Posted inରାଜ୍ୟ

ପଞ୍ଚଭୂତରେ ଲୀନ ହେଲେ ମନମୋହନ ମହାପାତ୍ର

ପୁରୀ ଅଫିସ୍‌, ୧୪।୧: ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପୁରୀ ସ୍ବର୍ଗଦ୍ୱାରଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବଡପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ। ମନମୋହନଙ୍କୁ ଶେଷଦର୍ଶନ କରିବା ପାଇଁ ସ୍ବର୍ଗଦ୍ୱାରରେ ପ୍ରବଳ ଭିଡ ଜମିଥିଲା। ଓଡ଼ିଶା ସିନେ ଜଗତର ବହୁ କଳାକାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୬୮ ବର୍ଷୀୟ ମନମୋହନ ମହାପାତ୍ରଙ୍କ ସୋମବାର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଥିଲା।

ଉଚ୍ଚକୋଟୀର କଳାତ୍ମକ ସିନେମା ନିର୍ମାଣ କରି ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭିନ୍ନ ପରିଚୟ ଦେଇଥିଲେ ମନମୋହନ ମହାପାତ୍ର। ନିକଟରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଥିବାବେଳେ ତାଙ୍କ ଫିଲ୍ମ ‘ଭିଜା ମାଟିର ସ୍ବର୍ଗ’ ୬ଟି ପୁରସ୍କାର ପାଇଥିଲା। ସେହିଭଳି ତାଙ୍କ ନିର୍ଦ୍ଦେଶିତ ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘କ୍ଲାନ୍ତ ଅପରାହ୍ନ’, ‘ନୀରବ ଝଡ଼’, ‘ମଝିପାହାଚ’, ‘ନିଷିଦ୍ଧ ସ୍ବପ୍ନ’, ‘ଶୀତରାତି’, ‘ତ୍ରିସା’, ‘କିଛି ସ୍ମୃତି କିଛି ଅନୁଭୂତି’, ‘ଅନ୍ଧ ଦିଗନ୍ତ’, ‘ଭିନ୍ନ ସମୟ’, ‘ଅଗ୍ନିବୀଣା’, ‘ମୁହୂର୍ତ୍ତ’, ‘ଭିଜା ମାଟିର ସ୍ବର୍ଗ’ ଓ ‘ଭିନ୍ନ ସମୟ’। ଜଣେ ସଫଳ ନିଦ୍ଦେର୍ର୍ଶକ ହେବା ସହ ମନମୋହନ ଦୁଇଟି ସିନେମା ‘ନୀରବ ଝଡ଼’ ଓ ‘ଫରବିଡେନ୍‌ ଡ୍ରିମ୍‌’ର ପ୍ରଯୋଜକ ମଧ୍ୟ ଥିଲେ। ଏଥିସହ ସେ ବହୁ ଉଚ୍ଚକୋଟୀର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ‘ଭଏସ୍‌ ଅଫ୍‌ ସାଇଲେନ୍ସ’, ‘କୋଣାର୍କ: ଦି ସନ୍‌ ଟେମ୍ପୁଲ’ ଓ ‘ଆଣ୍ଟି ମେମୋୟର୍ସ ଆଣ୍ଡ୍‌ ଆଣ୍ଟି ମେମୋରିଜ’ ଇତ୍ୟାଦି। ସେହିଭଳି ଜଣେ ସଫଳ ଚିତ୍ରନାଟ୍ୟକାର ଓ ସଂଳାପକାର ଭାବେ ମଧ୍ୟ ତାଙ୍କର ନୂଆ ପରିଚୟ ରହିଛି। କେବଳ ଜାତୀୟ ସ୍ତରରେ ନୁହେଁ, ଓଡ଼ିଆ ଚଳଚ୍ଚିତ୍ରକୁ ବିଶ୍ୱ ଦରବାରେ ପରିଚିତ କରାଇବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ନୀରବ ଝଡ଼’ ଜାତୀୟ ପୁରସ୍କାର ଜିତିବା ସହ ଅନେକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ମଧ୍ୟ ପୁରସ୍କାର ହାସଲ କରିଛି। ଶ୍ରେଷ୍ଠ ଆଞ୍ଚଳିକ ସିନେମା ବର୍ଗରେ ସେ ଲଗାତର ୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି।


୧୯୫୧ରେ ଜନ୍ମଲାଭ କରିଥିବା ମନମୋହନ ବିଜେବି କଲେଜରେ ପାଠପଢ଼ା ସାରିବା ପରେ ପୁଣେ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ (ଏଫ୍‌ଟିଟିଆଇ)ରେ ନାମ ଲେଖାଇଥିଲେ। ସେଠାରୁ ପାସ୍‌ କରିବା ପରେ ସେ ୧୯୭୬ରେ ଓଡ଼ିଆ ଫିଲ୍ମ ‘ଶୀତ ରାତି’କୁ ପ୍ରଥମକରି ନିର୍ଦ୍ଦେଶନା ଦେଇଥିଲେ। ଏହା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ହାସଲ କରିବା ସହ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ଗୌରବ ଅର୍ଜନ କରିଥିଲା। ମନମୋହନଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ମହାପାତ୍ର ଓଡ଼ିଆ କଳାତ୍ମକ ଚଳଚ୍ଚିତ୍ରର ପଥ ପ୍ରଦର୍ଶକ ଥିଲେ। ଉଚ୍ଚମାନର କଳାତ୍ମକ ଚଳଚ୍ଚିତ୍ର ନିର୍ମାଣ କରି ସେ ଦେଶ ବିଦେଶରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏଶନ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲୀପ ହାଲି ଏକ ଶୋକ ବାର୍ତ୍ତାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri