ପତଳା ହେବାର ସୁଯୋଗ ଉଠାଇ ଜେଲ୍‌ର ବନ୍ଦୀଶାଳାରୁ ଖସିପଳାଇଲେ କଏଦୀ

ସୁକ୍ରେ,୧୨।୭: ବଲିଭିଆରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଲିସ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଆଉ ସେଠାରେ ସେ ପତଳା ହେବାର ସୁଯୋଗ ଉଠାଇ ଜେଲ୍‌ର ବନ୍ଦୀଶାଳାରୁ ଫେରାର ହୋଇଯାଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହେବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଜଧାନୀ ସୁକ୍ରେରେ ଥିବା ଏକ ଘରୁ ଜଜ୍‌ ମଣ୍ଟିଲା ଓରଫ୍‌ କୋକୋ ନାମକ ବ୍ୟକ୍ତି ଚୋରି କରିଥିଲେ। ଉକ୍ତ ଘରର ସିସିଟିଭିକୁ ଆଧାରକରି ପୋଲିସ୍‌ ମଣ୍ଟିଲାଙ୍କୁ ଗିରଫ କରିଥିଲା। ହେଲେ ମଣ୍ଟିଲା ଜେଲ୍‌ରେ ଅଧିକ ସମୟ ବିତାଇ ନ ଥିଲେ। ପାଖରେ କେହି ଗାର୍ଡ ନ ଥିବା ସମୟରେ ଏହାର ସୁଯୋଗ ନେଇ ଜେଲ୍‌ ଭିତରୁ ସେ ଫେରାର ହୋଇଯାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ଜଣେ କଏଦୀ ଜେଲ୍‌ରୁ ଫେରାର ହୋଇଥିବା ଘଟଣା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣା ନ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିବା ସହ ଏହି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପୋଲିସରେ ବଡ଼ ହଲଚଲ! କଳାହାଣ୍ଡି ଭାର ସମ୍ଭାଳିବେ ଏଡିଜିପି ଯତୀନ୍ଦ୍ର କୋଏଲ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ…

ରହସ୍ୟଘେରାରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri