ନୂଆ ନିୟମ ମାନିବାକୁ କୁନ୍ଥୁକୁନ୍ଥୁ: ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସେପ୍ଟେମ୍ବର ୧ ତାରିଖରୁ ସମଗ୍ର ଦେଶରେ ମୋଟର ଯାନ(ସଂଶୋଧିତ) ଆଇନ-୨୦୧୯ ଲାଗୁ କରାଯାଇଛି। ବେଆଇନଗାଡ଼ି ଚାଳକଙ୍କ ଉପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଜରିମାନା ରାଶି ବହୁଗୁଣା ବୃଦ୍ଧି କରି ସଡ଼କ ଦୁର୍ଘଟଣାକୁ ରୋକିବାକୁ କେନ୍ଦ୍ର ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାରଗୁଡିକ ସେ ସବୁକୁ ପାଳନ କରିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ଓଡ଼ିଶାରେ ଯଦିଓ ଏହି ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ କରାଯାଇଛି, ତେବେ ଜନ ଆକ୍ରୋଶ ଦେଖି ରାଜ୍ୟ ସରକାର ଗାଡିର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବା ସକାଶେ ୩ ମାସ ପାଇଁ କୋହଳ କରିଛନ୍ତି। ଏହି ଘୋଷଣା ପରେ ରାସ୍ତାଘାଟରେ ପୁଣି ବେଆଇନ ଗାଡି ମାଳମାଳ ଗଡିବା ଆରମ୍ଭ କରିଛି। ଏହା ଲୋକମାନଙ୍କ ଜୀବନକୁ ପୁଣି ବିପଦରେ ପକାଇଛି।
ସଡ଼କ ସୁରକ୍ଷା ସମସ୍ତଙ୍କ ପାଇଁ ଏକ ଆହ୍ବାନ ପାଲଟିଛି। ସଡ଼କ ଦୁର୍ଘଟଣାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ପ୍ରତିବର୍ଷ ଦୁର୍ଘଟଣା ହାର ବଢ଼ି ବଢ଼ିି ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୪୩ ହଜାର ୩୧୨ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୫୭ ହଜାର ୬୮୪ ଜଣ ଗୁରୁତର ଆହତ ହୋଇଛନ୍ତି। ସାରା ଦେଶରେ ପ୍ରତି ୧୦୦ ଦୁର୍ଘଟଣାରେ ୨୯ ଜଣ ଜୀବନ ହରାଉଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୪୪। ଓଡ଼ିଶାରେ ୨୦୧୪ରେ ୩୯୩୧ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୨୦୧୫ରେ ୪୩୦୩, ୨୦୧୬ରେ ୪୪୬୩ ଏବଂ ୨୦୧୭ରେ ୪୭୯୦ ଏବଂ ୨୦୧୮ରେ ୫୨୩୭ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜାତୀୟସ୍ତରରେ ୨୦୧୭ରେ ଦୁର୍ଘଟଣାଜନିତ ମୃତ୍ୟୁ ୩ ପ୍ରତିଶତ କମ୍‌ ହୋଇଥିବା ବେଳେ ଏହି ସମୟରେ ରାଜ୍ୟରେ ୭.୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୮ରେ ଏହା ୮.୩୪ ପ୍ରତିଶତକୁ ଟପିଯାଇଛି।
ଦୁର୍ଘଟଣା ହାର ହ୍ରାସ କରିବା ପାଇଁ ସୁପ୍ରିମ୍‌କୋର୍ଟ ୨୦୧୪ରେ ଅବସରପ୍ରାପ୍ତ ବିଚାରପତି ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ୨୦୨୦ ସୁଦ୍ଧା ଦୁର୍ଘଟଣା ହାର ୫୦ ପ୍ରତିଶତ ହ୍ରାସ କରିବା ପାଇଁ ଏହି କମିଟି ଗୁରୁତ୍ୱାରୋପ କରୁଥିବା ବେଳେ ଓଡ଼ିଶାରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଯଦିଓ ଦୁର୍ଘଟଣା ହାର ପ୍ରତିବର୍ଷ ୧୦ ପ୍ରତିଶତ ହ୍ରାସ କରିବାକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି ତେବେ ଏଥିରେ କୌଣସି ସୁଧାର ଆସୁ ନାହିଁ।
ସୁପ୍ରିମ୍‌କୋର୍ଟ କମିଟି ୨୦୧୮ ଜୁଲାଇ ୧୦ରେ ରାଜ୍ୟରେ ଦୁର୍ଘଟଣା ସ୍ଥିତି ସମ୍ପର୍କରେ ରାଜ୍ୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ କିପରି ଦୁର୍ଘଟଣା ହାର ହ୍ରାସ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏ ଦିଗରେ ସେଭଳି କିଛି ପଦକ୍ଷେପ ନିଆଯାଇ ପାରୁ ନାହିଁ। ନୂତନ ମୋଟର ଯାନ ଆଇନ କାର୍ଯ୍ୟକାରୀ କରାଯାଇଥିବାରୁ ଦୁର୍ଘଟଣା ହାର ହ୍ରାସ ପାଇବା ସମ୍ଭାବନା ଦେଖାଦେଇଛି। ତେବେ ଜରିମାନାକୁ କୋହଳ କରାଗଲେ ସଡ଼କ ଉପରେ ପୁଣି ବହୁ ସଂଖ୍ୟାରେ ବେଆଇନ ଗାଡି ଗଡିବ। ଯାହା ଲୋକଙ୍କ ଜୀବନକୁ ବିପଦମୁଖୀ କରିବ ବୋଲି ସଡ଼କ ସୁରକ୍ଷା ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri