Posted inଖେଳ

ପନ୍ତଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଲେ କୋହଲି

ଖ୍ରୀଷ୍ଟଚର୍ଚ୍ଚ, ୩।୩ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ (୦-୩)ରେ ହାରିବା ପରେ ଟେଷ୍ଟରେ ମଧ୍ୟ ଭ୍ରମଣକାରୀ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍‌କୁ ୭ ଉଇକେଟ୍‌ରେ ହାରିବା ସହ ଭାରତ ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜରେ କ୍ଲିନ୍‌ସୁଇପ୍‌ ହୋଇଛି। ଫଳରେ ଭାରତର ଦେଢ଼ମାସର ନ୍ୟୁଜିଲାଣ୍ଡ ଟୁର୍‌ ଶେଷ ହୋଇଛି। ଟେଷ୍ଟ ସିରିଜ ପରାଜୟବରଣ ପରେ ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି। ଏଥିମଧ୍ୟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଉଇକେଟ୍‌କିପର ରିଦ୍ଧିମାନ ଶାହଙ୍କ ଉପସ୍ଥିତି ସତ୍ତ୍ୱେ ବାରମ୍ବାର ବିଫଳ ହେଉଥିବା ରିଷଭ ପନ୍ତଙ୍କୁ ସୁଯୋଗ ଦେବା ନେଇ ଏବେ କୋହଲିଙ୍କ ଉପରକୁ ଆଙ୍ଗୁଠି ଉଠିଛି। ଘରୋଇ ପରିବେଶରେ ଉଭୟ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଶାହ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର କୌଣସି ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ସୁଯୋଗ ମିଳି ନ ଥିଲା। ପନ୍ତ ୨ଟି ଯାକ ମ୍ୟାଚ୍‌ରେ ସୁଯୋଗ ପାଇଥିଲେ ମଧ୍ୟ ଉଇକେଟ୍‌ ପଛରେ କି ଆଗରେ ପ୍ରଦର୍ଶନର ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି। ତେବେ ପନ୍ତଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଛନ୍ତି କୋହଲି। ସୋମବାର ମ୍ୟାଚ୍‌ ପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୋହଲି କହିଛନ୍ତି, ‘ଆମେ ତାଙ୍କୁ (ପନ୍ତ) ବହୁତ ସୁଯୋଗ ଦେଇଛୁ। କିନ୍ତୁ ମୋତେ ଲାଗୁନି ଯେ କେହି ଟିମ୍‌ରେ ନିଜ ସ୍ଥାନକୁ ହାଲ୍‌କା ଭାବେ ନେଉନାହାନ୍ତି। ପୁରା ଟିମ୍‌ର ଖରାପ ପ୍ରଦର୍ଶନ ଲାଗି ଆମେ ହାରିଲୁ। ଏଥିଲାଗି କେବଳ ପନ୍ତଙ୍କୁ ଦୋଷୀ ଭାବିବା ଭୁଲ’। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୪ ଇନିଂସରୁ ପନ୍ତ ମାତ୍ର ୬୦ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୫ ରନ ତାଙ୍କର ଶ୍ରେଷ୍ଠ ଇନିଂସ ରହିଛି। ‘ଘରୋଇ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଆମେ ପନ୍ତଙ୍କୁ ସୁଯୋଗ ଦେଇଛୁ। ଏହାପରେ ସେ କେତେକେ ମ୍ୟାଚ୍‌ ଖେଳି ନ ଥିଲେ। କିନ୍ତୁ ପରେ ସେ କଠିନ ପରିଶ୍ରମ କରିଛନ୍ତି। ସେଥିପାଇଁ ଆମେ ତାଙ୍କୁ ଏହି ସିରିଜରେ ସୁଯୋଗ ଦେବାକୁ ଚିନ୍ତା କରିଥିଲୁ’ ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ବିଶ୍ୱରେ ଖେଳିଗଲା…

ନୂଆଦିଲ୍ଲୀ,୧୯।୧୨: ଭାରତ ଚାଇନା ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚାଇନାରୁ ଆମଦାନୀ ହେଉଥିବା କିଛି ଇସ୍ପାତ ଉତ୍ପାଦ ଉପରେ ପାଞ୍ଚ ବର୍ଷର ଆଣ୍ଟି-ଡମ୍ପିଂ ଶୁଳ୍କ...

ପାକିସ୍ତାନ ଜନସଂଖ୍ୟା ନିୟନ୍ତ୍ରଣ ଉଦ୍ୟମକୁ ଝଟ୍‌କା: କଣ୍ଡୋମ୍‌ ଉପରୁ GST ଛାଡ଼ ମନା

ଇସଲାମାବାଦ,୧୯ା୧୨: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଜନ୍ମ ନିୟନ୍ତ୍ରଣ ସାମଗ୍ରୀ (କଣ୍ଡୋମ/ଗର୍ଭ ନିରୋଧକ) ଉପରେ ଲାଗୁ ହୋଇଥିବା ୧୮ ପ୍ରତିଶତ ସାଧାରଣ ବିକ୍ରୟ କର...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

ଶେଷ ହେବ ‘ଇନ୍ସପେକ୍ଟର ରାଜ୍‌’ : ମୁଖ୍ୟ ଶାସନ ସଚିବ ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୯।୧୨ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ, ଯୋଜନା ଏବଂ କାର୍ଯ୍ୟକ୍ରମ ଅନେକ ସମୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇପାରୁନାହିଁ।...

ରାମ ଜି ବିଲ୍ ପାସ୍ ବିରୋଧରେ ବିରୋଧୀଙ୍କ ରାତିସାରା ଧାରଣା

ନୂଆଦିଲ୍ଲୀ,୧୯ା୧୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ (MGNREGA) ସ୍ଥାନରେ ଆସିଥିବା ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ...

ବୃଦ୍ଧି ପାଉଛି ଶୀତ ପ୍ରକୋପ, ଏହି ଜିଲାରେ ଶନିବାର ସକାଳୁଆ ସ୍କୁଲ ହେବନି

ବ୍ରହ୍ମପୁର,୧୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫୮୩୦ ଅନୁଯାୟୀ ଚଳିତ ସପ୍ତାହରୁ ଜିଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri