ନୌସେନା ପକ୍ଷରୁ ଚିଲିକାରେ ନୌଚାଳନା ପ୍ରତିଯୋଗିତା: ତଟ ସୁରକ୍ଷାରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କମୋଡ଼ର ଋତୁରାଜ

ବାଲୁଗାଁ,୧୮ା୧୧(ଡ଼ି.ଏନ.ଏ.): ଚିଲିକା ତଥା ସମୁଦ୍ର ତଟ ସୁରକ୍ଷା ଦିଗରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳପଥରେ ସେମାନେ ହେଲେ କର୍ଣ୍ଣଧାର ତଥା ଆଖି ଓ କାନ ସଦୃଶ। ନୌସେନା ବିଭାଗ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ସମନ୍ବୟ ରହିପାରିଲେ ତଟରକ୍ଷା କ୍ଷେତ୍ରରେ କୌଣସି ଅଘଟଣ ଏଡ଼ାଇବା ସହଜ ହେବ। ରବିବାର ସ୍ଥାନୀୟ ବଡ଼କୁଳଠାରେ ଅନୁଷ୍ଠିତ ନୌଚାଳନା ପ୍ରତିଯୋଗିତା ଅବସରରେ ଭାରତୀୟ ନୌସେନା ଚିଲିକା ଶାଖା ଅଧିକାରୀ ତଥା କମୋଡ଼ର ଋତୁରାଜ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହା ପ୍ରକାଶ କରିଛନ୍ତି।
ଭାରତୀୟ ନୌସେନା ବିଭାଗର ୪୦ତମ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ନୌସେନା ଓ ଜିଲା ମତ୍ସ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ବଡ଼କୁଳ ପାନ୍ଥନିବାସ ଜେଟିଠାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନେଇ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କମୋଡ଼ର ସାହୁ ପ୍ରତଯୋଗିତା ଉଦ୍‌ଘାଟନ କରିଥିଲେ। କାତମରା ଓ ଆହୁଲା ଦୁଇ ପର୍ଯ୍ୟାୟରେ ନୌଚାଳନା ପ୍ରତିଯୋଗିତା ହୋଇଥିଲା। ଆହୁଲାରେ ୧୦ ଓ କାତମରାରେ ୯ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତି ଦଳରେ ଜଣେ ଦଳପତିଙ୍କ ସହ ୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଚିଲିକା ମଧ୍ୟସ୍ଥ ଜଟିଆନାଶି ପାହାଡ଼ଠାରୁ ବଡ଼କୁଳ ପାନ୍ଥନିବାସ ପର୍ଯ୍ୟନ୍ତ ପ୍ରାୟ ଦେଢ଼କିଲୋମିଟର ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା। ପ୍ରାରମ୍ଭରେ ଅନୁଷ୍ଠିତ ଆହୁଲା ପ୍ରତିଯୋଗିତାରେ ମା’ନାରାୟଣୀ ଟିମ୍‌ (ଶାନ୍ତିନଗର) ପ୍ରଥମ, ମା’କାଳିଜାଇ ଟିମ୍‌ (ଶାନ୍ତିନଗର) ଦ୍ୱିତୀୟ ଓ ହରିଚାନ୍ଦ ଠାକୁର ଟିମ୍‌ (ସନ୍ନ୍ୟାସୀନଗର) ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କାତମରା ପ୍ରତିଯୋଗିତାରେ ଜୟନ୍ତପୁର ଟିମ୍‌ ପ୍ରଥମ, ମା’ ଚିଲିକାରାଣୀ ଟିମ୍‌ (ଚନ୍ଦ୍ରାପୁଟ) ଦ୍ୱିତୀୟ ଓ ଗଙ୍ଗାଦେବୀ ଟିମ୍‌ (ପଥରା,ଗଞ୍ଜାମ) ତୃତୀୟ ସ୍ଥାନ ହାସଲ କରିଥିଲେ। କମୋଡ଼ର ସାହୁ କୃତିତ୍ୱ ଅର୍ଜନ କରିଥିବା ଟିମ୍‌କୁ ଯଥାକ୍ରମେ ୧୦ହଜାର, ୬ହଜାର ଓ ୩ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ନୌସେନା ବିଭାଗର ବହୁ ଅଧିକାରୀ, ବାଲୁଗାଁ ଏସ୍‌ଡ଼ିପିଓ ସୁରେଶ କୁମାର ଦାଶ, ଆଇଆଇସି ରମାକାନ୍ତ ମହାଲିକ୍‌ଙ୍କ ସମେତ ପାନ୍ଥନିବାସ କର୍ତ୍ତୃପକ୍ଷ, ସ୍ଥାନୀୟ ଡ଼ଙ୍ଗା ମାଲିକ ସଂଘର ସଦସ୍ୟ ବୃନ୍ଦ ଓ ମତ୍ସ୍ୟଜୀବୀ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri