Posted inଖେଳ

ନୂଆ କୋଚ୍‌ ଚୟନ ଦୌଡ଼ରେ ଆଡହକ କମିଟି ସବୁଠାରୁ ଆଗରେ; ପରବର୍ତ୍ତୀ ଶୁଣାଣି ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ,୧୮।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଆଡ୍‌ହକ୍‌ କମିଟି ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତ କରିବା ପ୍ରକ୍ରିୟା ଦୌଡ଼ରେ ସବୁଠାରୁ ଆଗରେ ରହିଛି। କପିଳଙ୍କ ସମେତ ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍‌ଓ୍ବାଡ୍‌ ଓ ଶାନ୍ତା ରଙ୍ଗାସ୍ବାମୀଙ୍କୁ ନେଇ ଗଠିତ ଆଡହକ୍‌ କମିଟି ପୂର୍ବରୁ ଗତ ଡିସେମ୍ବରରେ ପୂର୍ବତନ କ୍ରିକେଟର ଡବ୍ଲ୍ୟୁ.ଭି. ରମଣଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର କୋଚ୍‌ ନିଯୁକ୍ତ କରିଥିଲା। ଏବେ ମୁଖ୍ୟ ଦଳର କୋଚ୍‌ ନିଯୁକ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରସ୍ତାବ ଦେଇଛି ବୋଲି କମିଟିର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପରେ ଯାଇ ଏହି ଆଡହକ କମିଟି ଗଠନ ଉପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି କ୍ରିକେଟ ପ୍ରଶାସକ କମିଟି (ସିଓଏ) ସୂଚନା ଦେଇଛି। ପୁଣି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ପୂର୍ବପରି କାର୍ଯ୍ୟ ଚାଲୁରଖିବା ନେଇ ସିଓଏ କୋର୍ଟଙ୍କ ନିକଟରେ ଆବେଦନ କରିଛି। ଯଦି କୋର୍ଟଙ୍କ ନିକଟରୁ ସିଏସି ଚାଲୁ ରହିବା ନେଇ କୌଣସି ନିର୍ଦ୍ଦେଶ ନ ଆସେ ତାହେଲେ ସିଓଏ ଆଡହକ୍‌ କମିଟିକୁ କୋଚ୍‌ ଚୟନ ଦାୟିତ୍ୱ ଦେବା ଛଡ଼ା ଅନ୍ୟ ରାସ୍ତା ରହିବ ନାହିଁ। ଅର୍ଥାତ୍‌ ଅନ୍ୟପଟେ କହିବାକୁ ଗଲେ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି ପ୍ୟାନେଲ ବା କମିଟି ଗଠିତ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ। ଏହା ହେଲେ ସିଓଏ ପୁଣି ଦୁଇ ଭାଗରେ ବିଭକ୍ତ ହେବା ଆଶଙ୍କା ସୃଷ୍ଟି ହେବ। ଏବେ ସବୁ କିଛି କୋର୍ଟଙ୍କ ଶୁଣାଣି ଉପରେ ନିର୍ଭର କରୁଛି।
ପୂର୍ବରୁ ଅଧ୍ୟକ୍ଷ ବିନୋଦ ରାଏ ଓ ପୂର୍ବତନ ମହିଳା କ୍ରିକେଟ ଅଧିନାୟିକା ଡାଏନା ଇଦୁଲଜୀଙ୍କୁ ନେଇ ଗଠିତ ଦୁଇଜଣିଆ ସିଓଏ ମହିଳା କୋଚ୍‌ ନିଯୁକ୍ତି ପ୍ରକ୍ରିୟାକୁ ଅଣସାମ୍ବିଧାନିକ ବୋଲି କହିଥିଲେ। କେବଳ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) କୋଚ୍‌ ନିଯୁକ୍ତି ଦେଇପାରିବ ବୋଲି ସେତେବେଳେ ଇଦୁଲଜୀ କହିଥିଲେ। ଏବେ ସିଓଏରେ ଆଉ ଜଣେ ନୂଆ ସଦସ୍ୟ ଯୋଗ ଦେଇଛନ୍ତି। ଲ୍ୟୁଟ୍‌ନାଣ୍ଟ ଜେନେରାଲ ରବି ଥୋଡଗେ ଗତ ଫେବୃୟାରୀରେ ସିଓଏରେ ଯୋଗ ଦେଇଛନ୍ତି। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ସିଏସିର ଭବିଷ୍ୟତ ନେଇ ଏବେ ସଂଶୟ ସୃଷ୍ଟି ହୋଇଛି। ବର୍ତ୍ତମାନ ଆଡହକ୍‌ କମିଟିକୁ ଦାୟିତ୍ୱ ଦିଆଯିବା ଏକ ଚତୁର ପଦକ୍ଷେପ ବୋଲି ସିଓଏ ତରଫରୁ କୁହାଯାଇଛି।
ଇତିମଧ୍ୟରେ ତେନ୍ଦୁଲକର କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗରୁ ମୁକ୍ତ ହୋଇଛନ୍ତି। ପୁଣି ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ମଧ୍ୟ ବିସିସିଆଇ ସମ୍ବିଧାନ ଅନୁଯାୟୀ ଏକାଧିକ ପଦ ଛାଡି ଗୋଟିଏ ପଦରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଓଏ ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେଇ ନାହିଁ। କପିଳ ଓ ରଙ୍ଗାସ୍ବାମୀ ମଧ୍ୟ ସ୍ବାର୍ଥ ନିହତ ଦ୍ୱନ୍ଦ୍ୱ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ବିସିସିଆଇ ସମ୍ବିଧାନ ଅନୁସାରେ ଏହି ଦୁଇଜଣ ପ୍ଲେୟାର୍ସ ଆସୋସିଏଶନ ଗଠନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।
ମଙ୍ଗଳବାର ବିସିସିଆଇ ନୂଆ ହେଡ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ ନେଇ ଦରଖାସ୍ତ ଆହ୍ବାନ କରିଥିଲା। ହେଡ କୋଚ୍‌ ପ୍ରାର୍ଥୀଙ୍କ ବୟସ ୬୦ରୁ କମ୍‌ ହେବା ସହିତ ତାଙ୍କର ଅତିକମ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ଦୁଇବର୍ଷ ଅଭିଜ୍ଞତା ରହିବା ଜରୁରୀ ବୋଲି କୁହାଯାଇଥିଲା। ଜୁଲାଇ ୩୦କୁ ଦରଖାସ୍ତ ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ହେଡ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ଏବେକାର ସପୋର୍ଟ ଷ୍ଟାଫ୍‌ରେ ବୋଲିଂ କୋଚ୍‌ ଭାରତ ଅରୁନ, ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଓ ଫିଲ୍ଡିଂକୋଚ୍‌ ଆର. ଶ୍ରୀଧର ସାମିଲ ରହିଛନ୍ତି। ବିଶ୍ୱକପ ପରେ ଏମାନଙ୍କ କାର୍ଯ୍ୟକାଳକୁ ଆହୁରି ୪୫ ଦିନକୁ ବୃଦ୍ଧି କରାଯାଇଛି। ଫଳରେ ରବି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତ ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ତାରିଖ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସିରିଜ ଖେଳିବ। ଉଲ୍ଲେଖଥାଉ କି, ଚୟନ ପ୍ରକ୍ରିୟାରେ ଶାସ୍ତ୍ରୀଙ୍କ ସମେତ ସବୁ ସପୋର୍ଟ ଷ୍ଟାଫ୍‌ ସ୍ବତଃ ସାମିଲ ହେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri