ନେଳିଆବାଗ୍‌ର ୫ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୪ ମହିଳା, ଜଣେ ପୁରୁଷ; ପ୍ରକାଶ ପାଇଥିଲା ଲକ୍ଷଣ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ବିଷୟରେ ମଙ୍ଗଳବାର ସୂଚନା କରାଯାଇଛି। ୧୦୪,୧୦୫,୧୦୬,୧୦୭,୧୦୮ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦିଆଯାଇଛି।

୧୦୪ ନଂ ଆକ୍ରାନ୍ତ ବାଲେଶ୍ୱର ନେଳିଆବାଗ୍‌ର ୨୨ ବର୍ଷୀୟ ମହିଳା। ସେ ୬୧ନଂ ଆକ୍ରାନ୍ତଙ୍କ ପଡ଼ୋଶୀ। ୨୨ମାର୍ଚ୍ଚରୁ ୧୮ ଏପ୍ରିଲ(ଲକ୍‌ଡାଉନ୍‌ ସମୟରେ) ସେ ଘରେ ଥିଲେ। ପରେ ଉକ୍ତ ଅଞ୍ଚଳରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ସେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ। ପରେ ତାଙ୍କର ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଏପ୍ରିଲ ୨୬ ତାରିଖରେ ତାହା ପଜିଟିଭ୍‌ ଆସିଛି। ଏହାପରେ ତାଙ୍କୁ ୨୭ ଏପ୍ରିଲରେ ଚିକିତ୍ସା ପାଇଁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୧୦୫ନଂ କରୋନା ଆକ୍ରାନ୍ତ ୬୧ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ସେ ୫୫ ବର୍ଷୀୟ ମହିଳା। ଲକ୍‌ଡାଉନ୍‌ ପରଠାରୁ ସେ ଘରେ ଥିଲେ। ଏପରିକି କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା ହେବା ପରେ ମଧ୍ୟ ସେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ରହିଥିଲେ। ପରେ ତାଙ୍କ ନିକଟରେ ଲକ୍ଷଶ ପ୍ରକାଶ ପାଇଥିଲା। ଏଣୁ ୨୬ ତାରିଖରେ ନମୂନା ସଂଗ୍ରହ କରାଯାଇଥିଲା। ୨୭ ତାରିଖରେ ତାହା ପଜିଟିଭ୍‌ ଆସିଛି।

ସେହିଭଳି ୧୦୬ନଂ ଏବଂ ୧୦୭ନଂ ଆକ୍ରାନ୍ତ ଯଥାକ୍ରମେ ୨୩ ବର୍ଷୀୟ ମହିଳା ଏବଂ ୨୭ ବର୍ଷୀୟ ପୁରୁଷ। ସେମାନେ ମଧ୍ୟ ନେଳିଆବାଗ୍‌ର। ୬୧ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ଉପରୋକ୍ତ ୨ ଜଣଙ୍କ ଭଳି ସେମାନେ ମଧ୍ୟ ଲକ୍‌ଡାଉନ୍‌ ସମୟରୁ ଘରେ ରହିଥିଲେ। ଏପରିକି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା ହେବା ପରେ ମଧ୍ୟ ସେ ଘରେ ରହିଥିଲେ। ପରେ ସେମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ୨୬ରେ ତାହା ପଜିଟିଭ୍‌ ଆସିବା ପରେ ସୋମବାର ସେମାନଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ ୧୦୮ନଂ କରୋନା ପଜିଟିଭ୍‌ ୨୯ ବର୍ଷୀୟ ମହିଳା। ସେ ପୂର୍ବରୁ ଚିହ୍ନଟ ୭୯ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ସମସ୍ତଙ୍କ ଭଳି ସେ ମଧ୍ୟ ଲକ୍‌ଡାଉନ୍‌ ପରଠାରୁ ଘରେ ରହି ଆସୁଥିଲେ। ୨୬ ତାରିଖରେ ତାଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏହା ପଜିଟିଭ୍‌ ଆସିବା ପରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

ତାପମାତ୍ରା ୪୦ ଡିଗ୍ରୀ: ମିଳୁନି ପିଇବା ପାଣି, ଗରା, ବାଲଟି ଓ ଡେକଚି ଧରି…

ପାଟଣା, ୨୫।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌କୁ ଛୁଇଁଥିବା ବେଳେ ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଣମହୁଳଡିହା ପାତୁଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri