‘ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରା ବଜାୟ ରଖିବ ଭାରତ’

ଲଣ୍ଡନ,୧।୬- ଚଳିତ ମାସ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ କେଉଁ ଦଳ ଜିତିବା ନେଇ ବହୁ ଆଲୋଚନା ଜାରି ରହିଛି। କିନ୍ତୁ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମଙ୍କ ମତରେ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଭାରତ ତା’ର ଅପରାଜେୟ ଧାରା ବଜାୟ ରଖିବ। ଏଥିସହିତ ଭାରତ ଖେଳିବାକୁ ଥିବା ୯ ମ୍ୟାଚ୍‌ରୁ ୮ଟି ବିଜୟ ଓ ଗୋଟଏରେ ପରାଜୟ ବରଣ କରିବ। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳକୁ କେବଳ ଆୟୋଜକ ଇଂଲଣ୍ଡ ହରାଇବ ବୋଲି ମ୍ୟାକୁଲମ ହିସାବ କରିଛନ୍ତି। ଭାରତ ଭଳି ଇଂଲଣ୍ଡ ୮ ମ୍ୟାଚ୍‌ରେ ବିଜୟ ହାସଲ କରିବ। ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ ଜିତି ଟୁର୍ନାମେଣ୍ଟରେ ଆଗକୁ ବଢ଼ିବ। ନ୍ୟୁଜିଲାଣ୍ଡ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ୫ଟି ଲେଖାଏ ମ୍ୟାଚ୍‌ରେ ବିଜୟ ହାସଲ କରିବେ। ଚାରି ଦଳ ମଧ୍ୟରୁ କେବଳ ଗୋଟିଏ ଦଳ ହିଁ ସେମିଫାଇନାଲ ଖେଳିପାରିବ। ଏଣୁ ନେଟ୍‌ ରନରେଟ୍‌, ବର୍ଷା ଓ ଭାଗ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ। ତେବେ ଆଫଗାନିସ୍ତାନ ଦୁଇଟି ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଶେଷ କରିବ। ଶ୍ରୀଲଙ୍କା ଓ ବାଂଲାଦେଶକୁ ଆଫଗାନିସ୍ତାନ ହରାଇବ ବୋଲି ଭାଷ୍ୟକାର ପ୍ୟାନେଲରେ ସ୍ଥାନ ପାଇଥିବା ୩୭ ବର୍ଷୀୟ ମ୍ୟାକୁଲମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

‘କଂଗ୍ରେସ ପ୍ରଥମରୁ ଉଲଗ୍ନ,’ କାହିଁକି କଂଗ୍ରେସ ନେତାଙ୍କୁ ଏମିତି ସମାଲୋଚନା କଲେ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନକୁ ନେଇ କଂଗ୍ରେସ ଦଳ…

ବେଆଇନ ଭାବରେ ଅନ୍‌ଲୋଡିଂ ହେଉଥିଲା ଶହଶହ ଜିଞ୍ଜର ବୋତଲ, ମାଡ଼ିବସିଲା ଅବକାରୀ ବିଭାଗ

ବାଲେଶ୍ୱର,୨୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ନିକଟ ଖେଳପଡ଼ିଆରେ ବେଆଇନ ଭାବେ ଏକ…

ଦନ୍ତା ଦଳିଦେବା ପରେ ପରିବାର ଲୋକେ କଲେ ଏମିତି କାମ, ଅମର ରହିଗଲେ ଊର୍ମିଳା

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଊର୍ମିଳା ରାଉତ(୫୧) ରବିବାର ସକାଳେ ଦନ୍ତା ହାତୀ…

ସୁପର-୮ରେ ଟିମ୍‌ ଇଣ୍ଡିଆକୁ ରହିବାକୁ ପଡ଼ିବ ସାବଧାନ! ଦକ୍ଷିଣ ଆଫ୍ରିକାର ଏହି ୪ ଖେଳାଳି କରିପାରନ୍ତି…

ନୂଆଦିଲ୍ଲୀ,୨୨।୨: ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ୨୦୨୬ରେ ମୁହାଁମୁହିଁ ହେବେ। ସୁପର ୮ ରାଉଣ୍ଡରେ ଗ୍ରୁପ ୧ର ଏହା ପ୍ରଥମ ମ୍ୟାଚ, ଯାହା…

ବାଇକ୍‌ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

‘ଲୋକଙ୍କ ସେବାରେ ଆସିବ ପ୍ରଧାନମନ୍ତ୍ରୀଙ୍କ ଜନୌଷଧି କେନ୍ଦ୍ର’

ପୁରୁଷୋତ୍ତମପୁର,୨୨ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରୋଗୀଙ୍କୁ ସ୍ବଳ୍ପ ମୂଲ୍ୟରେ ବିଭିନ୍ନ ଔଷଧ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରକୁ ରବିବାର ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ…

ସାଇବର ଠକେଇର ପର୍ଦ୍ଦାଫାଶ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବୁଗୁଡ଼ା,୨୨ା୨(କାଳୀଚରଣ ଦାଶ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡ଼ିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri