ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ପ୍ରସଙ୍ଗ: ପୁଣି କୋହଳ, ବଦଳିଲାନି ବ୍ୟବସ୍ଥା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୩ ମାସର ଡେଡ୍‌ଲାଇନ୍‌ ସରିବା ପୂର୍ବରୁ ସ୍ଥିତିକୁ ଦେଖି ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନକୁ କଡାକଡି ଲାଗୁ କରିବାକୁ ଆଉ ୩ ମାସ ଗଡ଼ାଇଛନ୍ତି। ଏହି ସମୟ ମଧ୍ୟରେ ଗାଡ଼ି କାଗଜପତ୍ର କରାଇବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି। ହେଲେ ଲୋକେ କିପରି ତୁରନ୍ତ ଡ୍ରାଇଭିଂ ଲାଇସେନ୍ସ ସହ ଅନ୍ୟାନ୍ୟ କାଗଜପତ୍ର ପାଇବେ ତାହାର ସୁବ୍ୟବସ୍ଥା କରାଯାଇ ନାହିଁ। ଅଧିକ କ୍ୟାମ୍ପ୍‌ ଅଫିସ ଖୋଲିବା ଓ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବାର ଆବଶ୍ୟକତା ରହିଥିଲେ ବି ଏହା ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। ସେହିଭଳି ବାରମ୍ବାର ଇଣ୍ଟରନେଟ୍‌ ସେବା ବ୍ୟାହତ ହେଉଥିଲେ ମଧ୍ୟ ତାହାର ସମାଧାନ ହୋଇପାରିନି। ଫଳରେ ଲାଇସେନ୍ସ ପାଇଁ ଆଗାମୀ ଦିନରେ ମଧ୍ୟ ଲୋକେ ବାରମ୍ବାର ଦୌଡ଼ି ନିରାଶ ହେବେ। ଚାଦର, କମ୍ବଳ ଧରି ରାତିରୁ ଲାଇନ୍‌ ଲଗାଇ ଶୋଇବେ ବୋଲି ଆଶଙ୍କା ପ୍ରକାଶ ପାଉଛି।
ପ୍ରତି କ୍ୟାମ୍ପ ଅଫିସରେ ମାତ୍ର ଦୁଇଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ବହୁ ଲୋକଙ୍କୁ ପ୍ରଶ୍ନ ପଚାରି ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ଦେବାରେ ଅଧିକ ସମୟ ଲାଗୁଛି। ଗୋଟିଏ ଦିନରେ ୩୫ରୁ ୪୦ଜଣଙ୍କୁ ଲର୍ନିଂ ଲାଇସେନ୍ସ ଦେବା କଷ୍ଟକର ହୋଇପଡୁଛି। ପୁଣି ଇଣ୍ଟରନେଟ କଟିଲେ ଟଙ୍କା ପୈଠ ଓ ଲାଇସେନ୍ସ ମିଳିପାରୁନି। ଏଜି ଛକସ୍ଥିତ ଓଏସ୍‌ଆର୍‌ଟିସି ଓ ଶହୀଦନଗର କ୍ୟାମ୍ପ୍‌ ଅଫିସରେ ସ୍ଥିତି ସବୁଠୁ ବଳିଯାଇଛି। ଲୋକେ ସକାଳୁ ଧାଡ଼ି ଲଗାଇବା ପାଇଁ ସେଠାରେ ରାତିରେ ଖୋଲା ଆକାଶ ତଳେ ଶୋଇବା ସହ ହେଲ୍‌ମେଟ୍‌ ଓ ବ୍ୟାଗ୍‌ ରଖି ଜାଗା ରଖିବା ଦୃଶ୍ୟ ସବୁଠୁ ସ୍ପର୍ଶକାତର ଥିଲା। ସରକାର କୋହଳ ଘୋଷଣା କରିବା ପରେ ମଧ୍ୟ ଗୁରୁବାର ଭୁବନେଶ୍ୱରର ଆର୍‌ଟିଓ-୧ ଏବଂ ଆରଟିଓ-୨ରେ ଲୋକଙ୍କ ଗହଳି କମି ନ ଥିଲା। ସକାଳୁ ଠେଲାପେଲା ପରିସ୍ଥିତି ଦେଖି ବାଧ୍ୟ ହୋଇ ପୋଲିସ ଗେଟ୍‌ରେ ତାଲା ପକାଇ ଦେଇଥିଲା। ପୂର୍ବପରି ଖରାରେ ଲୋକେ ଲାଇନ୍‌ରେ ରହିଥିଲେ। ଅଫିସ ଖୋଲିବା ପରେ ଲୋକଙ୍କ ଗହଳି ବଢିବାରେ ଲାଗିଥିଲା। ଆରଟିଓ-୧ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯେଉଁମାନେ ଲର୍ନିଂ ପାଇଁ ପରୀକ୍ଷାଦେଇ ଫେଲ୍‌ ହେଉଥିଲେ ସେମାନେ ପୁଣି ପରୀକ୍ଷା ଦେବାକୁ ଗଲେ ୫୦ ଟଙ୍କା ନିଆଯାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଲୋକେ ହୋହଲ୍ଲା କରିଥିଲେ। ଏପରି ବାରମ୍ବାର ଫି’କୁ କୋହଳ କରାଯାଉ ବୋଲି ଲୋକେ ଦାବି କରିଛନ୍ତି। ସହଜ ଓ ସ୍ବାଭାବିକ ଭାବେ ଲାଇସେନ୍ସ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ସରକାର କୋହଳ କରିଥିବା ଗତ ୩ମାସ ମଧ୍ୟରେ ପ୍ରାୟ ୬୮ ହଜାର ଲୋକ ଲର୍ନିଂ ଓ ୨୩ ହଜାରରୁ ଊର୍ଦ୍ଧ୍ୱ ଲୋକ ଡିଏଲ୍‌ ଲାଇସେନ୍ସ ନେଲେଣି। ଶେଷ ୧୫ ଦିନରେ ପ୍ରାୟ ୧୨ ହଜାର ଲୋକ ଲର୍ନିଂ ପାଇଁ ଆବେଦନ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri