ପର୍ତ୍ତୁଗୀଜ୍‌ ଫୁଟବଲ ସେସନ ଜୁନ୍‌ ୪ରୁ

ଲିସବନ,୧୩।୫(ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ସ୍ଥଗିତ ରହିଥିବା ପର୍ତ୍ତୁଗାଲର ଫୁଟବଲ୍‌ ସେସନ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁନା ୪ରୁ ପ୍ରିମିରା ଲିଗ୍‌ ଆରମ୍ଭ ହେବ ବୋଲି ଦେଶର ଫୁଟବଲ ଲିଗ୍‌ ଘୋଷଣା କରିଛି। ଷ୍ଟାଡିୟମର ପରୀକ୍ଷା ପୁଙ୍ଖାନୁପୁଙ୍ଖ ଭାବେ କରାଯିବ ଓ ପେସାଦାର ବ୍ୟକ୍ତିଙ୍କ ପରୀକ୍ଷା କଡ଼ାକଡି କରାଯିବ। ମେ ମାସ ଶେଷ ଆଡକୁ ଫୁଟବଲ ଖେଳ ପୁଣି ଆରମ୍ଭ ହେବ ବୋଲି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଘୋଷଣା କରିଛନ୍ତି।
ଗତ ମାର୍ଚ୍ଚ ୧୨ ତାରିଖରେ ଫୁଟବଲ ସେସନର ଅନ୍ତିମ ୧୦ ରାଉଣ୍ଡକୁ ସ୍ଥଗିତ ରଖିବାକୁ ପର୍ତ୍ତୁଗାଲ ସରକାର ନିଷ୍ପତ୍ତି ନେଇଥିଲା। କଡ଼ା ମେଡିକାଲ ପ୍ରେଟୋକଲକୁ ଦୃଷ୍ଟିରେ ରଖି ଫୁଟବଲକୁ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଗୋଟିଏ ସପ୍ତାହରେ ଖେଳାଳିମାନଙ୍କର କରୋନା ଭାଇରସ୍‌ ପରୀକ୍ଷା ଦୁଇଥର କରାଯିବ। ମ୍ୟାଚ୍‌ଗୁଡିକ ଅଳ୍ପ ସଂଖ୍ୟାକ ଷ୍ଟାଡିୟମରେ ଆୟୋଜନ ହେବ। ମିଡ୍‌ଫିଲ୍ଡର ଡେଭିଡ ତାଭାରେଜ୍‌ କୋଭିଡ-୧୯ ଟେଷ୍ଟରେ ପଜିଟିଭ ବୋଲି ବେନିଫିକା ଘୋଷଣା କରିବାର ଗୋଟିଏ ଦିନ ପରେ ଲିଗ୍‌ ଏପରି ଘୋଷଣା କରିଛି। ପ୍ରିମିରା ଲିଗାରେ ମୋଟ ପଜିଟିଭ୍‌ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହି ଲିଗ୍‌ରେ ପୋର୍ଟୋ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ପୋର୍ଟଠାରୁ ଗୋଟିଏ ପଏଣ୍ଟ କମ୍‌ ପାଇ ଗତ ସଂସ୍କରଣର ଚାମ୍ପିୟନ ବେନ୍‌ଫିକା ଦ୍ୱିତୀୟ ଓ ବ୍ରାଗା ତୃତୀୟ ଓ ସ୍ପୋର୍ଟିଂ ଲିସ୍‌ବନ୍‌ ଚତୁର୍ଥ ସ୍ଥାନରେ ରହିଛି। ପୋର୍ଟୋ ୬୦, ବେନ୍‌ପିକା ୫୯, ବ୍ରାଗା ୪୬ ଓ ସ୍କୋର୍ଟିଂ ଲିସବନ୍‌ ୪୨ ପଏଣ୍ଟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଟ୍ରମ୍ପଙ୍କ ବଡ଼ ପ୍ଲାନ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା

ଆମେରିକା,୧୯ା୨: ଗତ କିଛି ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଜାରି ରହିଛି । ଏହି ଆଲୋଚନାରେ ଉଭୟ ଦେଶର…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri