ପରିଚଏ ଖୁଜୁଛେ କୁଦେଲପଟା ଗଁ। ହକ୍‌, ମଉଲିକ ସୁବିଧାରୁ ବଁଚିତ୍‌ ଗଁ। ବାସୀ

ଭବାନୀପାଟଣା,୩।୮(ଡି.ଏନ.ଏ.):
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦରନୁ ୧୪ କି.ମି. ଦୂରେ ରହିଛେ ତ୍ରିଲୋଚନପୁର ପଁଚେତ୍‌ ଅଧୀନ କୁଦେଲପଟା ଗଁା। ଗଁାଟା ନିୟମଗିରି ପାଡାଡ଼ ଅଂଚଲରେ ରହିଥିଲାବେଲେ ଗଁାର ବଡ଼ଭାଗି ଲୋକ ଡଙ୍ଗରିଆ କଁଧ୍‌ ସମାଜର। ସେନ୍‌ତା ଗଁାରେ ଅନେକ ସିକକା ବଉଁଶିଆ ଆଦିବାସୀ ଲୋକ୍‌ ବି ରହୁଛନ୍‌। ଆଏଜ୍‌ବି ଇ ଡଙ୍ଗରିଆ କଁଧ୍‌ ସମାଜ ନିଜର ପାରମ୍ପରିକ ଜୀବନ୍‌ ଶଇଲିରେ ଚଲିଆସୁଛନ୍‌। ଏହେଦେ ଇ ଗଁାରେ ୨୦ରୁ ଅଧ୍‌କା ଡଙ୍ଗରିଆ କଁଧ୍‌ ପରିବାର ବାସ କରୁଛନ୍‌। ଗଁାର ବଡ଼ଭାଗି ଲୋକ୍‌ ଝୁନ୍‌ଗା, କଁାଦୁଲ, ମାଡ଼ିଆ, ପୋଡୁଚାଷ କରୁଥିଲାବେଲେ ଜଂଗଲ ଜାତ ଦରବ୍‌ ଠୁଲେଇ ବିକାଭଂଗା କରି ଚଲୁଛନ୍‌। ଇ ଆଦିବାସୀ ପରିବାରମାନେ ବହୁତ୍‌ ବଛର ହେଲା ଜଂଗଲରେ ରହି ଆସୁଛନ୍‌। ହେଲେ ଆଏଜ୍‌ତକ ରାଏଜ୍‌ ସରକାରକଁର ୨୦୦୬ ଜଂଗଲ ଜମି ଆଇନ ଅନସାରେ ଜମି ପଟ୍ଟା ନାଇଁ ପାଇପାରି। ଏନ୍‌ତା କି ଗଁାଟା ଆଏଜ୍‌ ବି ରାଜସ୍ବ ଗଁାର ମାଏନ୍‌ତା ପାଏବାରୁ ବଁଚିତ୍‌ ହେଇ ରହିଛେ। ଗଁାକେ ଯିବାର ଆଏବାର ଲାଗି ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଗଁାବାସୀ ଜଂଗଲ ଭିତରେ ପାଦ୍‌ ଚଲା ରାସ୍‌ତାରେ ଯିବାର ଆଏବାର କରୁଛନ୍‌। ସେନ୍‌ତା ଗଁାରେ କାହାକେ ଜରତପ୍‌ ହେଲେ କି ଗରଭବତୀ, ପ୍ରସୂତି ମହିଲାମାନକୁ ଦୁଲା ଫଁାଦି ଡାକ୍‌ତରଖାନା ନେଉଛନ୍‌। ଅନେକ ସମିଆରେ ରୁଗୀକେ ଡାକ୍‌ତରଖାନା ପୁହୁଁଚଉନ୍‌ ପୁହୁଁଚଉନ ବାଟେ ଜୀବନ୍‌ ପଲେଇଯାଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ସଚେତନତା ଅଭାବ ସଂଗେ ବାଟଘାଟ ଅସବିଧାର ଲାଗି ଗଁାବାସୀ ଦିହିପା ଖରାପ ହେଲେ ଗୁଣିଗାରେଡି, ଚେରମୂଲି ଉଷୋକଷା ଉପରେ ନିରଭର କରୁଛନ୍‌। ସେନ୍‌ତା ଗଁାରେ ବଡ଼ଭାରି ପିଇବାର ପାଏନ୍‌ର ଅସ୍‌ବିଧା ଥିଲାବେଲେ ପାସେ ବୁହିଯାଉଥିବାର ଝରନା ଆର ନାଲର ପାଏନ୍‌କେ ଗଧାବୁଡ଼ା, ଖିଆପିଆରେ ବେଭାର କରୁଛନ୍‌। ଗଁାବାସୀକର ଲାଗି ଆଏଜ୍‌ ବି ଇନ୍ଦିରା ଆବାସ, ମୋ କୁଡ଼ିଆ, ବିଜୁ ପକ୍କାଘର ସତେ ଯେନ୍‌ତା ସାତ୍‌ସପନ ହେଇ ରହିଛେ। ଗଁାରେ ପ୍ରାଥମିକ ସ୍କୁଲ ନାଇଁଥିବାର ଲାଗି ଗଁାର ପିଲାମାନେ ୩ କି.ମି. ଦୂରିଆ ସାପ ଚଞ୍ଚରା ଗଁାକେ ପଢ଼ବାକେ ଯାଉଛନ୍‌। ନିରବାଚିତ ଜନପରତିନିଧି, ରାଜନେତା ଆର ପରଶାସନର ଅବହେଲାର ଲାଗି କୁଦେଲପଟା ଗଁା ଆଏଜ୍‌ ବି ରାଜସ୍ବ ଗଁାର ମାଏନ୍‌ତା ପାଏବାରୁ ବଁଚିତ୍‌ ହେଇଛେ। ସବୁ ପରକାର ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ଇ ଆଦିବାସୀ ପରିବାରମାନେ ଆଏଜ୍‌ ବି ଜଂଗଲ ଭିତରେ ଆଦିମାନବର ଜୀବନ୍‌ ବିତଉଛନ୍‌। ରାଏଜ୍‌ ସରକାର, ଜିଲା ପରଶାସନ ଇ ଗଁାକେ ରାଜସ୍ବ ଗଁାର ମାଏନ୍‌ତା ଦେବାର ସଂଗେ ଆଦିବାସୀକୁ ତାକର ହକ୍‌, ମଉଲିକ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri