Posted inଖେଳ

ପାକିସ୍ତାନ ଗସ୍ତ କରିବ ଭାରତ

ନୂଆଦିଲ୍ଲୀ, ୨୮।୭- ଭାରତୀୟ ଡେଭିସ କପ୍‌ ଦଳ ଦୀର୍ଘ ୫୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ସାଧାରଣ ସମ୍ପାଦକ ହିରନମୟ ଚାଟାର୍ଜୀ ରବିବାର ସ୍ପଷ୍ଟ କରିଛନ୍ତି। ଆମେ ପାକିସ୍ତାନ ଗସ୍ତ କରିବୁ। ଏହା ଦ୍ୱିପାକ୍ଷିକ ସିରିଜ୍‌ ନୁହେଁ। ଟେନିସ କ୍ରୀଡ଼ା ଜଗତର ଏହା ବିଶ୍ୱକପ୍‌ ଇଭେଣ୍ଟର ଅଂଶ ହୋଇଥିବାରୁ ଆମକୁ ଯିବାକୁ ପଡ଼ିବ। ଏଥିନେଇ କେନ୍ଦ୍ର ସରକାରଙ୍କ ସହ ଆମଆଡ଼ୁ କୌଣସି ଯୋଗାଯୋଗ ହୋଇ ନାହିଁ। ୬ ଜଣ ଖେଳାଳି, ସପୋର୍ଟ ଷ୍ଟାଫ ଓ କୋଚ୍‌ଙ୍କ ସହ ମୁଁ ମଧ୍ୟ ପାକିସ୍ତାନ ଯିବି। ପାକିସ୍ତାନ ହକି ଦଳ ବିଶ୍ୱକପ୍‌ ପାଇଁ ଭାରତ ଆସିଥିଲା। ଏବେ ଆମେ ମଧ୍ୟ ଯାଉଛୁ ବୋଲି ଏଆଇଟିଏ ସମ୍ପାଦକ କହିଛନ୍ତି। ଡେଭିସ କପ୍‌ର ମୁକାବିଲା ଚଳିତ ବର୍ଷ ଫେବୃୟାରୀରେ ହେବାର ଥିଲା। କିନ୍ତୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ଦଳର ପାକିସ୍ତାନ ଗସ୍ତ ଉପରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଭାରତୀୟ କ୍ରିକେଟ ଦଳ ଅନ୍ତିମ ଥର ୨୦୦୭ରେ ପାକିସ୍ତାନ ଗସ୍ତ କରିଥିଲା। ଏହାପରେ କୌଣସି କ୍ରୀଡ଼ାଭିତ୍ତିକ ଦଳ ପାକିସ୍ତାନ ଯାଇନାହାନ୍ତି। ଏଆଇଟିଏ ଏ ପର୍ଯ୍ୟନ୍ତ ପଡ଼ୋଶୀ ଦେଶ ବିପକ୍ଷ ମ୍ୟାଚ୍‌ ଲାଗି ଦଳ ଘୋଷଣା କରିନାହିଁ। ଉଲ୍ଲେଖଥାଉ କି ଡେଭିସ କପ୍‌ରେ ପାକିସ୍ତାନ କଦାପି ଭାରତକୁ ହରାଇ ନାହିଁ। ଏ ପର୍ଯ୍ୟନ୍ତ ହୋଇଥିବା ୬ ଥର ମୁକାବିଲାରେ ଭାରତ ବାଜିମାତ୍‌ କରିଛି। ଅନ୍ତିମ ଥର ୨୦୦୬ରେ ମୁମ୍ବାଇସ୍ଥିତ ବ୍ରାବୋର୍ନେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌କୁ ଆୟୋଜକ ଦଳ ୩-୨ ବ୍ୟବଧାନରେ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ବାହଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ମହାପୁରୁଷଙ୍କୁ କି ଦଣ୍ଡ: ସର୍ବ ସମ୍ମୁଖରେ …

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

ଟ୍ରମ୍ପଙ୍କୁ ଝଟ୍‌କା, ଏତେ କିମଯିବ ସୁନାଦର! ରେଟ୍‌ ଶୁଣିଲେ ନାଚି ଉଠିବେ ଆପଣ…

ନୂଆଦିଲ୍ଲୀ,୨୨।୨: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କକୁ ପ୍ରତ୍ୟାହାର କରିଦେଇଛନ୍ତି। ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ, ଟ୍ରମ୍ପ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri