Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରିତାର

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅନେକ ଐତିହାସିକ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅରିତାରର ବେଶ୍‌ ନାଁ ରହିଛି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଝରଣା, ହ୍ରଦ ଓ ତା’ ସହିତ ବୋଟିଂ ତଥା ଟ୍ରେକିଂର ମଜା ନେବାକୁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଲାଗିରହେ..

ସିକ୍କିମ୍‌ସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅରିତାରର ବେଶ୍‌ ନାଁ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଇତିହାସକୁ ନିଜ ଭିତରେ ସାଇତି ରଖିଥିବାରୁ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି। ଖାସ୍‌ କରି ଏଠାକାର ଘଞ୍ଚ ଜଙ୍ଗଲ, ପାହାଡ଼ ତଥା ଆକର୍ଷଣୀୟ ଝରଣାର ସୌନ୍ଦର୍ଯ୍ୟ ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।

କେବେ ଓ କେମିତି ଯିବେ
ବର୍ଷସାରା ଅରିତାରର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିଲେ ହେଁ ବର୍ଷାଦିନ ତୁଳନାରେ ବାକି ଅନ୍ୟ ସମୟରେ ଏଠାକୁ ଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ତେବେ ବାଗ୍‌ଡୋଗ୍ରା ଏହାର ନିକଟତମ ମୁଖ୍ୟ ବିମାନବନ୍ଦର ହୋଇଥିବାବେଳେ ନ୍ୟୁ ଜଲପାଇଗୁଡ଼ି ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ।

କ’ଣ ଦେଖିବେ
ଅରିତାରରେ ବି ଏମିତି ଅନେକ ଦର୍ଶନୀୟ ସ୍ଥାନ ରହିଛି, ଯେଉଁଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ବୁଲି ଯାଇଥାନ୍ତି। ଯେମିତିକି:

ଲମ୍ପୋଖରୀ : ଏହା ହେଉଛି ସ୍ଥାନୀୟ ଏକ ପ୍ରାଚୀନ ହ୍ରଦ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏବେ ଏଠାରେ ବୋଟିଂର ବ୍ୟବସ୍ଥା ମଧ୍ୟ କରାଗଲାଣି।

ଡାକବଙ୍ଗଳା: ଏହାକୁ କେହି କେହି ଅରି ବଙ୍ଗଳା ବୋଲି ମଧ୍ୟ କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ଏହି ବଙ୍ଗଳାଟି କୁଆଡେ ୧୮୯୫ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏତେ ପୁରୁଣା ହୋଇଥିଲେ ମଧ୍ୟ ଏବେ ବି ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁଛି।

ପାର୍ବତେଶ୍ୱର ଶିବାଳୟ ମନ୍ଦିର: ଏହା ହେଉଛି ସ୍ଥାନୀୟ ଏକ ଶିବ ମନ୍ଦିର। ବର୍ଷର ସବୁ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲେ ହେଁ ଖାସ୍‌ କରି ଶ୍ରାବଣ ମାସରେ ପ୍ରଭୁଙ୍କ ଦର୍ଶନ ସହିତ ଜଳଲାଗି କରିବା ପାଇଁ ଏଠାକୁ ବୋଲ୍‌ବମ୍‌ ଭକ୍ତଙ୍କର ସୁଅ ଛୁଟିଥାଏ।

ମନ୍‌ଖିମ୍‌: ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୬୫୦୦ ଫୁଟ ଉଚ୍ଚତାରେ ଥିବା ସ୍ଥାନୀୟ ଏକ ପ୍ରସିଦ୍ଧ ଦେବାଳୟ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା।

କେବଳ ଏତିକି ନୁହେଁ, ଅରିତାରରେ କାଲି ଖୋଲା ଓ ଚାଙ୍ଗେ ନାମରେ ଦୁଇଟି ଜଳପ୍ରପାତ ବି ରହିଛି। ସେହିପରି ଏଠାରେ ଅଛି ଏକ ଫୁଲ ବଗିଚା, ଯେଉଁଠାରେ ନାନାଦି ପ୍ରଜାତିର ଆକର୍ଷଣୀୟ ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ।

ଟ୍ରେକିଂର ମଜା ନେଇହେବ
ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଦୁଃସାହସିକ ପର୍ଯ୍ୟଟନର ମଜା ନେବାକୁ ଚାହୁଁଥିଲେ ଅରିତାରଠୁ ବଳି ଭଲ ସ୍ଥାନ ଆଉ କ’ଣ ହୋଇପାରେ। କାରଣ ଏଠାରେ ଥିବା ସୁନ୍ଦର ଜଙ୍ଗଲ, ଲମ୍ବା ଲମ୍ବା ବୃକ୍ଷ ତଥା ବିଶାଳ ପାହାଡ଼ର ଦୃଶ୍ୟ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଟ୍ରେକିଂ ଓ ବୋଟିଂର ମଧ୍ୟ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri