‘ପରିବେଶ ଓ ପ୍ରକୃତି ଦିଏ ପ୍ରେରଣା’

ସିମୁଳିଆ, ୧ା୫(ଡି.ଏନ.ଏ.)-ଆମ ଚାରିପାଖରେ  ନିୟମିତ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ଯାହା ଜୀବନ ଯେତେ ଘଟଣାବହୁଳ ତାହା ଲେଖାଲେଖି କରିବାକୁ ଖୋରାକ ଯୋଗାଇଥାଏ ବୋଲି ସାରସ୍ବତ ସାଧନାରେ ବ୍ରତୀ ରହୁଥିବା ଶିକ୍ଷୟିତ୍ରୀ କାଞ୍ଚନବାଳା ମଲିକ(୪୪) କହିଛନ୍ତି।  ସାହିତ୍ୟ ପଠନ ଲାଗି ଆଦର କମୁଥିବାରୁ ଅଭିଭାବକ ଓ ମା’ ବାପାମାନେ ପିଲାଙ୍କ ମଧ୍ୟରେ ପ୍ରାଥମିକ ସ୍ତରରୁ ଲେଖିବା ଓ ପଢ଼ିବା ଅଭ୍ୟାସ ବଢ଼ାଇବାକୁ ଉଦ୍ୟମ କରିବା ଦରକାର। ଏହା ପିିଲାଙ୍କ ନୈତିକ ଜ୍ଞାନ ବଢ଼ାଇବାରେ ସହାୟକ ହୋଇଥାଏ। ମା’ବାପାମାନେ ପିଲାଙ୍କୁ ସବୁବେଳେ ବହି ଉପହାର ଦେଲେ ଏହା ସେମାନଙ୍କ ଉପରେ ସକାରାମତ୍କ ପ୍ରଭାବ ପକାଇପାରିବ ବୋଲି କାଞ୍ଚନବାଳା କହିଛନ୍ତି।

ପରିବେଶ, ପ୍ରକୃତି ଓ ସମୟର ସ୍ପନ୍ଦନକୁ ଲେଖନୀରେ ରୂପାୟିତ କରି କାଞ୍ଚନବାଳା ଗଳ୍ପ କବିତା ଲେଖିଥାନ୍ତି। ଶିକ୍ଷକତା ବୃତ୍ତିରେ ସମୟ ଅତିବାହିତ କରି ଅବସର ପାଇଲେ ଲେଖନୀ ଧରି ବସିପଡ଼ନ୍ତି।  ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶକୁ ନେଇ ଲେଖୁଥିବା ଗଳ୍ପ ଓ କବିତାକୁ ପାଠିକାପାଠକମାନେ ପସନ୍ଦ କରିଥାନ୍ତି। ବିଭିନ୍ନ ପତ୍ରପତ୍ରିକାରେ ଅଧିକ ଲେଖାଲେଖି କରିବା ସକାଶେ ଏହା ତାଙ୍କୁ ପ୍ରେରଣା ଯୋଗାଇ ଆସୁଛି ବୋଲି ସେ କହିଛନ୍ତି।

କାଞ୍ଚନବାଳା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ଲକ୍ଷ୍ମୀ ନାରାୟଣ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ସମୟରୁ  ସେ ନିଜ ବାପା ଶ୍ରୀଧରଙ୍କଠାରୁ ଲେଖାଲେଖି କରିବାକୁ ପ୍ରେରଣା ପାଇଥିଲେ ା ପାଳିଆବିନ୍ଧା ମାଧବାର୍ଜୁନ କଲେଜରେ ପଢୁଥିବା ସମୟରେ ସେ ଲେଖିଥିବା ନାରୀ କବିତା ପ୍ରକାଶ ପାଇଥିଲା। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।  ବିବାହ ପରେ ଶିକ୍ଷକତା କରୁଥିବା ତାଙ୍କ ସ୍ବାମୀ ପ୍ରସନ୍ନ ଧଳ ତାଙ୍କୁ ଏଥିଲାଗି ପ୍ରେରଣା ଯୋଗାଇ ଆସୁଛନ୍ତି ା ଅନୁରୂପ ପ୍ରେରଣା ପାଇ ତାଙ୍କ  ଝିଅ ପ୍ରସନ୍ନିକା ଓ ପୁଅ ଆଶିଷ ସାହିତ୍ୟ ପଠନ ପ୍ରତି ରୁଚି ରଖୁଛନ୍ତି। ପିଲାଙ୍କ ମଧ୍ୟରେ ପ୍ରତିଭା ଅନ୍ବେଷଣ ଲାଗି ଶିକ୍ଷାନୁଷ୍ଠାନରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ପ୍ରବନ୍ଧ, ଗଳ୍ପ ଓ କବିତା ଉପରେ ଆୟୋଜିତ ଉତ୍ସବରେ ବିଚାରପତି ରୂପେ ଯୋଗ ଦେଇ ଶିଶୁମାନଙ୍କ ଲେଖାର ମୂଲ୍ୟାୟନ କରିଥାନ୍ତି ବୋଲି କାଞ୍ଚନବାଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri