ପଙ୍ଗପାଳ ଆତଙ୍କ: ଉପାନ୍ତ ଚାଷୀଙ୍କୁ ସଚେତନ କରାଗଲା

ଚମ୍ପୁଆ,୪।୬(ଡି.ଏନ.ଏ)-ଓଡିଶା ଚାଷୀଙ୍କୁ ଏବେ ପଙ୍ଗପାଳ ଭୟ ଘାରିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଏହି ପଙ୍ଗପାଳ ଶସ୍ୟ କ୍ଷେତ୍ରକୁ ସମୂଳେ ନଷ୍ଟ କରିଦେବାର ସମ୍ଭାବନା ରହିଛି। ଏହି ପରୀପ୍ରେକ୍ଷୀରେ କେନ୍ଦୁଝର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା କୃଷି ବିଭାଗ କେନ୍ଦୁଝର ଏ.ଡି.ଏ ପୂର୍ଣ୍ଣଚନ୍ଦ୍ର ସାହୁ, ଚମ୍ପୁଆ କୃଷି ଜିଲା ଅଧିକାରୀ ଗଜେନ୍ଦ୍ରନାଥ ଗୋଚ୍ଛାୟତ, ବ୍ଲକ କୃଷି ଅଧିକାରୀ ବିଷ୍ଣୁପ୍ରସାଦ କର, ସହକାରୀ କୃହି ଅଧିକାରୀ ଅବିନାଶ ବେହେରା ଓ କୃହି ଅଧିଦର୍ଶକ ଅଜିତ କୁମାର ସେଠୀ ପ୍ରମୁଖ ଚମ୍ପୁଆ ଓ ଝାଡ଼ଖଣ୍ଡର ଉପାନ୍ତ ଅଞ୍ଚଳ କଙ୍କଡାପାଟ, କୁଟାରିପଶି, କୁଦାପି ଏବଂ ଯୋଡା ବ୍ଲକର ପୁଟୁଗାଁ ଆଦି ଅଞ୍ଚଳରେ ସ୍ଥାନୀୟ ଚାଷୀଙ୍କୁ ପଙ୍ଗପାଳ ସମନ୍ଧୀୟ ସୂଚନା ଦେବା ସହିତ ଏହାର ପ୍ରଭାବ ଓ ଏହାର ପ୍ରତିକାର ସମନ୍ଧରେ ବୁଝାଇଥିଲେ। ପଙ୍ଗପାଳ ଓ ଝିଣ୍ଟିକା ମଧ୍ୟରେ ଫରକ ଅବଗତ କରାଇବା ସହିତ ପଙ୍ଗପାଳ ଆସିଲେ ତୁରନ୍ତ କୃଷି ବିଭାଗକୁ ସୂଚନା ଦେବାପାଇଁ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ଉପାନ୍ତ ଗ୍ରାମ ଗୁଡିକରେ ସଚେତନ ବାର୍ତ୍ତା ସମ୍ବଳିତ ପ୍ରଚାର ପତ୍ର ବଣ୍ଟାଯାଇଥିଲା। ଏ ନେଇ ଚମ୍ପୁଆ କୃଷି ଜିଲା ଅଧିକାରୀ ଗୋଚ୍ଛାୟତଙ୍କୁ ପଚାରିବାରୁ ପଙ୍ଗପାଳ ଗୁଡିକ ଦିନବେଳେ ଫସଲ ହାନି କରୁଥିବା ବେଳେ ରାତି ହେଲେ ଦଳବଦ୍ଧ ଭାବରେ ଏକ ନିଦ୍ଦିଷ୍ଟ ଗଛରେ ରହିଥାନ୍ତି। ଉପାନ୍ତ ଚାଷୀମାନେ ପଙ୍ଗପାଳ ବିଷୟରେ ଆମକୁ ସୂଚନା ଦେଲେ ଆମ୍ଭେ ତୁରନ୍ତ ପଦକ୍ଷପ ଗ୍ରହଣ କରି ପାରିବୁ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri