ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଆଜି:ଦୌଡ଼ ଆଗରେ ଗ୍ରେଟା ଥନବର୍ଗ

ଓସ୍‌ଲୋ,୧୧-୧୦:(ଆଇଏଏନ୍‌ଏସ୍‌):ସ୍ବିଡେନର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆଗୁଆ ରହିଛନ୍ତି। ସେହିପରି ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟର ଓ ଇଥିଓପିଆ ପ୍ରଧାନମନ୍ତ୍ରୀ ଏବି ଅହମ୍ମଦଙ୍କ ନାମ ମଧ୍ୟ ତାଲିକାରେ ଥିବା ଜଣାପଡ଼ିଛି। ତେବେ ଏହି ମର୍ଯ୍ୟାଦାଜନକ ସମ୍ମାନ କିଏ ପାଇବେ ତାହା ଶୁକ୍ରବାର ଘୋଷଣା କରାଯିବ।
ପ୍ରାୟ ବର୍ଷକ ତଳେ ସ୍ବିଡେନର ୧୬ ବର୍ଷୀୟା ଗ୍ରେଟା ଥନ୍‌ବର୍ଗ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆହ୍ବାନ ଦେଇ ଏକ ସାପ୍ତାହିକ ସ୍କୁଲ ଷ୍ଟ୍ରାଇକ୍‌ ଆରମ୍ଭ କରିଥିଲେ। ସ୍ବିଡେନ ପାର୍ଲାମେଣ୍ଟ ଆଗରେ ସେ ଆରମ୍ଭ କରିଥିବା ଏହି ପଦକ୍ଷେପ ପରବର୍ତ୍ତୀ ସମୟରେ ‘ଫ୍ରାଇଡେଜ୍‌ ଫର ଫ୍ୟୁଚର’ ନାମରେ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନର ରୂପ ନେଇଥିଲା। କିଛିଦିନ ତଳେ ଗ୍ରେଟା ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ୱନେତାଙ୍କୁ ବିସ୍ମିତ କରିଦେଇଥିଲେ। ଏହାସହ ସେ ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ବିଶ୍ୱର ସବୁଠୁ ବଡ଼ ଚେହେରା ପାଲଟିଯାଇଛନ୍ତି। ଗ୍ରେଟାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଲେ ସେ ଏହି ଆଓ୍ବାର୍ଡର ସର୍ବକନିଷ୍ଠ ବିଜେତା ଭାବେ ଇତିହାସ ରଚିବେ। ୨୦୧୪ରେ ପାକିସ୍ତାନର ଶିକ୍ଷା ଅଧିକାର କର୍ମୀ ମଲାଲା ୟୁସୁଫ୍‌ଜାଇଙ୍କୁ ୧୭ ବର୍ଷ ବୟସରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।
ବ୍ରାଜିଲର ଆଦିବାସୀ ନେତା ରାଓନି ମେଟୁକ୍‌ଟାୟରଙ୍କ ନାମ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଛି। ଆମାଜନ ଜଙ୍ଗଲ କ୍ଷୟ ବିରୋଧରେ ସଂଗ୍ରାମର ପ୍ରତୀକ ପାଲଟିଥିବା ରାଓନି ହେଉଛନ୍ତି କାୟାପୋ ସମ୍ପ୍ରଦାୟର। ୟୁରୋପୀୟ ପାର୍ଲାମେଣ୍ଟର ୨୦୧୯ ସାଖାରୋଭ୍‌ ପ୍ରାଇଜ୍‌ ଅଫ୍‌ ଫ୍ରିଡମ୍‌ ଅଫ୍‌ ଥଟ୍‌ ପାଇଁ ମଧ୍ୟ ତାଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ପ୍ୟାରିସ୍‌ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମକୁ ନେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନଙ୍କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିପାରେ ବୋଲି କୁହାଯାଉଛି। ଏହି ସମ୍ମାନ ପାଇଁ ଚର୍ଚ୍ଚାରେ ରହିଥିବା ଆଉ ଏକ ନାମ ହେଉଛି ଏବି ଅହମ୍ମଦ। ଇଥିଓପିଆର ପ୍ରଧାନମନ୍ତ୍ରୀ ଏବି ନିଜ ଦେଶ ଓ ଇରିଟ୍ରିଆ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ଲାଗି ପ୍ରୋତ୍ସାହିତ କରିଥିଲେ। ଅନୁରୂପ ଭାବେ ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌), ଆମେରିକାନ୍‌ ସିଭିଲ୍‌ ଲିବର୍ଟି ୟୁନିୟନ୍‌ (ଏସିଏଲ୍‌ୟୁ), ଇଣ୍ଟରନ୍ୟାଶନାଲ ଲ୍ୟାଣ୍ଡ କୋଲିଶନ (ଆଇଏଲ୍‌ସି) ଏବଂ ଇଣ୍ଟରନ୍ୟାଶନାଲ ରେସ୍କ୍ୟୁ କମିଟି (ଆଇଆର୍‌ସି) ଭଳି ସଂସ୍ଥାଗୁଡ଼ିକ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ନୋବେଲ ଶାନ୍ତି ପୁରସ୍କାର ପାଇଁ ଯେଉଁ ଅନ୍ୟ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ମଧ୍ୟରେ ଅଛନ୍ତି ସିଆଇଏର ପୂର୍ବତନ ଆନାଲିଷ୍ଟ ଏଡଓ୍ବାର୍ଡ ସ୍ନୋଡେନ୍‌ ଏବଂ ମେମୋରିଆଲ ଅର୍ଗାନାଇଜେଶନର ସେଟଲାନା ଗନୁସ୍କିନା ଓ ‘ନୋଭୟା ଗେଜେଟା’ ଖବରକାଗଜର ସେର୍ଗେଇ କୋଭାଲିଓଭ୍‌ ଭଳି ଅନେକ ରୁଷୀୟ ପ୍ରତିନିଧି। ଚେଚେନ୍‌ ଆଇଜଜୀବୀ ଲିଡିଆ ୟୁସୁପୋଭା, ଜର୍ମାନ ଚାନ୍ସଲର ଏଞ୍ଜେଲା ମର୍କେଲ, କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଓ ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଅନେକ ସମୟରେ ଏହି ତାଲିକାକୁ କେବଳ କଳ୍ପନାଜଳ୍ପନା ବୋଲି ମନେକରାଯାଏ। କାରଣ ପ୍ରାର୍ଥୀମାନେ ହିଁ ସେମାନଙ୍କ ସ୍ଥାନ ସମ୍ପର୍କରେ କହିପାରିବେ । ନରଓ୍ବେଜିଆନ୍‌ ନୋବେଲ କମିଟି ସେହି ନାମଗୁଡ଼ିକର ସଂଖ୍ୟା ପ୍ରକାଶ କରେ। ଚଳିତବର୍ଷ ଦୌଡ଼ରେ ଥିବା ୩୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ହେଉଛନ୍ତି ବ୍ୟକ୍ତି ଓ ଅବଶିଷ୍ଟ ସଙ୍ଗଠନ।
ଗତବର୍ଷ ନୋବେଲ ଶାନ୍ତି ପୁରସ୍କାର କଙ୍ଗୋର ଡେନିସ୍‌ ମୁକ୍‌ଓ୍ବେଗେ ଏବଂ ଇରାକର ନାଦିଆ ମୁରାଦ୍‌ଙ୍କୁ ମିଳିଥିଲା। ଯୁଦ୍ଧ ଓ ସଶସ୍ତ୍ର ସଂଘର୍ଷ ବେଳେ ଯୌନ ହିଂସାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବାବେଳେ ଏଥିରେ ବିରାମ ଲଗାଇବା ପାଇଁ ଉଦ୍ୟମ କରିଥିବାରୁ ଉଭୟଙ୍କୁ ଏହି ଆଓ୍ବାର୍ଡ ମିଳିଥିଲା। ଶାନ୍ତି ପୁରସ୍କାର ହେଉଛି ୬ ପୁରସ୍କାର ମଧ୍ୟରୁ ଏକମାତ୍ର, ଯାହା ଆଲଫ୍ରେଡ୍‌ ନୋବେଲଙ୍କ ଅନୁରୋଧକ୍ରମେ ସ୍ବିଡେନ୍‌ ବାହାରେ (ନରଓ୍ବେ ରାଜଧାନୀ ଓସ୍‌ଲୋରେ) ପ୍ରଦାନ କରାଯାଏ। କାରଣ ସେତେବେଳେ ସ୍ବିଡେନ ସାମ୍ରାଜ୍ୟର ଏକ ଅଂଶବିଶେଷ ଥିଲା ନରଓ୍ବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri