ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ପକ୍ଷରୁ ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ୧୩୨ଟି ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବକେୟା ବିଦ୍ୟୁତ୍ ବିଲ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ଆରମ୍ଭ କରାଯାଇଛି। ବୁଧବାର ସୁଦ୍ଧା ୪ ଦିନରେ ୨୦, ୨୨୧ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୫ କୋଟି ୩୭ଲକ୍ଷ ୨୭ହଜାର ଟଙ୍କା ଆଦାୟ ହୋଇଛି। ୩୭୩୨ ଜଣ ଉପଭୋକ୍ତାଙ୍କର ୭ କୋଟି ୩୫ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ପକ୍ଷରୁ ଗୁରୁବାର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।
ବାଲେଶ୍ୱର ଜିଲାର ୩୮ଟି ସ୍କ୍ବାଡ଼ ମାଧ୍ୟମରେ ୩୫୭୫ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୯୪ଲକ୍ଷ ୮୯ହଜାର ଟଙ୍କା ଆଦାୟ ହୋଇଛି। ୧୨୮୬ ଉପଭୋକ୍ତାଙ୍କର ୧କୋଟି ୫୪ଲକ୍ଷ ୨୭ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ସେହିପରି ଭଦ୍ରକରେ ୨୪ଟି ସ୍କ୍ବାଡ଼୍ ମାଧ୍ୟମରେ ୧୭୭୯ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୭୫ଲକ୍ଷ ୬୫ହଜାର ଟଙ୍କା ଆଦାୟ ହୋଇଛି। ୬୮୩ ଉପଭୋକ୍ତାଙ୍କର ୧କୋଟି ୪୦ଲକ୍ଷ ୩୨ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ଯାଜପୁରରେ ୨୦ଟି ସ୍କ୍ବାଡ଼୍ ମାଧ୍ୟମରେ ୧୩୭୮ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୯୮ଲକ୍ଷ ୮୭ହଜାର ଟଙ୍କା ଆଦାୟ ହୋଇଛି। ୩୦୦ ଉପଭୋକ୍ତାଙ୍କର ୭୦ଲକ୍ଷ ୧୭ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ମୟୂରଭଞ୍ଜରେ ୨୭ଟି ସ୍କ୍ବାଡ଼ ମାଧ୍ୟମରେ ୧୧୦୬୮ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୧କୋଟି ୮୫ଲକ୍ଷ ୪୮ହଜାର ଟଙ୍କା ଆଦାୟ ହୋଇଛି। ୬୭୭ ଉପଭୋକ୍ତାଙ୍କର ୧କୋଟି ୮୮ଲକ୍ଷ ୪୬ ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। କେନ୍ଦୁଝରରେ ୨୩ଟି ସ୍କ୍ବାଡ଼ ମାଧ୍ୟମରେ ୨୪୨୧ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ୮୨ଲକ୍ଷ ୩୮ହଜାର ଟଙ୍କା ଆଦାୟ ହୋଇଛି। ୭୮୬ ଉପଭୋକ୍ତାଙ୍କର ୧କୋଟି ୪୭ଲକ୍ଷ ୧୩ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ନେସ୍କୋର ବକେୟା ବିଦ୍ୟୁତ୍ ବିଲ ଆଦାୟ, ସଂଯୋଗ ବିଚ୍ଛିନ୍ନ ଅଭିଯାନ: ୪ ଦିନରେ ଆଦାୟ ହେଲା ୫କୋଟି ୩୭ଲକ୍ଷ
Posted inଆମ ଜିଲା ଖବର, ବାଲେଶ୍ୱର View All
ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ
ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...
ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍ ଚାଳକ ଗିରଫ
କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...
୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ
ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...
ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…
ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...
ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...
ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ
ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍ଏସି...
ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...
ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...
Archives


