‘ପକ୍କାଘର ଯୋଗ୍ୟତା କାର୍ଡ’ ବଣ୍ଟନର ଶୁଭାରମ୍ଭ ଆଜି

ଭୁବନେଶ୍ୱର,୫ା୩(ବ୍ୟୁରୋ): ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ’ ପ୍ରଦାନ କରିବେ। ଗୁରୁବାର ପଞ୍ଚାୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ। ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ସୂଚନା ଦେଇଛନ୍ତି।
ଯୋଗ୍ୟତା କାର୍ଡ ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ମାର୍ଚ୍ଚ ୫ରୁ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ବିଡିଓମାନେ ଏଥିପାଇଁ ବ୍ଲକ, ପଞ୍ଚାୟତ ଓ କ୍ଲଷ୍ଟର ସ୍ତରରେ କ୍ୟାମ୍ପମାନ ଆୟୋଜନ କରିବେ। କାର୍ଡ ବଣ୍ଟନ ଲାଗି ହୋଇଥିବା ନିଷ୍ପତ୍ତିି ଅନୁଯାୟୀ ୫୦ଟି ବିଧାନସଭା କ୍ଷେତ୍ରରେ ବ୍ଲକ ସ୍ତରରେ ଆୟୋଜିତ କ୍ୟାମ୍ପରେ ମନ୍ତ୍ରୀମାନେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଡ ପ୍ରଦାନ କରିବେ। ସେହିଭଳି ଅନ୍ୟ ବ୍ଲକଗୁଡିକରେ ବିଧାୟକମାନେ ମୁଖ୍ୟଅତିଥି ହୋଇ କାର୍ଡ ବଣ୍ଟନ କରିବା ପାଇଁ କୁହାଯାଇଛି। ପ୍ରତି କ୍ୟାମ୍ପ ଆୟୋଜନ ଲାଗି ରାଜ୍ୟ ସରକାର ୨୦,୦୦୦ ଟଙ୍କାର ବ୍ୟବସ୍ଥା କରିଛନ୍ତି। ଘର ପାଇବାକୁ ଥିବା ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା ପ୍ରତାପ କହିଛନ୍ତି। ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଯୋଗ୍ୟତା କାର୍ଡ ପ୍ରଦାନ ଲାଗି ସ୍ଥିର ହୋଇଛି। ବିଡିଓମାନେ ରାଜ୍ୟ ସରକାରୀ ୱେବସାଇଟ୍‌ରୁ କାର୍ଡଗୁଡିକ ଡାଉନଲୋଡ କରିବା ସହିତ ଏଥିରେ ହୋଲୋଗ୍ରାମ ଲଗାଇ ହିତାଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା କରିବେ। ଏହି କାର୍ଡ ବିଭାଗ ପକ୍ଷରୁ ଡିଆର୍‌ଡିଏ ମାଧ୍ୟମରେ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି। ହିତାଧିକାରୀମାନେ ଯେଭଳି ସୁରୁଖୁରୁରେ କାର୍ଡ ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri