ପଥରମୁଣ୍ଡାରେ ରହିବେ ଜରଡ଼ା ବାସିନ୍ଦା

ଅନୁଗୋଳ ଅଫିସ୍‌, ୧୪।୨ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର୍‌ପିଡିଏସି ଅଧ୍ୟକ୍ଷ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୧୧ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ସମ୍ବଲପୁର ଏମପି ନିତିଶ ଗଙ୍ଗଦେବ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏମ୍‌ସିଏଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭୋଳାନାଥ ଶୁକ୍ଳା, ଜିଲା ପରିଷଦ ସଭାପତି ବାସନ୍ତୀ କିଷାନ ଓ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ପ୍ରମୁଖ ଯୋଗଦେଇଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ଥଇଥାନ ପାଇଁ ଆର୍‌ପିଡିଏସି ଏକ ବ୍ୟବସ୍ଥା। ଏହି ବ୍ୟବସ୍ଥା ମଧ୍ୟରେ ଉଭୟ ଏମ୍‌ସିଏଲ୍‌, ପ୍ରଶାସନ ଓ ଲୋକ ପ୍ରତିନିଧି ମିଳିତ ଭାବେ ଆନ୍ତରିକତାର ସହିତ ବିଭିନ୍ନ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କଲେ ବିସ୍ଥାପିତ ପରିବାର ଉପକୃତ ହେବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏଥିସହ ଖଣି କ୍ଷତିଗ୍ରସ୍ତ ତାଳଚେର ପଥରମୁଣ୍ଡା ଗ୍ରାମରେ ଜରଡ଼ା ଗ୍ରାମବାସୀଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୪ ମାସ ମଧ୍ୟରେ ପଥରମୁଣ୍ଡା ଗ୍ରାମର ଲୋକଙ୍କୁ ନିଯୁକ୍ତି ଦିଆଯିବା ପରେ ଉକ୍ତ ଗ୍ରାମରେ ଅଧିଗ୍ରହଣ ହୋଇଥିବା ବସ୍ତି ଜମିରେ ଜରଡ଼ାବାସୀଙ୍କୁ ରଖାଯିବ। ଗତ ୧୦ ତମ ଆରପିଡିଏସି ବୈଠକରେ ଏହା ସ୍ଥିର କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିଲା। କିନ୍ତୁ ୧୧ତମ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ହୋଇଥିବା କୁହାଯାଇଥିଲା। ବୈଠକରେ ଉପସ୍ଥିତ ଢେଙ୍କାନାଳ ଏମ୍‌ପି ସାହୁ କହିଥିଲେ ଯେ, ଦୀର୍ଘ ଦିନ ପରେ ୧୧ତମ ଆର୍‌ପିଡିଏସି ବୈଠକ ହେଉଥିବାରୁ ବିସ୍ଥାପିତ ଲୋକମାନଙ୍କ ଥଇଥାନ ନେଇ ଅନେକ ସମସ୍ୟା ରହିଛି। ତେବେ ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଓଡ଼ିଶାର ଏହି ପ୍ରକଳ୍ପ ପ୍ରତି ଥିବା ସକାରାତ୍ମକ ମନୋଭାବ ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସେମାନଙ୍କ ନ୍ୟାଯ୍ୟ ଦାବି ହାସଲ କରିବାରେ ସହାୟକ ହେବ। ରାଜ୍ୟର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଜମିହରା ପ୍ରଜାଙ୍କ ନିଯୁକ୍ତି ଓ ଥଇଥାନକୁ ତ୍ୱରାନ୍ବିତ କରିବା ଉପରେ ଏମ୍‌ପି ସାହୁ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁର ଏମ୍‌ପି ଗଙ୍ଗଦେବ କହିଥିଲେ, ଦୀର୍ଘଦିନ ଧରି ପଡ଼ିରହିଥିବା ସମସ୍ୟାଗୁଡ଼ିକୁ ଏମ୍‌ସିଏଲ୍‌ ଆନ୍ତରିକତାର ସହ ସମାଧାନ କରୁ। ଜମିହରା ପ୍ରଜାମାନଙ୍କ ନିଯୁକ୍ତି ଓ ଥଇଥାନ ନେଇ ଏମ୍‌ପି ଗଙ୍ଗଦେବ ଏମ୍‌ସିଏଲ୍‌ ସିଏମ୍‌ଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ସିଏଲ୍‌ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଅଧିଗ୍ରହଣ ହୋଇଥିବା ଜମି ବାବଦରେ ସ୍ବାମୀ ଚାକିରି ପାଇଥିଲେ ବି ଦ୍ୱିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ପରେ ସ୍ତ୍ରୀଙ୍କୁ ଚାକିରି ଦେବା ଉପରେ ଅନ୍ୟ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ। ବିସ୍ଥାପିତ ପରିବାରଗୁଡ଼ିକର ନ୍ୟାଯ୍ୟ ଦାବି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ କରାଯିବା ନିମନ୍ତେ ସଦସ୍ୟମାନେ ସିଏମ୍‌ଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ମନୋଜ କୁମାର ମହାନ୍ତି ଏମ୍‌ସିଏଲ୍‌ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ୩ ବର୍ଷ ମଧ୍ୟରେ ସାରିଲେ ବିସ୍ଥାପିତ ପରିବାରଗୁଡ଼ିକର ନିଯୁକ୍ତି ଓ ଥଇଥାନ ଠିକ୍‌ ସମୟରେ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ୪(୧) ବିଜ୍ଞପ୍ତି ପରେ ଅତି କମ୍‌ରେ ୩ ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସାରିବା ପାଇଁ ଜିଲାପାଳ ଏମ୍‌ସିଏଲ୍‌ ସିଏମ୍‌ଡି ଶୁକ୍ଳାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ କୋଇଲା ମନ୍ତ୍ରଣାଳୟରେ ପ୍ରସ୍ତାବ ରଖାଯାଇ ବିସ୍ଥାପିତ ପରିବାରର ସମସ୍ତ ଦାବି ଏହି ସମୟ ସୀମା ମଧ୍ୟରେ ଶେଷ କରାଯିବ ବୋଲି ସିଏମ୍‌ଡି ଶୁକ୍ଳା ପ୍ରକାଶ କରିଥିଲେ। ଏଣିକି ଉପଖଣ୍ଡର ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ଖଣିର ଜିଏମ୍‌, ଥାନା ଆଇଆଇସି ଓ ଜମିହରା ପ୍ରଜାଙ୍କ ପ୍ରତିନିଧି ମିଶି ଯେ କୌଣସି ସମସ୍ୟାର ସମାଧାନ କରି ସବ୍‌କମିଟିକୁ ଅବଗତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ତାଳଚେର ଅଞ୍ଚଳରେ ସୃଷ୍ଟି ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଆଧାରରେ ବିସ୍ଥାପିତ ପରିବାରଙ୍କ ଦାବି ପୂରଣ ଉପରେ ଆଇଜି ଭୋଳ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ହିଲୋଇ ଓ ଏକଡ଼ାଳ ଗ୍ରାମର ଲେଫ୍ଟ ଆଉଟ ଜମିହରାପ୍ରଜାଙ୍କୁ ପୁନର୍ବାସ ଓ ଥଇଥାନ, ଜରଡ଼ା ଗ୍ରାମର ସ୍ଥାନାନ୍ତରଣ ସମେତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ଓ ଖେମେଇ ବିଦ୍ୟାଳୟ, ଗୋପାଳପ୍ରସାଦ ପୋଲିସ ଷ୍ଟେଶନର ସ୍ଥାନାନ୍ତର ସମ୍ପର୍କରେ ଆଲୋଚନା ହୋଇଥିଲା। ଗୋପାଳଜୀ ଓ ସିପିର କଂସମୁଣ୍ଡା ଗ୍ରାମର ଆୱାର୍ଡ ପାସ୍‌, ପଥରମୁଣ୍ଡା ଗ୍ରାମର ବସ୍ତି ଜମି ଅଧିଗ୍ରହଣ, କଣିହଁା ଗ୍ରାମର ୧୦୭ ପରିବାରରୁ ନିଯୁକ୍ତି, ବିସ୍ଥାପିତ ପରିବାରର ଜ୍ୱାଇଁଙ୍କୁ ଚାକିରି ଓ ନାତେଡ଼ି ଗ୍ରାମର ୮୦ଟି ‘ଡି’ କାଟେଗୋରୀକୁ ଚାକିରି ଦେବା ପାଇଁ ସବ୍‌କମିଟିରେ ନିଷ୍ପତ୍ତି ନେବା ସମ୍ପର୍କରେ ଆଲୋଚନା ହୋଇଥିଲା। ଭୂସ୍ଖଳନ ସ୍ଥାନରେ ବାଲି ଭର୍ତ୍ତି ପାଇଁ ଜମି ମାଲିକମାନଙ୍କୁ ୪୦ ହଜାର ଟଙ୍କା ଦେବାକୁ ବୈଠକରେ ସ୍ଥିର କରାଯାଇଥିଲା। ବିସ୍ଥାପିତ ପରିବାରଗୁଡ଼ିକ ପୁନର୍ବାସ ଓ ଥଇଥାନ ସହାୟତା ପାଇବାର ୪ ମାସ ପରେ ଉକ୍ତ ଘର ଭାଙ୍ଗି ଜାଗା ଛାଡ଼ିଲେ ସେଠାରେ ଖଣି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପିଡି ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଏମ୍‌ସିଏଲ୍‌ ଭୂଅର୍ଜନ ଅଧିକାରୀ ରତନ ଆଚାର୍ଯ୍ୟଙ୍କ ସମେତ ତାଳଚେର, କଣିହଁା ଓ ଛେଣ୍ଡିପଦାର ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ସାମାଜିକ କର୍ମୀ, ସ୍ବୟଂସହାୟକ ଗୋଷ୍ଠୀ ଓ ବିସ୍ଥାପିତ ପରିବାରର ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଓ ଏମ୍‌ସିଏଲ୍‌ର ବିଭିନ୍ନ ଖଣି ଅଞ୍ଚଳର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri