Posted inଫୁରସତ

ନୂଆବର୍ଷ ପୂର୍ବ ରାତିରେ ଖାଆନ୍ତୁ ଏସବୁ ଆସିବ ସୌଭାଗ୍ୟ

ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରି ଥାଆନ୍ତି। ହେଲେ କିଛି ଦେଶରେ ନୂଆବର୍ଷରେ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। କାରଣ ଏସବୁ ଖାଦ୍ୟ ସୁଖ ସମୃଦ୍ଧି ଆଣି ଦିଏ ବୋଲି ବିଶ୍ୱାସ ରହିଛି।

ମାଛ:
କେତେକ ୟୁରୋପୀୟ ଦେଶରେ ନୂଆବର୍ଷ ପୂର୍ବ ରାତିରେ ଲୋକେ ମାଛ ଖାଇଥାଆନ୍ତି। କାରଣ ଏହା ଶୁଭର ସଙ୍କେତ ହୋଇଥିବା ବେଳେ ଏହା ଏକାସଙ୍ଗେ ଅଧିକ ଅଣ୍ଡା ଦେଉଥିବାରୁ ଘରେ ସୁଖଶାନ୍ତି ଓ ଧନପ୍ରାପ୍ତି ହୋଇଥାଏ।

ନୁଡୁଲ୍ସ:
ବିଶେଷ କରି ଚାଇନା ଓ ଜାପାନର ଲୋକେ ଏହାକୁ ନ ଭାଙ୍ଗି ଖାଇଥାଆନ୍ତି। କାରଣ ଏହାଦ୍ୱାରା ଆୟୁ ଲମ୍ବା ହୋଇଥାଏ ବୋଲି କୁହାଯାଏ।

କେକ୍‌:
ସ୍ବାଦରେ ଏହା ମିଠା ହୋଇଥିବାରୁ ପରିବାର ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ଆମେରିକୀୟମାନେ ବଶ୍ୱାସ କରି ନୂଆବର୍ଷ ପୂର୍ବ ରାତିରେ କେକ୍‌ କାଟି ଥାଆନ୍ତି।

ଅଙ୍ଗୁର:
କେତେକ ୟୁରୋପୀୟ ଦେଶ ନୂଆବର୍ଷ ପୂର୍ବ ରାତିରେ ୧୨ଟି ଅଙ୍ଗୁର ଖାଇଥାଆନ୍ତି। କାରଣ ଏହାଦ୍ୱାରା ନୂତନବର୍ଷ ଭଲରେ କଟିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି।

ଡାଳିମ୍ବ:
ଗ୍ରୀକ୍‌ ଦେଶର ଲୋକେ ନୂଆବର୍ଷ ପୂର୍ବ ରାତିରେ ଡାଳିମ୍ବ ଖାଇଥାଆନ୍ତି। ସେମାନଙ୍କ ମତରେ ଯେଉଁ ଫଳରେ ଅଧିକ ମଞ୍ଜି ଥାଏ ତାହା ଘରେ ସୁଖସମୃଦ୍ଧି ବୃଦ୍ଧି କରିବା ସହ ଧନ ବୃଦ୍ଧି ମଧ୍ୟ କରିଥାଏ। କେବଳ ସେତିକି ନୁହେଁ ଏହାଦ୍ୱାରା ପରିବାର ମଧ୍ୟ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri