‘ନୋକ୍‌ ଝୋକ୍‌’ରେ ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ରିଲିଜ୍‌କୁ ଦର୍ଶକେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ଦୀପିକାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ଥିଲା। ଏବେ ଫିଲ୍ମର ପ୍ରଥମ ରୋମାଣ୍ଟିକ୍‌ ଗୀତ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।
ରିଲିଜ୍‌ ହୋଇଯାଇଛି ଫିଲ୍ମ ‘ଛପାକ୍‌’ର ପ୍ରଥମ ରୋମାଣ୍ଟିକ୍‌ ମ୍ୟୁଜିକ୍‌ ଭିଡିଓ ‘ନୋକ୍‌ ଝୋକ୍‌’। ଏଥିରେ ଦୀପିକା ଏବଂ ବିକ୍ରାନ୍ତଙ୍କ ଜବରଦସ୍ତ କେମିଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତରେ ଧୀରେ ଧୀରେ ଦୁହେଁ ପରସ୍ପରର ପ୍ରେମରେ ପଢ଼ୁଥିବା ଦେଖିବାକୁ ମିଳିଛି। ଇସାରା, ଇସାରାରେ କଥା ମଧ୍ୟ ହେଉଛନ୍ତି। ଏହି ରୋମାଣ୍ଟିକ୍‌ ଟ୍ରାକ୍‌ଟିକୁ ଗୁଲ୍‌ଜାର ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର-ଏହଶାନ୍‌-ଲୟ। କଣ୍ଠଦାନ କରିଛନ୍ତି ସିଦ୍ଧାର୍ଥ ମହାଦେବନ୍‌।
ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀ ଉପରେ ଫିଲ୍ମର କାହାଣୀ ଆଧାରିତ। ଦୀପିକା ଫିଲ୍ମରେ ଏସିଡ୍‌ ଆଟାକ୍‌ ପୀଡ଼ିତା ମାଳତି ଚରିତ୍ରରେ ଅଭିନୟ କରିଥିବାବେଳେ ତାଙ୍କ ଅପୋଜିଟ୍‌ରେ ବିକ୍ରାନ୍ତ ମାସି ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୦ ଜାନୁୟାରୀ ୧୦ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?