ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ: ଦେଢ଼ମାସରେ ୧୦ ନିଲମ୍ବିତ, ଜଣେ ବହିଷ୍କୃତ

ନୟାଗଡ଼ ଅଫିସ,୧୮ା୧୧: ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଦେଢମାସରେ ୧୦ ଜଣ ନିଲମ୍ବିତ ହୋଇଥିବା ବେଳେ ଜଣେ ବହିଷ୍କୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୩ ଅଧିକାରୀ ଓ ୮ ଜଣ କର୍ମଚାରୀ। ଏହାକୁ ନେଇ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେପ୍ଟେମ୍ବର ୩୦ ତାରିଖରେ ଏକ ମାମଲାର ତଦନ୍ତରେ ବିଳମ୍ବ ଯୋଗୁ ଓଡ଼ଗାଁ ଥାନା ଏଏସ୍‌ଆଇ ଶରତ ଚନ୍ଦ୍ର ମିଶ୍ରଙ୍କୁ ନିଲମ୍ବିତ କରାଯାଇଥିଲା। ଅକ୍ଟୋବର ୧୭ରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବାରୁ ଫତେଗଡ଼ ଥାନା ଭାପୁର ବିଟ୍‌ ହାଉସର ଏଏସ୍‌ଆଇ ଅପର୍ତ୍ତି ସାହୁ ନିଲମ୍ବିତ ହୋଇଥିଲେ। ସେହିଭଳି ଜଣେ ବ୍ୟକ୍ତିଙ୍କୁ ଟଙ୍କା ମାଗିବାରୁ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି କନଷ୍ଟେବଳ ଅଚ୍ୟୁତାନନ୍ଦ ପ୍ରଧାନ ନିଲମ୍ବିତ ହୋଇଥିଲେ। ଅକ୍ଟୋବର ୩୧ରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ନୟାଗଡ଼ ଜିଲା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଯୁଗଳ କିଶୋର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ଯୁଗଳ ଭାପୁର ବ୍ଲକର ବିଭିନ୍ନ ଜଳ ବିଭାଜିକା ସଂଘ ସଭାପତି ଓ ସମ୍ପାଦକଙ୍କ ଅଗୋଚରରେ ଟଙ୍କା ଉଠାଣ କରିବା ସହିତ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ନଭେମ୍ବର ୬ରେ ନୟାଗଡ଼ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରୋଗ୍ରାମ୍‌ ଅଧିକାରୀ ଚୂଡ଼ାମଣି ମୁର୍ମୁଙ୍କୁ ବିଭାଗୀୟ ପ୍ରମୁଖ ସଚିବ ବହିଷ୍କୃତ କରିଥିଲେ। ଚୂଡ଼ାମଣି ପ୍ରୋଗ୍ରାମ୍‌ ଅଫିସର ସହିତ ଓଡ଼ଗାଁ ବ୍ଲକର ସିଡିପିଓ ଦାୟିତ୍ୱରେ ଥିଲେ। କିଛିବର୍ଷ ତଳେ ସେ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକରେ କାର୍ଯ୍ୟ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହି କାରଣରୁ ଚୂଡ଼ାମଣିଙ୍କୁ ବହିଷ୍କୃତ କରାଯାଇଥଲା। ସବୁଠାରୁ ବଳିଯାଇଥିଲା ଗତ ୧୩ ତାରିଖର ଘଟଣା। ଏହିଦିନ ନୟାଗଡ଼ ଜିଲା ଯୋଗାଣ କାର୍ଯ୍ୟାଳୟର ଏକାଥରରେ ୬ ଜଣଙ୍କୁ ବିଭାଗ ନିଲମ୍ବିତ କରିଥିଲା। ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝି ଓ ସହକାରୀ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବିତ ହୋଇଥିବା ଅନ୍ୟମାନେ ହେଲେ ଉକ୍ତ କାର୍ଯ୍ୟାଳୟର ସଂଗ୍ରାହକ ଅଧୀକ୍ଷକ ସଞ୍ଜୀବ ସାହୁ, ମାନ ନିର୍ଦ୍ଧାରକ ଜୟଶ୍ରୀ ମୁନି, ଡାଟା ଏଣ୍ଟ୍ରି ଅପରେଟେର ସୁଧାକର ଦଳବେହେରା ଓ ରୋଜାଲିନ୍‌ ସେଠୀ। ନିଲମ୍ବନର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ଦିଆଯାଉଥିବାରୁ ୬ ଜଣଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଅକ୍ଟୋବର ୧୭ ତାରିଖରେ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଗତ ୧୫ ତାରିଖରେ ଖଣ୍ଡପଡ଼ା ବ୍ଲକ ବନମାଳୀପୁର ପଞ୍ଚାୟତ ବାହାଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସାହୁ ମଧ୍ୟାହ୍ନ ଭୋଜନ ଲାଗି ଜାଳେଣି କାଠ ଓ ପରିବା ବିଲ୍‌ କରାଇଦେବା ପାଇଁ ପ୍ରସନ୍ନ କୁମାର ସାହୁଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୫ ଟି ପ୍ରଭାବରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ କିଛି ମାତ୍ରାରେ ସୁଧୁରିବେ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri