ପନିକି ଘାଟିରେ ବରଯାତ୍ରୀ ଗାଡି ଓଲଟି, ୭ ଗୁରୁତର

ତେଲକୋଇ, ୨୮।୪(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗ୍ରାମରେ ଝିଅ ବାହାଘର ହୋଇଥିଲା। ଶନିବାର ଗ୍ରାମବାସୀ ମହିଳା ଓ ପୁରୁଷ ମିଶି ଝିଅକୁ ବିଦା ଦେବା ପାଇଁ ଏକ ୪୦୭ ଗାଡିରେ ତାଳପଦା ଦେଇ ହରିଚନ୍ଦନପୁର ବ୍ଲକ ଅଭିମୁଖେ ଯାଉଥିଲେ। ଉକ୍ତ ଗାଡିରେ ୩୦ରୁ ଊର୍ଦ୍ଧ୍ୱ ଲୋକେ ବସିଥିଲେ। ତାଳପଦା ଆଗରେ ଥିବା ପନିକି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବା ଯୋଗୁଁ ୭ଜଣ ଗୁରୁତର ଆହତ ହୋଇଥିଲେ। ଆହତ ମାନଙ୍କୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଅନ୍ୟ ଗୁରୁତର ଯାତ୍ରୀଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri