Posted inଖେଳ

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨-
ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ମାର୍ନୁସ ଲାବୁସେନଙ୍କ ଶତକପରେ ଶେଷଭାଗ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୧୬ ରନ କରିଛି। ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଦଳ ୧୦୯ ରନରେ ନ୍ୟୁଜିଲାଣ୍ଡର ୫ ଉଇକେଟ ଅକ୍ତିଆର କରି ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଛି। ନ୍ୟୁଜିଲାଣ୍ଡ ହାତରେ ଆଉ ୫ ଉଇକେଟ ଥିବାବେଳେ ଅଷ୍ଟ୍ରେଲିଆ ଆହୁରି ୩୦୭ ରନରେ ଅଗ୍ରଣୀ ରହିଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୪୮/୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସରେ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲା। ୫ମ ଉଇକେଟରେ ୭୬ ରନ ଯୋଗ ହେବାପରେ ଲାବୁସେନ ବ୍ୟକ୍ତିଗତ ୧୪୩ ରନ କରି ଆଉଟ ହୋଇଥିଲେ। ସେ ୨୪୦ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୧୮ ଚୌକା ଓ ୧ ଛକା ମାରିଥିଲେ। ତାଙ୍କ ପାର୍ଟନର ଟ୍ରାଭିସ ହେଡ୍‌ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୯୭ଟି ବଲ୍‌ ଖେଳି ୧୦ ଚୌକା ସହ ୫୬ ରନ କରିଥିଲେ। ଏହି ଯୋଡ଼ି ଭାଙ୍ଗିବାପରେ ମଧ୍ୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ଅଧିନାୟକ ଟିମ୍‌ ପେନ୍‌ ୩୯(୧୦୫ ବଲ, ୨ ଚୌକା), ପ୍ୟାଟ୍‌ କୁମିନ୍ସ ୨୦(୮୫ ବଲ, ୨ ଚୌକା) ଓ ମିଚେଲ ଷ୍ଟାର୍କ ୩୦(୪୧ ବଲ, ୩ ଚୌକା, ୧ ଛକା) ରନ କରି ଅଷ୍ଟ୍ରେଲିଆ ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସୌଦୀ ଓ ନେଲ ଓ୍ବାଗନର ୪ଟି ଲେଖାଏ ଏବଂ କଲିନ ଡି’ ଗ୍ରାଣ୍ଡହୋମ ଓ ଜୀତ୍‌ ରାଭାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପ୍ରଥମ ଇନିଂସ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ଟମ୍‌ ଲାଥାମ ଖାତା ଖୋଲିବା ପୂର୍ବରୁ ଏବଂ ଦ୍ୱିତୀୟ ଓଭରରେ ଜୀତ ରାଭାଲ ମାତ୍ର ୧ ରନ କରି ଆଉଟ ହୋଇଥିଲେ। ଫଳରେ ୧ ରନରେ ୨ ଓପନରଙ୍କୁ ହରାଇ ନ୍ୟୁଜିଲାଣ୍ଡ ବିପଦରେ ପଡ଼ିଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ରସ୍‌ ଟେଲର ସତର୍କତାର ସହିତ ଖେଳି ଦଳକୁ ବିପଦରୁ ବାହାର କରିଥିଲେ। ତେବେ ତୃତୀୟ ଉଇକେଟ ଯୋଡ଼ିରେ ୭୬ ରନ ଯୋଗ ହେବାପରେ ଓ୍ବିଲିୟମସନଙ୍କୁ ଆଉଟ କରି ପୁଣି ନ୍ୟୁଜିଲାଣ୍ଡକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ ଷ୍ଟାର୍କ। ୭୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବିଲିୟମସନ ୭ ଚୌକା ସହାୟତାରେ ୩୪ ରନ କରିଥିବାବେଳେ ଦ୍ୱିତୀୟ ସ୍ଲିପ୍‌ରେ ଷ୍ଟିଭ୍‌ ସ୍ମିଥଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ପରେ ହେନରି ନିକୋଲାସ(୭) ଓ ନେଲ୍‌ ଓ୍ବାଗନର(୦)ଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ଷ୍ଟାର୍କ। ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଟେଲର ୬୬(୮୬ ବଲ, ୮ ଚୌକା) ଓ ବି.ଜେ. ଓ୍ବାଟଲିଙ୍ଗ୍‌ କୌଣସି ରନ ନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆର ଷ୍ଟାର୍କ ୩୧ ରନରେ ୪ଟି ଏବଂ ଜୋଶ୍‌ ହାଜଲେଉଡ୍‌ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୧୬/ଅଲଆଉଟ (ଲାବୁସେନ-୧୪୩, ହେଡ୍‌-୫୬, ସ୍ମିଥ-୪୩, ଓ୍ବାର୍ନର-୪୩, ପେନ୍‌-୩୯, ଷ୍ଟାର୍କ-୩୦, ଓ୍ବାଗନର-୪/୯୨, ସୌଦୀ-୪/୯୩, ଗ୍ରାଣ୍ଡହୋମ-୧/୩୭, ଜୀତ ରାଭାଲ-୧/୩୩)। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୦୯/୫(ଟେଲର-୬୬*, ଓ୍ବିଲିୟମସନ-୩୪, ଷ୍ଟାର୍କ-୪/୩୧, ହାଜଲେଉଡ-୧/୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri