ନୂଆଙ୍କୁ ନେଇ ଚିନ୍ତାରେ ପୁରୁଣା

ଅନୁଗୋଳ ଅଫିସ, ୧୯।୫

ସ୍ବାବ୍‌ ସଂଗ୍ରହରେ ବିଳମ୍ବକୁ ନେଇ ଅନୁଗୋଳ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉକ୍ତ କେନ୍ଦ୍ରଗୁଡ଼ିକରେ ଥିବା କେତେଜଣ ପ୍ରବାସୀଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଆସୁଥିବା ବେଳେ ଏଯାଏ ସେମାନଙ୍କଠାରୁ ସ୍ବାବ୍‌ କି ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଉ ନାହିଁ। ଏପରି ସ୍ଥିତିରେ ଦୈନିକ ସେଠାକୁ ନୂଆ ପ୍ରବାସୀଙ୍କୁ ସଙ୍ଗରୋଧ ପାଇଁ ଅଣାଯିବା ପୁରୁଣା ପ୍ରବାସୀମାନଙ୍କ ମନରେ ସଂକ୍ରମଣର ଭୟ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ୨୨୫ ପଞ୍ଚାୟତରେ ମୋଟ୍‌ ୩୪୯ କ୍ବାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଏସବୁ କେନ୍ଦ୍ରରେ ୧୪,୮୯୩ ବେଡ୍‌ ପକାଯାଇଥିବା ବେଳେ ୧୦,୭୫୪ ଜଣ ସଙ୍ଗରୋଧରେ ରହିବାର ବ୍ୟବସ୍ଥା ହୋଇଛି। ସେହିପରି ଅନୁଗୋଳ, ତାଳଚେର ପୌରାଞ୍ଚଳ ଓ ଆଠମଲ୍ଲିକ ଏନ୍‌ଏସିର ମୋଟ୍‌ ୫୫ ୱାର୍ଡରେ ୬ଟି କ୍ବାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଏଠାରେ ୭୦୩ ଜଣଙ୍କ ରହିବା ଭଳି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଇତିମଧ୍ୟରେ ବାହାର ରାଜ୍ୟରୁ ହଜାର ହଜାର ପ୍ରବାସୀ ଜିଲାକୁ ଫେରୁଛନ୍ତି। ଅନ୍ୟ ଜିଲାରୁ ମଧ୍ୟ ଅନୁଗୋଳ ଲୋକେ ଘର ମୁହଁା ହେଉଛନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। ଦୈନିକ କେତେଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାଙ୍ଗୁଲା, ପଞ୍ଚମହଲା ୟୁପି ସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ର ପରି ଜିଲାର ବହୁ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ୮ରୁ ୧୦ ଦିନ ଯାଏ ପ୍ରବାସୀମାନେ ରହିସାରିଥିଲେ ବି ସେମାନଙ୍କଠାରୁ ସ୍ବାବ୍‌ କି ରକ୍ତ ପରୀକ୍ଷା ପାଇଁ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ସଙ୍ଗରୋଧ ପାଇଁ ଏସବୁ କେନ୍ଦ୍ରକୁ ଦୈନିକ ଆସୁଥିବା ନୂଆ ପ୍ରବାସୀମାନଙ୍କୁ ନେଇ ପୁରୁଣାଙ୍କ ଚିନ୍ତା ବଢ଼ିଯାଇଛି। ବାରମ୍ବାର ସରପଞ୍ଚ, ବିଡିଓଙ୍କୁ ସେମାନେ ସ୍ବାବ୍‌ ଟେଷ୍ଟ ପାଇଁ ଜଣାଉଥିଲେ ବି ସୁଫଳ ମିଳୁ ନ ଥିବା ସମ୍ପୃକ୍ତ ପ୍ରବାସୀମାନେ ଅଭିଯୋଗ କରୁଛନ୍ତି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କହିଛନ୍ତି, ସଙ୍ଗରୋଧରେ ଥିବା ସମସ୍ତଙ୍କ ସ୍ବାବ୍‌ ନମୁନା ଏକ ସଙ୍ଗରେ ସଂଗ୍ରହ କରିବା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି। ଜିଲାରେ ଏବେ ୫ଟି ଟିମ୍‌ ନମୁନା ସଂଗ୍ରହ କରୁଛନ୍ତି। କିପରି ଶୀଘ୍ର ସମସ୍ତଙ୍କ ନମୁନା ସଂଗ୍ରହ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ୨୮ରେ ଛୁଇଁବ ସ୍ଥଳଭାଗ, ଆନ୍ଧ୍ର ଦେଇ ଓଡ଼ିଶା ମୁହାଁଇବା ଆଶଙ୍କା

ଭୁବନେଶ୍ୱର, ୨୬ା୧୦ (ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ରାଜ୍ୟବାସୀଙ୍କ ମନରେ ପୁଣି ଛନକା ପଶିଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ପରେ ଓଡ଼ିଶା…

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା: ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀଙ୍କୁ ଜିଲା ଦାୟିତ୍ୱ

ଭୁବନେଶ୍ୱର,୨୬ା୧୦ (ରବିନାରାୟଣ ଜେନା): ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଖୋର୍ଦ୍ଧା,୨୫।୧୦(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?