Posted inଖେଳ

‘ନୂଆ ବର୍ଷ, ନୂଆ ଆଶା’

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-କରୋନା ମହାମାରୀ ପାଇଁ ବିଗତବର୍ଷ କ୍ରୀଡ଼ାବିତ୍‌ଙ୍କ ଲାଗି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ନୂଆ ବର୍ଷରେ ନୂଆ ଆଶା। ବିଶ୍ୱରୁ ଖୁବ୍‌ଶୀଘ୍ର ଏହି ସଙ୍କଟ ସମୟ ଦୂରେଇ ଯିବା ସହ ସବୁକିଛି ପୁଣି ସ୍ବାଭାବିକ ହେବାନେଇ ଆମ୍ଭେମାନେ ଆଶାବାଦୀ ଅଛୁ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଛନ୍ତି। ଖେଳ ଜୀବନପରେ ଜାତୀୟ ଜୁନିୟର ମହିଳା ଫୁଟବଲ ଦଳର କୋଚ୍‌ ଏବଂ ଉଭୟ ସିନିୟର ଓ ଜୁନିୟର ଦଳର ଚୟନକର୍ତ୍ତା ଦାୟିତ୍ୱ ତୁଲାଇ ସାରିଥିବା ଶ୍ରଦ୍ଧାଞ୍ଜଳି ଏବେ କଳିଙ୍ଗ ଷ୍ଟାଡିୟମରେ ବ୍ୟକ୍ତିଗତ ଅଭ୍ୟାସ ଜାରି ରଖିବା ସହ ଜୁନିୟର ଖେଳାଳିଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି। କୋଭିଡ୍‌-୧୯ କଟକଣା ସମୟରେ ଘରୁ ବାହାରକୁ ବାହାରିବା ସମ୍ଭବ ନ ଥିବା ସମୟରେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏବଂ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଅନ୍‌ଲାଇନ୍‌ରେ ଆୟୋଜିତ ବିଭିନ୍ନ କୋଚିଂ ସମ୍ପକିର୍ତ କୋର୍ସରେ ସେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ଏପରି ଅଭିଜ୍ଞତା ନ ଥିଲା। ମାତ୍ର ଏହାର ବହୁ ଉପାଦେୟ ରହିଲା ଏବଂ ଏକାବେଳେ ଦେଶର ବିଭିନ୍ନ କୋଚ୍‌ଙ୍କ ସହିତ ଭାବର ଆଦାନ ପ୍ରଦାନରେ ଅନେକ ଅଭିଜ୍ଞତା ମଧ୍ୟ ହାସଲ ହେଲା ବୋଲି ସମ୍ପ୍ରତି ନାଲ୍‌କୋରେ କାର୍ଯ୍ୟରତ ଶ୍ରଦ୍ଧାଞ୍ଜଳି ପ୍ରକାଶ କରିଛନ୍ତି। ଫୁଟବଲ ପ୍ରତିଭାମାନେ ଦୀର୍ଘଦିନଧରି ପଡ଼ିଆରୁ ଦୂରେଇ ରହିଥିବାରୁ ଫିଟ୍‌ନେସ ସମସ୍ୟା ରହିବା ସ୍ବାଭାବିକ। ତେଣୁ ପ୍ରଥମେ ଏଥିପ୍ରତି ଧ୍ୟାନ ଦେବାପରେ ଯାଇ ସେମାନେ ଖେଳିବା ଉଚିତ। ନଚେତ ଆହତ ସମସ୍ୟା ରହିବ। ଏବେ ଆଇଏସ୍‌ଏଲ ଏବଂ ଆଇ-ଲିଗ୍‌ ଚାଲିଛି। ଆଗକୁ ଫାଓ ପକ୍ଷରୁ ଆନ୍ତଃ ଜିଲା ପ୍ରତିଯୋଗିତା ଏବଂ କଟକ ଲିଗ୍‌ ହେବାର ଅଛି। ଆନ୍ତଃ ଜିଲା ପ୍ରତିଯୋଗିତା ରାଜ୍ୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଠାରେ ଭଲ ପ୍ରଦର୍ଶନ କଲେ ସେମାନେ ଜାତୀୟ ଦଳପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଶ୍ରଦ୍ଧାଞ୍ଜଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri