Posted inଜାତୀୟ

ପଶ୍ଚିମବଙ୍ଗକୁ ସେନା ପଠାଗଲା

କୋଲକାତା, ୨୪।୫(ପି.ଟି.): ବାତ୍ୟା ଅମ୍ଫନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଅତ୍ୟାବଶ୍ୟକ ଭିତ୍ତିଭୂମି ଓ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ସ୍ବାଭାବିକ କରିବା ଲାଗି ରାଜ୍ୟ ସରକାର ଭାରତୀୟ ସେନାର ସହାୟତା ଲୋଡ଼ିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ତୁରନ୍ତ ୫ କଲମ୍‌ ସେନା ପଠାଇଛି। କୋଲକାତା ମହାନଗର କର୍ତ୍ତୃପକ୍ଷଙ୍କୁ ବାତ୍ୟା ପରବର୍ତ୍ତୀ କାର୍ଯ୍ୟରେ ସହାୟତା କରିବା ଲାଗି ୩ କଲମ୍‌ ଯବାନଙ୍କୁ ନିୟୋଜିତ କରାଯିବା ସହ ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲାକୁ ୨ କଲମ୍‌ ସେନା ପଠାଯିବ। କେନ୍ଦ୍ରରୁ ସେନା ସହାୟତା ମାଗିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦୀପ୍‌ ଧନଖର ପ୍ରଶଂସା କରିଛନ୍ତି। ଉଭୟ ପରସ୍ପର ବିରୋଧୀ ଭାବେ ଜଣାଶୁଣା ଥିବାବେଳେ ରାଜ୍ୟପାଳ ମମତାଙ୍କୁ ପ୍ରଶଂସା କରିବା ଏକ ବିରଳ ଘଟଣା। ବିପତ୍ତି ସମୟରେ ଜନସାଧାରଣ ଶାନ୍ତ ରହିବା ଲାଗି ରାଜ୍ୟପାଳ ଅନୁରୋଧ କରିଛନ୍ତି।
ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସେବାକୁ ସ୍ବାଭାବିକ କରିବା ଲାଗି ରାଜ୍ୟ ସରକାର ସବୁ କଳବଳ ଲଗାଇଛନ୍ତି। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରେଲଓ୍ବେ, ବନ୍ଦର ଓ ଘରୋଇ ସଂସ୍ଥାକୁ ଲୋକବଳ ଓ ଉପକରଣ ସହାୟତା କରିବା ଲାଗି ଅନୁରୋଧ କରାଯାଇଥିବା ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାନୀୟ ଜଳ ଓ ଡ୍ରେନେଜ୍‌ ଭିତ୍ତିଭୂମିର ପୁନରୁଦ୍ଧାରକୁ ପ୍ରାଥମିକତା ଦିଆଯାଉଛି। ରାସ୍ତାରେ ପଡ଼ି ରହିଥିବା ଗଛଗୁଡିକୁ କାଟି ହଟାଇବା କାର୍ଯ୍ୟରେ ବିଭିନ୍ନ ବିଭାଗର ଶତାଧିକ ଟିମ୍‌ ନିୟୋଜିତ ହୋଇଛନ୍ତି।
ଅନ୍ୟପକ୍ଷରେ ବାତ୍ୟାର ୩ ଦିନ ପରେ ମଧ୍ୟ କ୍ଷତିଗ୍ରସ୍ତ କୋଲକାତା ମହାନଗରୀରେ ବିଦ୍ୟୁତ ଓ ପାନୀୟ ଜଳ ମିଳୁ ନ ଥିବାରୁ ଶନିବାର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଥିଲା। ଦକ୍ଷିଣରେ ବେହଲାଠାରୁ ଆରମ୍ଭ କରି ଉତ୍ତରରେ ଥିବା ବେଲଘରିଆ ପର୍ଯ୍ୟନ୍ତ ଲୋକମାନେ ଗରା ବାଲ୍‌ତି ଧରି ରାସ୍ତା ଅବରୋଧ କରିଥିଲେ। ସପୁଇପଡା, ଯାଦବପୁରର ପଲ୍ଲିଶ୍ରୀ ଅଞ୍ଚଳ, ଗରଫା, ନର୍କେଲଦଙ୍ଗା ଓ ତେଲଙ୍ଗାବାଗାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୋଲକାତା ମ୍ୟୁନିସିପାଲ କର୍ପୋରେଶନର ପ୍ରସ୍ତୁତି ଅଭାବକୁ ଅନେକ ଦାୟୀ କରିଛନ୍ତି। ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ପ୍ରଶାସନ ଦିନରାତି କାମରେ ଲାଗିଛି। ଜନସାଧାରଣ ଧୈର୍ଯ୍ୟ ରଖିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି। ଅମ୍ଫନ ବାତ୍ୟା ପଶ୍ଚିମବଙ୍ଗରେ ୮୬ ଲୋକଙ୍କ ଜୀବନ ନେଇଥିବାବେଳେ ୧୪ଟି ଜିଲା ପ୍ରଭାବିତ ହୋଇଛି। ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମିଦନାପୁର ଏବଂ କୋଲକାତା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri