ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ପ୍ରସଙ୍ଗ: ପୁଣି କୋହଳ, ବଦଳିଲାନି ବ୍ୟବସ୍ଥା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୩ ମାସର ଡେଡ୍‌ଲାଇନ୍‌ ସରିବା ପୂର୍ବରୁ ସ୍ଥିତିକୁ ଦେଖି ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନକୁ କଡାକଡି ଲାଗୁ କରିବାକୁ ଆଉ ୩ ମାସ ଗଡ଼ାଇଛନ୍ତି। ଏହି ସମୟ ମଧ୍ୟରେ ଗାଡ଼ି କାଗଜପତ୍ର କରାଇବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି। ହେଲେ ଲୋକେ କିପରି ତୁରନ୍ତ ଡ୍ରାଇଭିଂ ଲାଇସେନ୍ସ ସହ ଅନ୍ୟାନ୍ୟ କାଗଜପତ୍ର ପାଇବେ ତାହାର ସୁବ୍ୟବସ୍ଥା କରାଯାଇ ନାହିଁ। ଅଧିକ କ୍ୟାମ୍ପ୍‌ ଅଫିସ ଖୋଲିବା ଓ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବାର ଆବଶ୍ୟକତା ରହିଥିଲେ ବି ଏହା ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। ସେହିଭଳି ବାରମ୍ବାର ଇଣ୍ଟରନେଟ୍‌ ସେବା ବ୍ୟାହତ ହେଉଥିଲେ ମଧ୍ୟ ତାହାର ସମାଧାନ ହୋଇପାରିନି। ଫଳରେ ଲାଇସେନ୍ସ ପାଇଁ ଆଗାମୀ ଦିନରେ ମଧ୍ୟ ଲୋକେ ବାରମ୍ବାର ଦୌଡ଼ି ନିରାଶ ହେବେ। ଚାଦର, କମ୍ବଳ ଧରି ରାତିରୁ ଲାଇନ୍‌ ଲଗାଇ ଶୋଇବେ ବୋଲି ଆଶଙ୍କା ପ୍ରକାଶ ପାଉଛି।
ପ୍ରତି କ୍ୟାମ୍ପ ଅଫିସରେ ମାତ୍ର ଦୁଇଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ବହୁ ଲୋକଙ୍କୁ ପ୍ରଶ୍ନ ପଚାରି ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ଦେବାରେ ଅଧିକ ସମୟ ଲାଗୁଛି। ଗୋଟିଏ ଦିନରେ ୩୫ରୁ ୪୦ଜଣଙ୍କୁ ଲର୍ନିଂ ଲାଇସେନ୍ସ ଦେବା କଷ୍ଟକର ହୋଇପଡୁଛି। ପୁଣି ଇଣ୍ଟରନେଟ କଟିଲେ ଟଙ୍କା ପୈଠ ଓ ଲାଇସେନ୍ସ ମିଳିପାରୁନି। ଏଜି ଛକସ୍ଥିତ ଓଏସ୍‌ଆର୍‌ଟିସି ଓ ଶହୀଦନଗର କ୍ୟାମ୍ପ୍‌ ଅଫିସରେ ସ୍ଥିତି ସବୁଠୁ ବଳିଯାଇଛି। ଲୋକେ ସକାଳୁ ଧାଡ଼ି ଲଗାଇବା ପାଇଁ ସେଠାରେ ରାତିରେ ଖୋଲା ଆକାଶ ତଳେ ଶୋଇବା ସହ ହେଲ୍‌ମେଟ୍‌ ଓ ବ୍ୟାଗ୍‌ ରଖି ଜାଗା ରଖିବା ଦୃଶ୍ୟ ସବୁଠୁ ସ୍ପର୍ଶକାତର ଥିଲା। ସରକାର କୋହଳ ଘୋଷଣା କରିବା ପରେ ମଧ୍ୟ ଗୁରୁବାର ଭୁବନେଶ୍ୱରର ଆର୍‌ଟିଓ-୧ ଏବଂ ଆରଟିଓ-୨ରେ ଲୋକଙ୍କ ଗହଳି କମି ନ ଥିଲା। ସକାଳୁ ଠେଲାପେଲା ପରିସ୍ଥିତି ଦେଖି ବାଧ୍ୟ ହୋଇ ପୋଲିସ ଗେଟ୍‌ରେ ତାଲା ପକାଇ ଦେଇଥିଲା। ପୂର୍ବପରି ଖରାରେ ଲୋକେ ଲାଇନ୍‌ରେ ରହିଥିଲେ। ଅଫିସ ଖୋଲିବା ପରେ ଲୋକଙ୍କ ଗହଳି ବଢିବାରେ ଲାଗିଥିଲା। ଆରଟିଓ-୧ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯେଉଁମାନେ ଲର୍ନିଂ ପାଇଁ ପରୀକ୍ଷାଦେଇ ଫେଲ୍‌ ହେଉଥିଲେ ସେମାନେ ପୁଣି ପରୀକ୍ଷା ଦେବାକୁ ଗଲେ ୫୦ ଟଙ୍କା ନିଆଯାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଲୋକେ ହୋହଲ୍ଲା କରିଥିଲେ। ଏପରି ବାରମ୍ବାର ଫି’କୁ କୋହଳ କରାଯାଉ ବୋଲି ଲୋକେ ଦାବି କରିଛନ୍ତି। ସହଜ ଓ ସ୍ବାଭାବିକ ଭାବେ ଲାଇସେନ୍ସ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ସରକାର କୋହଳ କରିଥିବା ଗତ ୩ମାସ ମଧ୍ୟରେ ପ୍ରାୟ ୬୮ ହଜାର ଲୋକ ଲର୍ନିଂ ଓ ୨୩ ହଜାରରୁ ଊର୍ଦ୍ଧ୍ୱ ଲୋକ ଡିଏଲ୍‌ ଲାଇସେନ୍ସ ନେଲେଣି। ଶେଷ ୧୫ ଦିନରେ ପ୍ରାୟ ୧୨ ହଜାର ଲୋକ ଲର୍ନିଂ ପାଇଁ ଆବେଦନ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri