨୦୦୩ରେ ତାଙ୍କ ସ୍ବାମୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ଯୋଗିତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେବେଠାରୁ ଯୋଗିତା ଟ୍ରକ୍‌ ଡ୍ରାଇଭର ହେବେ ବୋଲି ସ୍ଥିର କରିଥିଲେ। ଏବେ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ହିନ୍ଦୀ, ଇଂଲିଶ, ଗୁଜରାଟୀ, ମରାଠୀ, ତେଲ୍‌ଗୁ ଆଦି ଭାଷା ଶିଖି ସାରିଲେଣି। ଏମିତିକି ସେ ଯେତେବେଳେ କୌଣସି ଢାବାକୁ ଯାଆନ୍ତି, ସେତେବେଳେ ତାଙ୍କୁ ସମସ୍ତେ ସ୍ବାଗତ କରିବା ସହ ଅନ୍ୟ ଡ୍ରାଇଭରମାନେ ଉତ୍ସାହିତ କରନ୍ତି ବୋଲି ଯୋଗିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri