Posted inଫୁରସତ

ପବନରେ ଚାର୍ଜ ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ:ଭାରତରେ ଓୟାରଲେସ ଚାର୍ଜିଂ ଟେକ୍‌ନୋଲୋଜିର ପ୍ରବେଶ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆଗାମୀ ବର୍ଷ ବଜାରରେ ଉପଲବ୍ଧ ହେବ ଓାୟାରଲେସ କ୍ୟୁ-୧ ଚାର୍ଜର ଯାହା ଅନ୍ୟ ଓ୍ବୟାରଲେସ ଚାର୍ଜର ଭଳି କାମ କରିବ। କିନ୍ତୁ ସ୍ମାର୍ଟଫୋନ ଏହି କ୍ୟୁ-୧ ଚାର୍ଜର୍‌କୁ ସ୍ପର୍ଶ କରିବ ନାହିଁ। ଏହା ଚାର୍ଜରଠାରୁ ୪୫ଏମ୍‌ଏମ୍‌ ଦୂରତାରେ ରହିବ । କ୍ୟୁ-୧ ଚାର୍ଜର ଖୁବ୍‌ କମ୍‌ ଶକ୍ତି ବ୍ୟବହାର ମଧ୍ୟ କରିବ। ସ୍ମାର୍ଟଫୋନ୍‌ କେସ ନିର୍ମାତା ସ୍ପିଜେନ ଓ ଓସିୟା ଏବେ ସ୍ମାର୍ଟଫୋନ୍‌ କେସ ଉପରେ ଏକ ନୂତନ ଓ୍ବାୟାର୍‌ଲେସ ଟେକ୍‌ନୋଲୋଜି ବିକାଶ କରୁଛି ଯାହା ଫୋନ୍‌କୁ ବିନା ତାର, ପ୍ଲଗ କିମ୍ବା ପଡ୍‌ରେ ଚାର୍ଜ କରିପାରିବ। ଏହା ୨୦୨୦ରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ସ୍ମାର୍ଟଫୋନରେ ଏକ ଛୋଟ ବ୍ୟାଟେରି ରହିବ ଓ ତାହା ଚାର୍ଜରଠାରୁ ବିନା ତାରରେ ଏକ ଇଞ୍ଚରୁ ୩ ଫୁଟ୍‌ ମଧ୍ୟରେ ୩୦ ମିନିଟ୍‌ରୁ ଘଣ୍ଟାଏ ମଧ୍ୟରେ ପୂରା ଚାର୍ଜ ହୋଇଯିବ। ଚାର୍ଜରେ ଏକ ଟ୍ରନ୍ସମିଟର ରହିବ । ଏହା ରେଡିଓ ତରଙ୍ଗ ରୂପେ ଶକ୍ତିକୁ ସ୍ମାର୍ଟଫୋନକୁ ପ୍ରେରଣ କରିବ। ଏହି ଟେକ୍‌ନୋଲୋଜିରେ ସ୍ମାର୍ଟଫୋନ୍‌ରେ ଏକ ଓ୍ବାଟ୍‌ଅପ୍‌ ରିସିଭର ରହିବ ଯାହା ସେହି ରେଡିଓ ତରଙ୍ଗକୁ ପୁଣି ଡିସି-ପାଓ୍ବାରରେ ରୂପାନ୍ତରିତ କରିପାରିବ । ଏହି ଡିସି ପାଓ୍ବାରରେ ସ୍ମାର୍ଟଫୋନ ଚାର୍ଜ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri