Posted inଖେଳ

ପାକିସ୍ତାନ ଗସ୍ତ କରିବ ଭାରତ

ନୂଆଦିଲ୍ଲୀ, ୨୮।୭- ଭାରତୀୟ ଡେଭିସ କପ୍‌ ଦଳ ଦୀର୍ଘ ୫୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ସାଧାରଣ ସମ୍ପାଦକ ହିରନମୟ ଚାଟାର୍ଜୀ ରବିବାର ସ୍ପଷ୍ଟ କରିଛନ୍ତି। ଆମେ ପାକିସ୍ତାନ ଗସ୍ତ କରିବୁ। ଏହା ଦ୍ୱିପାକ୍ଷିକ ସିରିଜ୍‌ ନୁହେଁ। ଟେନିସ କ୍ରୀଡ଼ା ଜଗତର ଏହା ବିଶ୍ୱକପ୍‌ ଇଭେଣ୍ଟର ଅଂଶ ହୋଇଥିବାରୁ ଆମକୁ ଯିବାକୁ ପଡ଼ିବ। ଏଥିନେଇ କେନ୍ଦ୍ର ସରକାରଙ୍କ ସହ ଆମଆଡ଼ୁ କୌଣସି ଯୋଗାଯୋଗ ହୋଇ ନାହିଁ। ୬ ଜଣ ଖେଳାଳି, ସପୋର୍ଟ ଷ୍ଟାଫ ଓ କୋଚ୍‌ଙ୍କ ସହ ମୁଁ ମଧ୍ୟ ପାକିସ୍ତାନ ଯିବି। ପାକିସ୍ତାନ ହକି ଦଳ ବିଶ୍ୱକପ୍‌ ପାଇଁ ଭାରତ ଆସିଥିଲା। ଏବେ ଆମେ ମଧ୍ୟ ଯାଉଛୁ ବୋଲି ଏଆଇଟିଏ ସମ୍ପାଦକ କହିଛନ୍ତି। ଡେଭିସ କପ୍‌ର ମୁକାବିଲା ଚଳିତ ବର୍ଷ ଫେବୃୟାରୀରେ ହେବାର ଥିଲା। କିନ୍ତୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ଦଳର ପାକିସ୍ତାନ ଗସ୍ତ ଉପରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଭାରତୀୟ କ୍ରିକେଟ ଦଳ ଅନ୍ତିମ ଥର ୨୦୦୭ରେ ପାକିସ୍ତାନ ଗସ୍ତ କରିଥିଲା। ଏହାପରେ କୌଣସି କ୍ରୀଡ଼ାଭିତ୍ତିକ ଦଳ ପାକିସ୍ତାନ ଯାଇନାହାନ୍ତି। ଏଆଇଟିଏ ଏ ପର୍ଯ୍ୟନ୍ତ ପଡ଼ୋଶୀ ଦେଶ ବିପକ୍ଷ ମ୍ୟାଚ୍‌ ଲାଗି ଦଳ ଘୋଷଣା କରିନାହିଁ। ଉଲ୍ଲେଖଥାଉ କି ଡେଭିସ କପ୍‌ରେ ପାକିସ୍ତାନ କଦାପି ଭାରତକୁ ହରାଇ ନାହିଁ। ଏ ପର୍ଯ୍ୟନ୍ତ ହୋଇଥିବା ୬ ଥର ମୁକାବିଲାରେ ଭାରତ ବାଜିମାତ୍‌ କରିଛି। ଅନ୍ତିମ ଥର ୨୦୦୬ରେ ମୁମ୍ବାଇସ୍ଥିତ ବ୍ରାବୋର୍ନେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌କୁ ଆୟୋଜକ ଦଳ ୩-୨ ବ୍ୟବଧାନରେ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri