ପଥର କ୍ୱାରି କଲେ ଆତ୍ମହତ୍ୟା କରିବୁ

ଚନ୍ଦ୍ରଗିର,୮ା୧ -ପଥର କ୍ୱାରୀ କଲେ ଆତ୍ମହତ୍ୟା କରିବୁ। ଏଭଳି ଚେତାବନୀ ଦେଇଛନ୍ତି ମୋହନା ତହସିଲ ବାଘମାରୀ ପଞ୍ଚାୟତର ପେଜପାଣୀ, ଫଟାଚାଞ୍ଚଡା ଓ ସର୍ଗୀସାହି ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ଫଟାଚାଞ୍ଚଡା ମୌଜା ଖାତା ନଂ.୧୮ ପ୍ଲଟ ନମ୍ବର ୧୭୨ରେ ୧.୮୦୦ହେକ୍ଟର ପର୍ବତ କିସମ ଜମିକୁ ଦୀର୍ଘମିଆଦି ଲିଜ୍‌ ସୂତ୍ରରେ ୨୦୧୭-୧୮ରୁ ୨୧-୨୨ ପର୍ଯ୍ୟନ୍ତ ଲିଜ ଦେବା ପାଇଁ ମୋହନା ତହସିଲରୁ ଏହି ତିନି ଖଣ୍ଡ ଗ୍ରାମବାସୀଙ୍କୁ ଅବଗତ କରାଇବାକୁ ବାଘମାରୀ ପଞ୍ଚାୟତକୁ ଚିଠି କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟରୁ ଚିଠି କରି ଉକ୍ତ ୩ ଗ୍ରାମବାସୀଙ୍କୁ ଜଣାଇ ଦିଆଯାଇଥିଲା। ୮ ମାର୍ଚ୍ଚ ୨୦୧୯ରେ ଫଟାଚାଞ୍ଚଡାରେ ଗ୍ରାମସଭା ବୈଠକ ବସି ପଥର କ୍ୱାରି ନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏବିଷୟରେ ସରପଞ୍ଚ, ଚନ୍ଦ୍ରଗିରି ଆର୍‌ଆଇ, ମୋହନା ତହସିଲଦାର ତଥା ଗଜପତି ଜିଲାପାଳଙ୍କୁ ମଧ୍ୟ ପଞ୍ଚାୟତ ଜରିଆରେ ଜଣାଇ ଦିଆଯାଇଥିଲା। ମାତ୍ର ୩ ଜାନୁୟାରୀ ୨୦୨୦ରେ ଜଣେ କ୍ରସର ମାଲିକଙ୍କ ସହ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉକ୍ତ ଜମିରେ ସିମେଣ୍ଟ ଖୁଣ୍ଟ ପୋତୁଥିବା ଦେଖି ଗ୍ରାମବାସୀ ବିରୋଧ କରିଥିଲେ। ପୁଣି ସୋମବାର ବାଘମାରୀ ପଞ୍ଚାୟତ ନାଏବ ସରପଞ୍ଚ ମାଥ୍ୟୁ ଶବର, ବଳରାମ ନାୟକ, ଲୁହୁରି ଶବର, ବାସିନୀ ମହାଙ୍କୁଡ଼, ବାଳକୃଷ୍ଣ ନାୟକ, ପ୍ରଭାକର ନାୟକ ପ୍ରମୁଖଙ୍କ ସହ ସେହି ଅଞ୍ଚଳର ମହିଳା ଓ ପୁରୁଷ ଏକାଠି ହୋଇ ପେଜପାଣୀ ଗ୍ରାମ ରାସ୍ତାରେ ବିକ୍ଷୋଭ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ କହିବା ପ୍ରକାରେ ସେଠାରେ ବାଲ୍ୟ ଠାକୁରାଣୀ ଦେବୀ ଅଛନ୍ତି। ଆମେ ତାଙ୍କୁ ପୂଜା କରିଆସୁଛୁ। ଆମ୍ବ, ପଣଷ, କାଜୁ, ସପୁରି, କାଠକନ୍ଦା, ଜନା, ମାଣ୍ଡିଆ ଭଳି ବିଭିନ୍ନ ପ୍ରକାର ଫଳମୂଳ ଚାଷ କରି ଆମେ ପରିବାର ପ୍ରତିପୋଷଣ କରୁଛୁ। ଏଠାରେ ଯଦି ପଥର କ୍ୱାରୀ ହେଲେ ଜୀବନଜୀବିକା ଚାଲିଯିବ। ଏନେଇ ପୁଣି ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲାପାଳ, ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବୁ। ଯଦି କେହି ନ ଶୁଣିବେ ତେବେ ଆମେ ଆତ୍ମହତ୍ୟା କରିବୁ, ଆମ ମୃତ୍ୟୁ ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।
ବାଘମାରୀ ସରପଞ୍ଚ ବୃନ୍ଦାବତୀ ଶବର କହିଛନ୍ତି, ପଥର କ୍ୱାରିକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବା ପ୍ରଶାସନକୁ ଜଣାଇଦିଆଯାଇଛି। ତଥାପି କ୍ୱାରି କରିବାକୁ ଆସିଛନ୍ତି। ମାତ୍ର ସରପଞ୍ଚ ହିସାବରେ ମଧ୍ୟ ମୋତେ ଜଣାଇନାହାନ୍ତି। ବିରୋଧ ସତ୍ତ୍ବେ ଏପରି ପଦକ୍ଷେପକୁ ମୁଁ ନିନ୍ଦା କରୁଛି
ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri