ନୂଆ ଥାଇ ବି ପୁରୁଣା ସାହା

ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍‌ ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ତାହା ବ୍ୟବହାରରେ ଲାଗି ପାରୁନାହିଁ। ଫଳରେ ପୂର୍ବରୁ ଯେଉଁ ପୁରୁଣା ବିପଦସଙ୍କୁଳ ପୋଲରେ ଯାତାୟାତ ହେଉଥିଲା ତାହା ଏବେ ବି ସାହା ଭରସା ସାଜିଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ ସିଙ୍ଗଡା ନଦୀ ପୋଲର ଏପରି ଅବସ୍ଥା ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ଏଥିସହ ତୁରନ୍ତ ନୂତନ ପୋଲକୁ ବ୍ୟବହାର ଉପଯୋଗୀ କରିବାକୁ ସେମାନେ ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ କହିବା ମୁତାବକ, ଛେଣ୍ଡିପଦା ବ୍ଲକ କୋଶଳା ଚନ୍ଦନନଗରଠାରୁ ଦୁର୍ଗାପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ସିଙ୍ଗିଡା ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୭ରୁ ପୋଲ ନିର୍ମାଣ କରାଯାଇଥିଲା। ୨୦୧୮ରେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ କୋଶଳା ଚନ୍ଦନନଗରଠାରୁ ଦୁର୍ଗାପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ମଧ୍ୟ ସରିଛି। କିନ୍ତୁ ଏଯାବତ ପୋଲର ଆପ୍ରୋଚ ରୋଡ୍‌ କାମ ଶେଷ କରାଯାଇ ନାହିଁ। ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କ୍ଷତିପୂରଣ ପାଇ ନ ଥିବା ଜମି ମଲିକମାନେ ରାସ୍ତାକୁ କାଟି ଦେଇଛନ୍ତି। ସେହିପରି ଅନ୍ୟ ପାର୍ଶ୍ୱ ରାସ୍ତା କାମ ଆଦୌ ଆରମ୍ଭ ହୋଇନାହିଁ। ଫଳରେ ଉକ୍ତ ନୂଆ ପୋଲ ଉପରେ ଗାଡ଼ି ଯାତାୟାତ କରିପାରୁନାହିଁ। ତେଣୁ ବିପଦସଙ୍କୁଳ ହୋଇଥିଲେ ବି ପୁରୁଣା ପୋଲ ଉପରେ ଲୋକେ ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି। ଉକ୍ତ ପୁରୁଣା ପୋଲରୁ କଂକ୍ରିଟ ଖଣ୍ଡ ବର୍ଷାରେ ଧୋଇ ଗଲାଣି। ଆଗାମୀ ଦିନରେ ଅଧିକ ବର୍ଷା ହେଲେ ପୋଲଟି ସମ୍ପୂର୍ଣ୍ଣ ଭାସିଯିବା ଆଶଙ୍କା ରହିଛି। ଏପରି ହେଲେ ଜରପଡାଠାରୁ କୋଶଳା ଏନ୍‌ଟିପିସି ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ତେଣୁ ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ କୁମାର ପାଢି କୁହନ୍ତି, ନୂତନ ପୋଲର ଉଭୟ ପାଶର୍‌ବରେ ଥିବା ଜମିଗୁଡିକ ଅଧିଗ୍ରହଣ ପ୍ରକିୟା ଜାରି ରହିଛି। ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ଜମି ଅଧିଗ୍ରହଣ କରାଯାଇଛି। ଆଉ ୧୨ ଜଣ ଜମି ମାଲିକ ରାଜି ହେଉ ନ ଥିବାରୁ ଆପ୍ରୋଚ ରୋଡ୍‌ ନିର୍ମାଣରେ ବିଳମ୍ବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri