Posted inଜାତୀୟ

ନେପାଳ ସୀମା ବିବାଦ ପଛରେ ଚାଇନା

ନୂଆଦିଲ୍ଲୀ,୧୬ା୬: ଭାରତ ସହ ଦୀର୍ଘ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରଖିଆସିଥିବା ପଡ଼ୋଶୀ ଦେଶ ନେପାଳ ହଠାତ୍‌ ସୀମା ବିବାଦ ସୃଷ୍ଟି କରିବା ପଛରେ ସେଠାର ଘରୋଇ ରାଜନୈତିକ ହଟଚମଟ, ବର୍ଦ୍ଧିତ ଉଚ୍ଚାକାଂକ୍ଷା ରହିଛି। ଚାଇନାର ଆର୍ଥତ୍କ ସହାୟତା ଏହାକୁ ଇନ୍ଧନ ଯୋଗାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ନେପାଳ ସରକାର ଏହାର ନୂଆ ମାନଚିତ୍ରରେ ଭାରତର ତିନୋଟି ଅଞ୍ଚଳ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ସାମିଲ କରିଛନ୍ତି। ଗତ ଶନିବାର ସେଠାର କମ୍ୟୁନିଷ୍ଟ ସରକାର ପାର୍ଲାମେଣ୍ଟର ନିମ୍ନ ସଦନରେ ଏହି ମାନଚିତ୍ରକୁ ଅନୁମୋଦନ କରିନେଇଛି। ଭାରତ ସରକାର ଏହାର ପ୍ରତିବାଦ କରିଛନ୍ତି। ନେପାଳ ସରକାରଙ୍କ ଏଭଳି ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଭାରତ କହିଛି।
ଭାରତ ଓ ନେପାଳ ମଧ୍ୟରେ ଦୀର୍ଘ ୭ ଦଶନ୍ଧି ଧରି ସାଂସ୍କୃତିକ, ରାଜନୈତିକ, ବାଣିଜି୍ୟକ ସମ୍ପର୍କ ରହି ଆସିଥିବାବେଳେ ଏହାକୁ ଭ୍ରୂକ୍ଷେପ ନ କରି ସେଠାର ରାଜନୈତିକ ଦଳଗୁଡ଼ିକ ନୂଆ ମାନଚିତ୍ରକୁ ମଞ୍ଜୁରୀ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ସହ ଦୀର୍ଘଦିନର ସମ୍ପର୍କ ତୁଟାଇ ନେପାଳ ଭାରତ ସହ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ନେପାଳରେ ଭାରତର ରାଷ୍ଟ୍ରଦୂତ ଥିବା ରାକେଶ ସୂଦ୍‌ କହିଛନ୍ତି, ଦୁଇଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିକୁ ଚାଲିଆସିଛି। ଏ ସମ୍ପର୍କରେ କାଠମାଣ୍ଡୁ ସହ ଆଲୋଚନା ପାଇଁ ସେ ନଭେମ୍ବରରୁ ଚାପ ପକାଇ ଆସୁଥିବା କହିଛନ୍ତି। ଆମେ ସମ୍ବେଦନଶୀଳତା ଦେଖାଇ ନ ପାରିବାରୁ ନେପାଳ ଖୋଳିଥିବା ଗର୍ତ୍ତର ବହୁ ଗଭୀରକୁ ଚାଲିଯାଇଛି, ଯେଉଁଠୁ ବାହାରି ଆସିବା କଷ୍ଟକର ହୋଇପାରେ ବୋଲି ସେ ଭାବୁଥିବା ସୂଦ୍‌ କହିଛନ୍ତି।
ଭାରତର ୫ଟି ରାଜ୍ୟ ସିକିମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହ ନେପାଳର ୧,୮୫୦ କିଲୋମିଟର ସୀମା ରହିଛି। ଦୁଇଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାରୁ ଏହି ସୀମା ଦେଇ ଉଭୟ ପାର୍ଶ୍ୱରୁ ଜନସାଧାରଣ ଅବାଧ ଗମନାଗମନ କରିବା ସହ ବାଣିଜ୍ୟ ବ୍ୟବସାୟ ଚାଲିଥିଲା। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ୮୦ ଲକ୍ଷ ନେପାଳୀ ନାଗରିକ ବସବାସ କରିବା ସହ ବିଭିନ୍ନ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜି୍ୟକ ସମ୍ପର୍କ ମଧ୍ୟ ମଜଭୁତ ରହିଛି। ୨୦୧୮-୧୯ରେ ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ଥିଲା ୫୭,୮୫୮ କୋଟି ଟଙ୍କା। ନେପାଳରୁ ୩୨,୦୦୦ ଗୋର୍ଖା ଯବାନ ଭାରତୀୟ ସେନାରେ ନିଯୁକ୍ତ ହୋଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜର ସ୍ଥିତିକୁ ସୁଦୃଢ଼ କରିବା ସହ ଘରୋଇ ରାଜନୈତିକ ବିରୋଧରୁ ମୁକୁଳିବା ପାଇଁ ନୂଆ ମାନଚିତ୍ରକୁ ମଞ୍ଜୁରୀ ଦେଇଥିବା ନେପାଳରେ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ଥିବା ରଞ୍ଜିତ ରାୟ କହିଛନ୍ତି। ଭାରତ ବିରୋଧୀ ମନୋଭାବ ଓଲିଙ୍କୁ ନିର୍ବାଚନ ଜିତିବାରେ ସହାୟକ ହୋଇଥିଲା। ଏଥର ସେ ରାଜନୈତିକ ଚାପରେ ଥିବାରୁ ଏଥିରୁ ମୁକୁଳିବାରେ ଭାରତ ବିରୋଧୀ ମନୋଭାବ ସହାୟକ ହେବ ବୋଲି ଭାବୁଛନ୍ତି। ଆର୍ଥିକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି ଏବଂ କୋଭିଡ୍‌-୧୯ ପରିଚାଳନାରେ ବିଫଳତା ଯୋଗୁ ନେପାଳରେ ଆନ୍ଦୋଳନ ଜାରି ରହିଛି। ନେପାଳୀ କମ୍ୟୁନିଷ୍ଟ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ୨୦୧୫ରେ ଅର୍ଥନୈତିକ ଅବରୋଧ ପରଠାରୁ ଭାରତ-ନେପାଳ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସେବେଠାରୁ ଚାଇନା ନେପାଳରେ ବିପୁଳ ପୁଞ୍ଜିନିବେଶ କରିଆସୁଛି। ତୈଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ଚାଇନାର ବିଭିନ୍ନ ସହରକୁ ସଡ଼କ ପଥରେ ସଂଯୋଗ କରିବାରେ ବେଜିଂ ସହାୟତା କରିଛି। ନୂଆଦିଲ୍ଲୀ ଉପରେ ନେପାଳର ନିର୍ଭରଶୀଳତା କମାଇବା ପାଇଁ ଚାଇନା କାଠମାଣ୍ଡୁକୁ ସହାୟତା ଯୋଗାଇଦେଇ ଆସୁଛି। କାଠମାଣ୍ଡୁ ସହ ତିବ୍ବତର ଶିଗସେକୁ ରେଳପଥରେ ସଂଯୋଗ କରିବା ଲାଗି ବେଜିଂ ଯୋଜନା କରିଛି। ଏଥିସହିତ ନେପାଳକୁ ବ୍ୟବହାର ଲାଗି ଚାଇନା ୪ଟି ବନ୍ଦର ଯୋଗାଇଦେଇଛି। ତେଣୁ ନେପାଳକୁ ଭାରତ ବିରୋଧୀ କରାଇବାରେ ଚାଇନାର ପ୍ରମୁଖ ଭୂମିକା ରହିଥିବା ରଣନୀତି ବ୍ୟାପାର ବିଶେଷଜ୍ଞ ପ୍ରଫେସର ଏସ୍‌.ଡି. ମୁନି କହିଛନ୍ତି।

‘ଚାଇନା ଭାରତର ବିକଳ୍ପ ନୁହେଁ’
ସାମ୍ପ୍ରତିକ ସୀମା ବିବାଦକୁ ନେଇ ଭାରତ ଓ ନେପାଳ ମଧ୍ୟରେ ଥିତ୍ବା ସମ୍ପର୍କରେ ଅବନତି ଘଟିବା ଉଚିତ ନୁହେଁ। କାରଣ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ନେପାଳ ଭାରତ ଉପରେ ନିର୍ଭରଶୀଳ। ଚାଇନାକୁ ଭାରତର ବିକଳ୍ପ ଭାବିବା ବୁଦ୍ଧିମାନ ହେବନାହିଁ ବୋଲି ସୋମବାର ନେପାଳର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ କହିଛନ୍ତି। ଭାରତର ତିନୋଟି ଅଞ୍ଚଳକୁ ନେପାଳ ନିଜର ନୂଆ ମାନଚିତ୍ରରେ ସ୍ଥାନ ଦେବା ସହ ଏଥିପାଇଁ ସମ୍ବିଧାନ ସଂଶୋଧନ କରୁଥିବାରୁ ଦକ୍ଷିଣ ଏସିଆ ବାଣିଜ୍ୟ ଅର୍ଥନୀତି ଓ ପରିବେଶ ପର୍ଯ୍ୟବେକ୍ଷଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ପୋଶ୍‌ ରାଜ ପାଣ୍ଡେ ଏହା କହିଛନ୍ତି। ଏହାର ଅର୍ଥନୈତିକ ପ୍ରଭାବ ଭାରତର ପ୍ରତିକ୍ରିୟା ଉପରେ ନିର୍ଭର କରିବ ବୋଲି ସେ ମତ ଦେଇଛନ୍ତି। ନେପାଳକୁ ତିନିପାର୍ଶ୍ୱରୁ ଭାରତ ଘେରି ରହିଥିବାରୁ ପରିଣାମ ଭୟାବହ ହେବ ବୋଲି ସେ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri