ନୂଆ ମାନଚିତ୍ରକୁ ନେପାଳ ପାର୍ଲାମେଣ୍ଟର ଅନୁମୋଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୧୪ା୬: ନେପାଳ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍‌କୁ ଅନୁମୋଦନ ମିଳିଛି। ଦେଶର ମାନଚିତ୍ରରେ ପରିବର୍ତ୍ତନ ଲାଗି ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଅଣାଯାଇଥିଲା। ପୂର୍ବରୁ ନେପାଳ କ୍ୟାବିନେଟ ଅନୁମୋଦନ କରିଥିବା ନୂଆ ମାନଚିତ୍ରରେ ଭାରତର ୩ଟି ଅଞ୍ଚଳ ରହିଛି। ପଡୋଶୀ ଦେଶର ଏଭଳି କାର୍ଯ୍ୟକୁ ନୂଆଦିଲ୍ଲୀ ପକ୍ଷରୁ ବିରୋଧ କରାଯାଇଥିଲା। ଏହା ନେପାଳ ସରକାରଙ୍କ ଏକପାଖିଆ ନିଷ୍ପତ୍ତି ଏବଂ ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ଭାରତ କହିଥିଲା।
ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ପରେ ଭୋଟ ନିଆଯାଇଥିଲା। ୨୭୫ ସଦସ୍ୟ ବିଶିଷ୍ଟ ଗୃହରେ ବିଲ୍‌ ସପକ୍ଷରେ ୨୫୮ ଭୋଟ ଯାଇଥିଲା। ଫଳରେ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତାରେ ବିଲ୍‌ ଗୃହୀତ ହୋଇଛି। ଗତ ମାସରେ ନେପାଳ ଶାସକ ଦଳ ନୂଆ ମାନଚିତ୍ରକୁ ଅନୁମୋଦନ କରିବା ପରେ ଭାରତ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭାରତର ବିରୋଧ ସତ୍ତ୍ୱେ ବିରୋଧୀ ଦଳ ନେପାଳୀ କଂଗ୍ରେସ ମଧ୍ୟ ସଂଶୋଧନ ସପକ୍ଷରେ ଭୋଟ ଦେଇଛି।

ଜନପ୍ରତିନିଧି ସଭାରେ ଗୃହୀତ ହୋଇଥିବା ବିଲ୍‌ ନ୍ୟାଶନାଲ ଆସେମ୍ବ୍ଲିରେ ଉପସ୍ଥାପନ କରାଯିବ। ଏହା ଉପରେ କୌଣସି ସଂଶୋଧନ କରିବାକୁ ଥିଲେ ନ୍ୟାଶନାଲ ଆସେମ୍ବ୍ଲି ଏଥିପାଇଁ ୭୨ ଘଣ୍ଟା ସମୟ ଦେବ। ନ୍ୟାଶନାଲ ଆସେମ୍ବ୍ଲିରେ ବିଲ୍‌ ପାସ୍‌ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଗି ପଠାଯିବ। ଏହା ପରେ ବିଲ୍‌ ଆଇନରେ ପରିଣତ ହେବ।
ଗତ ମାସରେ ପ୍ରକାଶିତ ନେପାଳର ନୂଆ ମାନଚିତ୍ରରେ ଉତ୍ତରାଖଣ୍ଡର ଲିପୁଲେଖ ଗିରିପଥ, ଲିମ୍ପିୟାଧୁରା ଏବଂ କାଲାପାନିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଭାରତୀୟ ଅଞ୍ଚଳ ଏବଂ ୧୯୬୨ ଚାଇନା ଯୁଦ୍ଧ ସମୟରୁ ଭାରତୀୟ ସେନା ଏହାକୁ ସୁରକ୍ଷା ଦେଇଆସୁଛି। ନେପାଳ ସରକାର ଏକପାଖିଆ ଭାବେ ମାନଚିତ୍ରରେ କରିଥିବା ପରିବର୍ତ୍ତନକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗତ ମାସରେ କହିଥିଲେ। ନେପାଳ ସରକାର ଏଭଳି ଭୁଲ୍‌ ପଦକ୍ଷେପରୁ ଦୂରେଇ ରହିବା ସହ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଦିଅନ୍ତୁ ବୋଲି ଶ୍ରୀବାସ୍ତବ କହିଥିଲେ।
ସୂଚନାଯୋଗ୍ୟ, ନେପାଳ ପାର୍ଲାମେଣ୍ଟରେ ନୂଆ ମାନଚିତ୍ର ଉପରେ ଭୋଟଗ୍ରହଣ ପୂର୍ବରୁ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ କହିଥିଲେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁବେଳ ପାଇଁ ମଜଭୁତ ରହିଆସିଛି ଓ ଭବିଷ୍ୟତରେ ରହିବ। ଭୌଗୋଳିକ, ସାଂସ୍କୃତିକ, ଐତିହାସିକ, ଧର୍ମୀୟ ସମ୍ବନ୍ଧ ଦୃଷ୍ଟିରୁ ନେପାଳ ସହିତ ଭାରତର ଦୃଢ଼ ସମ୍ପର୍କ ରହିଛି। ଉଭୟ ଦେଶବାସୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ୍‌ ନିବିଡ଼। ଭବିଷ୍ୟତରେ ମଧ୍ୟ ଏଭଳି ସମ୍ପର୍କ ବଜାୟ ରହିବ ବୋଲି ଜେନେରାଲ ନରଓ୍ବଣେ ଏକ ପାସିଂ ଆଉଟ ପରେଡ୍‌ରେ ଯୋଗଦେବା ଅବସରରେ ଖବରଦାତାମାନଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri