Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ପ୍ରଥମ ପରାଜୟ

ହାମିଲଟନ, ୫।୨(ପି.ଟି.): ଟି୨୦ ସିରିଜ୍‌ରେ ୫-୦ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଦିନିକିଆ ସିରିଜରେ କିନ୍ତୁ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ୍‌ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି ବଲ୍‌ ବାକି ରଖି ୪ ଉଇକେଟରେ ପରାସ୍ତ କରିଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୮.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୮୪ଟି ବଲ୍‌ ଖେଳି ୧୦ ଚୌକା ଓ ୪ ଛକା ସହ ୧୦୯ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଟେଲର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ଶନିବାର ଅକ୍‌ଲାଣ୍ଡରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ।
୩୪୮ ରନ କଷ୍ଟସାଧ୍ୟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ଅତି ସହଜରେ ବିଜୟୀ ହୋଇଥିଲା। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ହେନେରୀ ନିକୋଲ୍ସ ପ୍ରଥମ ଉଇକେଟରେ ୮୫ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ଟେଲରଙ୍କ ଶତକକୁ ବାଦ୍‌ ଦେଲେ ନିକୋଲ୍ସ ୮୨ ବଲରୁ ୧୧ ଚୌକା ସହ ୭୮ ରନ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ଅଧିନାୟକ ତଥା ଉଇକେଟକିପର ଟମ୍‌ ଲଥାମ ୬୯ (୪୮ ବଲ, ୮ ଚୌକା, ୨ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଫର୍ମରେ ନ ଥିବା ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୩୨ ରନ ସଂଗ୍ରହ କରିଥିଲେ। ମିଚେଲ ସାଣ୍ଟରନ ୧୨ ରନ କରି ଅପରାଜିତ ରହିଥିଲେ। ଚତୁର୍ଥ ଉଇକେଟରେ ଟେଲର ଓ ଲଥାମ ୮୦ ବଲରୁ ୧୩୮ ରନ କରି ଦଳର ବିଜୟ ପଥକୁ ସହଜ କରିଥିଲେ। ଭାରତୀୟ ବୋଲରଙ୍କ ପ୍ରଭାବହୀନ ବୋଲିଂର ଫାଇଦା ଉଠାଇ ଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ। ଦଳ ତରଫରୁ କୁଲଦୀପ ଯାଦବ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୨, ମହମ୍ମଦ ସାମି ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଲେକାଏ ଉଇକେଟ ହାସଲ କରିଥିଲେ।
ଆୟାରଙ୍କ ଶତକ ନିଷ୍ଫଳ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବ ଭାରତ ତରଫରୁ ଆୟାର ୧୦୭ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ସର୍ବାଧିକ ୧୦୩ ରନର ଶତକୀୟ ପାଳି ଖେଳିଥିଲେ ମଧ୍ୟ ଶେଷରେ ଏହା ନିଷ୍ଫଳ ସାବ୍ୟସ୍ତ ହୋଇଥିଲା। ସେହିପରି ଇନ୍‌ଫର୍ମ ଲୋକଶେ ରାହୁଲ ୬୪ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୬ ଛକା ସହିତ ୮୮ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। କେଦାର ଯାଦବ ୧୫ ବଲରୁ ୩ ଚୌକା ଓ ୧ ଛକା ସହ ଅପରାଜିତ ୧୫ ରନ ସଂଗ୍ରହ କରିଥିଲେ। ପଦାର୍ପଣ କରିଥିବା ଦୁଇ ଓପନର ପୃଥ୍ବୀ ଶ ଓ ମୟଙ୍କ ଅଗ୍ରଓ୍ବାଲ ୪୮ ବଲରୁ ୫୦ ରନକରି ଭଲ ଆରମ୍ଭ କରିଥିଲେ ମଧ୍ୟ ବେଶି ସମୟ ତିଷ୍ଠି ପାରି ନ ଥିଲେ। ପୃଥ୍ବୀ ୨୦ ଓ ମୟଙ୍କ ୩୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ କୋହଲି ୬ ଚୌକା ସହ ୫୧ ରନର ଶତକୀୟ ପାଳି ଖେଳି ଇଶ୍‌ ସୋଧୀଙ୍କ ବଲ୍‌ ଚକ୍‌ମା ଖାଇ ବୋଲ୍ଡ ହୋଇଥିଲେ। ଚତୁର୍ଥ ଉଇକେଟରେ ରାହୁଲ ଓ ଆୟାର ୧୦୧ ବଲରୁ ୧୩୬ ରନ ଓ ଏହାପୂର୍ବରୁ ତୃତୀୟ ଉଇକେଟରେ କୋହଲି ଓ ଆୟାର ଗୁରୁତ୍ୱପୂର୍ଣ୍ଣ ୧୦୨ ରନ ସଂଗ୍ରହ କରିଥିଲେ। ସେହିପରି ପଞ୍ଚମ ଉଇକେଟରେ କେଦାର ଓ ରାହୁଲ ୨୭ ବଲରୁ ଦ୍ରୁତ ତଥା ଅପରାଜିତ ୫୫ ରନକରି ଦଳର ସ୍କୋରକୁ ସାଢେ ତିନିଶ ନିକଟରେ ପହଞ୍ଚାଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଟିମ୍‌ ସୌଦି ୨, କଲିନ୍‌ ଡି ଗ୍ରାଣ୍ଡହୋମ ଓ ସୋଧି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri