Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ବୈଭବରେ ଭରା ଥେନୀ

ତାମିଲନାଡୁର ଜଳବାୟୁ ସବୁ ସମୟରେ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠାକୁ ବୁଲିଗଲେ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ ଦର୍ଶନୀୟସ୍ଥାନ ହେଉଛି ଥେନୀ। ତାମିଲନାଡୁର ଏହା ହେଉଛି ଏକ ଜିଲା। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଥେନୀରେ ପର୍ଯ୍ୟଟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ କିଛି କିଣିପାରିବେ।

କ’ଣ ଦେଖିବେ
ଥେନୀରେ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଅନେକ ଦର୍ଶନୀୟସ୍ଥାନ ରହିଛି। ବୈଗାଇ ଡ୍ୟାମ, ସୋଥୁପରାଇ ଡ୍ୟାମ୍‌ ଏବଂ ଶାନ୍‌ମୁଙ୍ଗାଥି ଡ୍ୟାମ୍‌ ହେଉଛି ଏଠାକାର ତିନୋଟି ପ୍ରମୁଖ ପିକ୍‌ନିକ୍‌ ସ୍ପଟ୍‌। ସେହିପରି ଏଠାରେ କେତୋଟି ଆକର୍ଷଣୀୟ ଝରଣା ବି ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ କୁମ୍ବାକାରାଇ ଝରଣା, ଚାଇନା ସୁରୁଲି ଝରଣା ହେଉଛି ଅନ୍ୟତମ। ତା’ଛଡ଼ା ଥେନୀରେ ଅନେକ ଦେବାଳୟ ମଧ୍ୟ ରହିଛି। ଯେମିତି କି କାମାକ୍ଷୀ ଅମ୍ମାନ୍‌ ମନ୍ଦିର, ଗୌମରିୟମ୍ମନ ମନ୍ଦିର, ମନଥାଇୟାମ୍ମନ୍‌ ମନ୍ଦିର ଇତ୍ୟାଦି ପ୍ରମୁଖ। ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଥେନୀର କେତୋଟି ପ୍ରମୁଖ ସହର ଯେମିତି କି ପେରିୟାକୁଲମ୍‌, ଉଥାମାପାଲ୍ୟମ୍‌, କମ୍‌ବମ୍‌, ବୋଦିନାୟାକାନୁର୍‌ ଇତ୍ୟାଦି ଅଞ୍ଚଳକୁ ବି ବୁଲି ଯାଇପାରିବେ। ତେବେ ଥେନୀରେ ପୋଙ୍ଗଲ, ଶିବରାତ୍ର ତଥା ମାସି ମହମ୍‌ ଇତ୍ୟାଦି ପର୍ବପର୍ବାଣିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହି ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ।

ଥେନୀର ଅର୍ଥନୀତି
ଥେନୀର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଏଠାକାର କୃଷି ଉପରେ ହିଁ ନିର୍ଭର କରିଥାଏ। ଏଠାରେ ମୁଖ୍ୟତଃ ଆଖୁ, ତୁଳା, ଧାନ, ବାଜରା, ଚିନାବାଦାମ ଆଦି ଚାଷ କରାଯାଇଥାଏ। ତା’ଛଡ଼ା କଦଳୀ, ନଡିଆ, ଚା’, କଫି, ଅଳେଇଚ, ରସୁଣ, ଅଙ୍ଗୁର, ଲଙ୍କା ତଥା ଆମ୍ବ ଇତ୍ୟାଦି ବି ଚାଷ କରି ବାହାରକୁ ରପ୍ତାନି କରାଯାଇଥାଏ। ତେଣୁ ପର୍ଯ୍ୟଟକ ଏଠାକୁ ଗଲେ ଏହି ସବୁ ଖାଦ୍ୟ ତଥା ମସଲା ସାମଗ୍ରୀ ବେଶ୍‌ ସୁଲଭ ଦରରେ କିଣିପାରିବେ। ଅନ୍ୟପକ୍ଷେ ଏଠାରେ ରେଶମ ଚାଷ ବି ଭଲ ହୋଇଥାଏ। ଫଳରେ ଏଠାକାର ରେଶମ ଲୁଗାର ଚାହିଦା ବଜାରରେ ଖୁବ୍‌ ରହିଥାଏ।

କେବେ ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କାରଣ ବର୍ଷସାରା ଏଠାକାର ଜଳବାୟୁ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ତେବେ ଅନ୍ୟଦିନ ତୁଳନାରେ ବିଭିନ୍ନ ପର୍ବପର୍ବାଣି ସମୟରେ ଏଠାକୁ ଗଲେ ନିଆରା ଅନୁଭୂତି ମିଳିଥାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ସବୁ ସୁବିଧା ରହିଛି। ମଦୁରାଇ ଏୟାରପୋର୍ଟ ଏହାର ନିକଟତମ ବିମାନବନ୍ଦର, ଯାହା ଥେନୀଠାରୁ ପ୍ରାୟ ୮୭ କି.ମି.ଦୂରରେ ଅବସ୍ଥିତ। ସେହିପରି ପାଲାନି ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri