Posted inଜାତୀୟ

ନେହେରୁଙ୍କ ଉପରେ ବର୍ଷିଲେ ଅମିତ୍‌ ଶାହ: କଶ୍ମୀର ପାଇଁ ଜାତିସଂଘ ଯିବା ବଡ଼ ଭୁଲ୍‌

ନୂଆଦିଲ୍ଲୀ,୩୦ା୯(ପି.ଟି.): ୧୯୪୮ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ଯିବା ହିମାଳୟ ଭଳି ବଡ଼ ଭୁଲ୍‌ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି। କଶ୍ମୀର ଉପତ୍ୟକାରେ ଆଉ କଟକଣା ନାହିଁ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସାରା ବିଶ୍ୱ ସମର୍ଥନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଗଷ୍ଟ ୫ର ଏହି ବଳିଷ୍ଠ ପଦକ୍ଷେପ ଯୋଗୁ ଆଗାମୀ ୧୦ ବର୍ଷରେ ଜମ୍ମୁ-କଶ୍ମୀର ଦେଶର ସବୁଠୁ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଦେଶ ସ୍ବାଧୀନ ହେଲାବେଳେ ୬୩୧ଟି ଦେଶୀୟ ରାଜ୍ୟ ଥିଲା। ସେଥିରୁ ୬୩୦ଟିକୁ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତରେ ମିଶାଇଥିବାବେଳେ ନେହେରୁ ମାତ୍ର ଗୋଟିଏ ଦେଶୀୟ ରାଜ୍ୟକୁ ଫେରାଇଆଣିବାରେ ସକ୍ଷମ ହୋଇଥିଲେ। କେବଳ ଜମ୍ମୁ-କଶ୍ମୀରକୁ ଛାଡ଼ିଲେ ଅନ୍ୟ ୬୩୦ ଦେଶୀୟ ରାଜ୍ୟ ଭାରତରେ ସମ୍ପୂର୍ଣ୍ଣ ମିଶ୍ରଣ ହୋଇଥିଲା। ୧୯୪୭ ଅକ୍ଟୋବର ୨୭ରେ ଭାରତୀୟ ସେନା କଶ୍ମୀରରେ ପହଞ୍ଚତ୍ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ। ସେମାନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଆଡ଼େ ମାଡ଼ିଚାଲିଥିଲେ ଓ ଏହାକୁ ଦଖଲ କରିବାର ନିକଟବର୍ତ୍ତୀ ହୋଇଥିଲେ। କିନ୍ତୁ ବିଡ଼ମ୍ବନା, ତତ୍କାଳୀନ କେନ୍ଦ୍ର ସରକାର ହଠାତ୍‌ ଅସ୍ତ୍ରବିରତି ଘୋଷଣା କଲେ। ଆମେ ଯୁଦ୍ଧ ଜିତିବାକୁ ଗଲାବେଳେ ଅସ୍ତ୍ରବିରତି ଘୋଷଣା କରିବାର କ’ଣ ଆବଶ୍ୟକ ଥିଲା ବୋଲି ଶାହ ପ୍ରଶ୍ନ କରିଛନ୍ତି। ଯଦି ସେତେବେଳେ ଅସ୍ତ୍ରବିରତି ଘୋଷଣା ହୋଇ ନ ଥାନ୍ତା ତେବେ ପିଓକେ ଆମର ହୋଇଥାନ୍ତା ବୋଲି ସେ କହିଛନ୍ତି। ନେହେରୁ ନିଜ ଭୁଲ୍‌ ବୁଝିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କୁ ୧୧ ବର୍ଷ ଜେଲ୍‌ରେ ରଖିଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ସ୍ବାକ୍ଷରିତ ସିମଲା ରାଜିନାମାକୁ ଶାହ ପ୍ରଶଂସା କରିଛନ୍ତି। ଏହି ରାଜିନାମା ଯୋଗୁ ଜମ୍ମୁ-କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗରେ ପରିଣତ ହୋଇଥିଲା।
ଉପତ୍ୟକାରେ କଟକଣା ଜାରି ରହିଥିବା ନେଇ ବିରୋଧୀ ଦଳ ଭୁଲ୍‌ ତଥ୍ୟ ପ୍ରସାର କରାଉଛନ୍ତି। ପ୍ରକୃତରେ ସେଠାରେ କୌଣସି କଟକଣା ନାହିଁ, ତାହା କେବଳ ବିରୋଧୀ ନେତାମାନଙ୍କ ମାନସିକତାରେ ରହିଛି ବୋଲି ରବିବାର ସଂକଳ୍ପ ପୂର୍ବତନ ପ୍ରଶାସନିକ ଅଧିକାରୀ ଫୋରମ୍‌ ପକ୍ଷରୁ ଜାତୀୟ ସୁରକ୍ଷା ଉପରେ ଆୟୋଜିତ ସେମିନାରରେ ଉଦ୍‌ବୋଧନ ଦେଇ ଶାହ କହିଥିଲେ। କଶ୍ମୀରର ସମସ୍ତ ୧୯୬ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇଦିଆଯାଇଛି। କେବଳ ୮ଟି ଥାନା ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି ଓ ସେଠାରେ ୫ କିମ୍ବା ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। କଶ୍ମୀର ଜନସାଧାରଣ ଅବାଧରେ ଯେକୌଣସି ସ୍ଥାନକୁ ଯାଇପାରୁଛନ୍ତି। ବିଭିନ୍ନ ରାଜ୍ୟରୁ ଖବରଦାତାମାନେ ଉପତ୍ୟକାକୁ ନିୟମିତ ଯାଉଥିବା ସ୍ବରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ନିକଟରେ ଶେଷ ହୋଇଥିବା ଜାତିସଂଘ ସାଧାରଣ ସଭା ଅଧିବେଶନ ସମ୍ପର୍କରେ ଉଲ୍ଲେଖ କରି ସାରା ବିଶ୍ୱର ନେତା ଭାରତର ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିଥିବା ଶାହ କହିଛନ୍ତି। ସେଠାରେ ଉପସ୍ଥିତ କୌଣସି ଜଣେ ହେଲେ ନେତା ଭାରତର ନିଷ୍ପତ୍ତି ବିରୋଧରେ ସ୍ବର ଉଠାଇନାହାନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କର ବଡ଼ କୂଟନୈତିକ ବିଜୟ। ଜମ୍ମୁ-କଶ୍ମୀରରେ ବର୍ଷ ବର୍ଷ ଧରି ଆତଙ୍କବାଦୀ ଆକ୍ରମଣରେ ୪୧,୮୦୦ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଯବାନ ଅଛନ୍ତି। ତେବେ ଶହୀଦ ଯବାନ, ସେମାନଙ୍କ ବିଧବା ପତ୍ନୀ ଓ ପିଲାମାନଙ୍କ ମାନବାଧିକାର ଉଲ୍ଲଂଘନ ନେଇ କେହି ଜଣେ ହେଲେ ପ୍ରଶ୍ନ ଉଠାଇନାହାନ୍ତି। କିନ୍ତୁ କିଛିଦିନ ମୋବାଇଲ ଫୋନ୍‌ ସଂଯୋଗ ବନ୍ଦ ରହିବାରୁ ଏହାର ଜୋରଦାର ପ୍ରତିବାଦ କରାଯାଉଛି। ଫୋନ ସଂଯୋଗ ବନ୍ଦ ହେବା ମାନବାଧିକାର ଉଲ୍ଲଂଘନ ନୁହେଁ। ସେଠାରେ ୧୦ ହଜାର ନୂଆ ଲ୍ୟାଣ୍ଡଲାଇନ ସଂଯୋଗ ଦିଆସରିଲଣି ଓ ୬୦୦୦ ପିସିଓ କାର୍ଯ୍ୟ କରୁଛି ବୋଲି ଶାହ କହିଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ ଏବଂ ଜମ୍ମୁ-କଶ୍ମୀର ସ୍ଥିତି ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ଶାହ ଦୃଢ଼ୋକ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri