ପରୀକ୍ଷା ସରିବାର ୧୦ଦିନ ପରେ ମିଳିଲା ଆଡମିଟ କାର୍ଡ

ଲୋଇସିଂହା,୨୨।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରଧିଆପାଲି ପୋଷ୍ଟମାଷ୍ଟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ପୋଷ୍ଟ ଅଫିସ ଅଧୀନ ପଣ୍ଡକିଟାଲ ଗାଁର ଶଶିକାନ୍ତ ପଧାନ ଏପରି ଅଭିଯୋଗ ଆଣିଛନ୍ତି। ଏକ ପରୀକ୍ଷାର ସରିବା ୧୦ ଦିନ ପରେ ବୁଧବାର ତାଙ୍କୁ ଆଡମିଟ କାର୍ଡ ଦେଇଥିବା ଅଭିଯୋଗ କରିଛନ୍ତି। ତାହା ପୁଣି ଜଣେ ନାବାଳକଙ୍କ ହାତରେ ପଠାଯାଇଥିବା ଶଶିକାନ୍ତ ଅଭିଯୋଗ କରିଛନ୍ତି। ବଲାଙ୍ଗୀର ମୁଖ୍ୟ ଶାଖାକୁ ଯିବାକୁ ଅଭିଯୋଗ କରିଯିବାକୁ କହି ଲୋଇସିଂହା ଶାଖା ପୋଷ୍ଟ ମାଷ୍ଟର ଦିଲୀପ ମହାପାତ୍ର ଅଭିଯୋଗ ରଖିବାକୁ ମାନ କରି ଦେଇଥିବା ସେ କହିଛନ୍ତି। ଅପରପକ୍ଷେ ସେ ଏ ନେଇ ଲୋଇସିଂହା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ମତେ, ଲୋଇସିଂହା ଶାଖା ପୋାଷ୍ଟ ଅଫିସ ଅଧୀନରେ ପରଧିଆପାଲି ପୋଷ୍ଟ ଅଫିସ ରହିଛି। ଉକ୍ତ ପୋଷ୍ଟ ଅଫିସ ଅଧିନରେ ଆଗଲପୁର ବ୍ଲକ ଝରଣପାଲି ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିଟାଲ ଗାଁ ଯାଉଛି। ଉକ୍ତ ଗାଁର ଶଶିକାନ୍ତ ପଧାନ(୩୦)। କିଛି ମାସ ପୂର୍ବରୁ ମିଶନ ଶକ୍ତି ବିଭାଗ ପକ୍ଷରୁ ଖବରକାଗଜ ଜରିଆରେ ବିପିଏମ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ହୋଇଥିଲା। ଶଶିକାନ୍ତ ଏହି ପଦବୀ ପାଇଁ ଆବେଦନ କରିଥିଲେ। ଚଳିତ ମାସ ୧୨ତାରିଖ ଭୁବନେଶ୍ୱରଠାରେ ପରୀକ୍ଷା ରହିଥିଲା। ଶଶିକାନ୍ତ ଆଡମିଟ କାର୍ଡ ନ ପାଇବାରୁ ପରୀକ୍ଷାରୁ ବଞ୍ଚତ୍ତ ହୋଇଥିଲେ। ହେଲେ ବୁଧବାର ଅପରାହ୍ନ ପ୍ରାୟ ୩ଟରେ ସ୍ଥାନୀୟ ପୋଷ୍ଟମାଷ୍ଟର ଜଣେ ନାବାଳକଙ୍କ ଜରିଆରେ ଆଡମିଟ କାର୍ଡ ପଠାଇଥିଲେ। ଏହା କିଛି ମାସ ପୂର୍ବରୁ ମଧ୍ୟ ଅନୁରୂପ ସମସ୍ୟା ହୋଇଥିଲା। ନେଟରୁ ଆଡମିଟ କାର୍ଡ କାଢି ପରୀକ୍ଷା ଦେଇଥିବା ଶଶିକାନ୍ତ କହିଛନ୍ତି। କେବଳ ମୋ କ୍ଷେତ୍ରରେ ନୁହେଁ, ଅନ୍ୟ ଜଣେ ଯୁବକଙ୍କର ମଧ୍ୟ ଯୋଗାଣ ବିଭାଗରେ ଯୋଗଦାନ ଚିଠି ଦେବାରେ ବିଳମ୍ବ କରିଥିବା ସେ ଅଭିଯୋଗ ଆଣିଛନ୍ତି। ପୋଷ୍ଟମାଷ୍ଟରଙ୍କ ବାରମ୍ବାର ଅବହେଳା ଯୋଗୁ ତାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଥିବା କହିଛନ୍ତି। ସ୍ଥାନୀୟ ପୋଷ୍ଟମାଷ୍ଟର ଚିଠିପତ୍ର ନିଜେ ନ ବାଣ୍ଟି ଜଣେ ନାବାଳକ ହାତରେ ପଠାଉଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୋଷ୍ଟମାଷ୍ଟର କିଶୋର ରାଏ କହିଛନ୍ତି ଯେ, ଆମ ପାଖକୁ ବିଳମ୍ବରେ ଡାକ ଆସିଥାଏ। ତେଣୁ ପରଦିନ ଚିଠି ବାଣ୍ଟିବାକୁ ପଡିଥାଏ। ତେବେ ଉକ୍ତ ଚିଠି ମୁଣାରେ ରହିଯାଇଥିବା ଦେଖି ପାରି ନଥିଲି। ଏଥିପାଇଁ ମୁଁ ଗଭୀରଭାବେ ଦୁଃଖିତ।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା ପରଠାରୁ,…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri