Posted inଖେଳ

ନେଟ୍ସକୁ ଫେରିଲେ ପୂଜାରା

ନୂଆଦିଲ୍ଲୀ, ୨୩।୬(ପି.ଟି.)-ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ବ୍ୟବଧାନପରେ ନେଟ୍ସକୁ ଫେରିଛନ୍ତି ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା। ସୌରାଷ୍ଟ୍ରକୁ ପ୍ରଥମଥରପାଇଁ ରଣଜୀ ଟ୍ରଫି ଚାମ୍ପିୟନ କରାଇବାରେ ସ୍ଥପତି ଭୂମିକା ଗ୍ରହଣ କରିଥଲେ ପୂଜାରା। ଗତ ମାର୍ଚ୍ଚରେ ରଣଜୀ ଟ୍ରଫି ଜିତିବାପରେ କରୋନା ଭାଇରସ ସଂକ୍ରମଣ ପାଇଁ ଆଉ ଅଭ୍ୟାସ ସମ୍ଭବ ହୋଇ ନ ଥିଲା। ରାଜକୋଟସ୍ଥିତ ନିଜ ଏକାଡେମୀରେ ସୌରାଷ୍ଟ୍ର ଦଳର ଅଧିନାୟକ ଜୟଦେବ ଉନାଡକଟ, ବ୍ୟାଟ୍ସମ୍ୟାନ ଅର୍ପିତ ବାସବଦା ଓ ମିଡିୟମ ପେସର ପେରେକ ମଙ୍କଡ ଅଭ୍ୟାସ କରିଛନ୍ତି। ଭାରତର ବଡ଼ ସହର ଗୁଡ଼ିକ ତୁଳନାରେ ରାଜକୋଟରେ କୋଭିଡ-୧୯ ସଂକ୍ରମଣ କମ୍‌ ରହିଛି। ଏପର୍ଯ୍ୟନ୍ତ ସେଠାରେ ୧୮୫ ଜଣ ସଂକ୍ରମିତ ହୋଇଛନ୍ତି। ”ଆମେ ପାଖାପାଖି ୧୦ ଦିନ ହେବ ଅଭ୍ୟାସ ଆରମ୍ଭ କରିଛୁ। ଲକଡାଉନ୍‌ ସମୟରେ ଆମେ ଘରେ ଫିଟ୍‌ନେସ ଟ୍ରେନିଂ କରୁଥିଲୁ। ମାତ୍ର ନେଟ୍ସରେ ଅଭ୍ୟାସ ସୁଯୋଗ ନ ଥିଲା। ତେଣୁ ଏବେ ନେଟ୍ସରେ ବ୍ୟାଟିଂ କରିବାରେ ଆନନ୍ଦ ମିଳୁଛି। ଅଭ୍ୟାସ ସମୟରେ ଆମେ ସରକାରଙ୍କ ଗାଇଡଲାଇନ୍‌ ପାଳନ କରୁଛୁ“ ବୋଲି ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବାସବଦା ପ୍ରକାଶ କରିଛନ୍ତି।
ପେସାଦାର କ୍ରିକେଟରମାନେ ମ୍ୟାଚ ଫିଟ୍‌ନେସ ପାଇଁ ୪ରୁ ୬ ସପ୍ତାହ ସମୟ ଆବଶ୍ୟକ ହେଉଛି। ଏ କ୍ଷେତ୍ରରେ ବୋଲରଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ। କାରଣ ସେମାନଙ୍କ କ୍ଷେତ୍ରରେ ଆହତ ହେବା ସମସ୍ୟା ବେଶି ରହିଛି। ”ଉନାଡକଟ୍‌ ଏବେ ଆମ ସହିତ ଯୋଗ ଦେଇଛନ୍ତି। ଧିରେଧିରେ ସେ ନେଟ୍ସରେ ଅଧିକ ସମୟ ଦେବେ। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ବାରଣ ଯୋଗୁ ସେ ବୋଲିଂ ସମୟରେ ଲାଳ କିମ୍ବା ଛେପ ବ୍ୟବହାର କରୁନାହାନ୍ତି। ମୁଁ ଏବଂ ପୂଜାରା ୧୦ରୁ ୧୫ ମିନିଟ ବ୍ୟାଟିଂ କରୁଛୁ। ଧିରେଧିରେ ଏହି ସମୟ ବଢ଼ାଇବାକୁ ଯୋଜନା କରୁଛୁ। ଆମ ସହିତ ରାଜକୋଟ ନିକଟବର୍ତ୍ତୀ ଅଞ୍ଚଳର କିଛି ନେଟ୍ସ ବୋଲର ଅଛନ୍ତି“ ବୋଲି ବାସବଦା କହିଛନ୍ତି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ କେବେ ଘରୋଇ କ୍ରିକେଟ ଆରମ୍ଭ ହେବ ତାହା କହି ହେଉନାହିଁ। ଆସନ୍ତା ଅଗଷ୍ଟରେ ଆରମ୍ଭ ହେବାର ଯୋଜନା କରାଯାଉଥିଲେ ହେଁ ସମ୍ଭାବନା କ୍ଷୀଣ ରହିଛି। ଆସନ୍ତା ଡିସେମ୍ବରରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଯାଇ ଟେଷ୍ଟ ସିରିଜ ଖେଳିବ। ଏଥିରେ ପୂଜାରା ଖେଳିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri