ପରଶାନକେ ଦୁଖିନୀ ମା’ର ଆକୁଲ ନିବେଦନ:ରାଜ୍‌ର ଉଚ ଚିକିତ୍ସାରେ ଟଁକା ବାଧକ୍‌

କଲମପୁର,୧୯।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ପଁଚେତ୍‌ ଅଧୀନ ଭାଟିଗଁାର ନିସାହା ବିଧବା ମରୁଆ ଝାଙ୍କର(୪୬)କଁର ସାନ ପୁଓ ରାଜ ଝାଙ୍କର(୬)। କେହେନ୍‌ସି କାରନ୍‌ରୁ ରାଜକଁର ପିଠିରେ ହାଡ଼୍‌ ଆର ମାଉଁସ ବଢ଼ବାରେ ଲାଗିଛେ। ହେଲେ ଅଭାବ ଅନାଟନରୁ ମା’ ପୁଓର ଚିକିସତ୍ା କରେଇ ନାଇଁ ପାରବାର।
ସୂଚନା ଅନ୍‌ସାରେ ଭାଟିଗଁାର ସ୍ବର୍ଗତ ମୋହନ ଝାଙ୍କରକଁର ବିଧବା ମାଏକିନା ହେଉଛନ୍‌ ମରୁଆ ଝାଙ୍କର। ଏହେଦେ ତାକର ପରିବାର କହିଲେ ୩ ପୁଓ ଆର ଗୁଟେ ଝି’କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ମରୁଆ କୁଲିମଜୁରି କରି ପିଲାଛୁଆକର ପେଟ ପାଲୁଛନ୍‌। ଆପ୍‌ନେ ମୋହନ ୩ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ହେଲେ ମରୁଆ ଆଏଜ୍‌ତକ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ଫିମାସ ପାଉଥିବାର ଚାଉଲ ଦୁରା। ହେଲେ ସେଟା ବି ପରିବାରକେ ନିଅଁଟ ହେଉଛେ। ଇ ସମିଆରେ କେହେନ୍‌ସି କାରନ୍‌ରୁ ସାନ୍‌ପୁଓ ରାଜ୍‌ର ପିଠିଥି ହାଡ଼୍‌ ଆର ମାଉଁସ ବଢ଼ୁଛେ। ମରୁଆ ଅଭାବ ଅନାଟନ ଭିତରେ ବି ଚିକିସତ୍ା ଲାଗି ପୁଓକେ ଭବାନୀପାଟଣାର ଗୁଟେ ଘରୋଇ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ଡାକ୍‌ତର ଇଥିରଲାଗି ଅପରେଶନ ଦରକାର ଆର ଇଥି ବହୁତ ଟଁକା ଖରଚ୍‌ ହେବା ବଲି କହିଥିଲେ। ଇ କଥା ଶୁନି ମରୁଆ ନିରାଶ ହେଇ ପୁଓକେ ଧରି ଘରକେ ଫିରିଆଏଲେ। ଇଆଡ଼େ କୁଲିମଜୁରି କରି ପିଲାଛୁଆକର ପେଟ ପୁଷ୍‌ଲା ବେଲେ ମରୁଆକୁଁ ଭିଡ଼ ହେଇଯାଉଛେ। ଏନ୍‌ତାଥି ସେ ସାନ୍‌ପୁଓର ଚିକିସତ୍ା ଲାଗି ଚିନ୍‌ତା ବି କରି ନାଇଁପାରବାର। ଏହେଦେ ସେ ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ପୁଓର ଚିକିସତ୍ା ସାହାଯ୍‌ ଲାଗି ଜିଲା ଆର ଥାନୀୟ ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କଲମପୁର ବିଡିଓ ହେମ ସାଗର ଭୋଇକୁଁ ପଚରାଲାରୁ ଇ ଘଟନାଟା ଜିଲାପାଲକଁର ଅଭିଯୋଗ ଶୁନାନିକେ ଆସିଥିଲା। ରାଜର ଚିକିସତ୍ା ବେବସ୍‌ତା କରବାକେ ଜିଲାପାଲ ବି କହିଛନ୍‌। ଘଟନାଟା ଆମର ନଜରରେ ଅଛେ ଆର ବିଧବା ମରୁଆକୁଁ ବହୁତ ଜଲଦି ଭତା ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri