ନୀହାରିକା ହତ୍ୟା ମାମଲା: ୫ ବର୍ଷର ପ୍ରେମ, ତଥାପି ବିଗିଡ଼ିଗଲା ବୁଝାମଣା

ଜଗତ୍‌ସିଂହପୁର ଅଫିସ,୨୨ା୯: ଦୀର୍ଘ ୫ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ଅନେକ ସୁଖଦୁଃଖର ମୁହୂର୍ତ୍ତ ସାଥି ହୋଇ କଟାଇଥିଲେ। ଉଭୟଙ୍କ ପରିବାର ମଧ୍ୟ ପ୍ରେମକୁ ଦେଇଥିଲେ ସମ୍ମତି। ବିବାହ ପାଇଁ ମଧ୍ୟ ସ୍ଥିର ହୋଇଥିଲା। କିନ୍ତୁ ସାମାନ୍ୟ ବୁଝାମଣାର ଅଭାବରୁ ସବୁକିଛି ଛାରଖାର ହୋଇଗଲା। ପ୍ରେମିକାଙ୍କ ମନକଥା ବୁଝିବାରେ ଭୁଲ୍‌ କରିଦେଲେ ପ୍ରେମିକ। ଶେଷ ପର୍ଯ୍ୟନ୍ତ ଯେଉଁ ପ୍ରେମିକଙ୍କ ଉପରେ ବିଶ୍ୱାସ ରଖି ତାଙ୍କ ସହ ଏକାକି ନର୍ସିଂହୋମରୁ ବାହାରିଯାଇଥିଲେ, ଶେଷରେ ସେ ହିଁ ତାଙ୍କ ଜୀବନ ନେଇଗଲେ। ନର୍ସ ନିହାରିକା ପାତ୍ରଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହେବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଏଭଳି ମତପ୍ରକାଶ ପାଇଛି। ଯଦି ନିହାରିକାଙ୍କ ଯୁକ୍ତିର ବାସ୍ତବତାକୁ ପ୍ରେମିକ କିଶୋର ଆଞ୍ଚଲ(ରାଜା) ଗ୍ରହଣ କରିଥାନ୍ତେ, ତେବେ ଏପରି ହୋଇ ନ ଥାନ୍ତା ବୋଲି କୁହାଯାଉଛି।

ଉଜୁଡ଼ିଗଲା ସଂସାର
ନୀହାରିକାଙ୍କ ମା, ବାପା ଅସୁସ୍ଥ। ପରିବାରର ଆର୍ଥିକ ସ୍ଥିତି ଭଲ ନୁହେଁ। ସାନଭାଇର ଭବିଷ୍ୟତ ସାଙ୍ଗକୁ ମୁଣ୍ଡରେ ପରିବାରର ବୋଝ। ସେପଟେ ପ୍ରେମିକ ରାଜା ବି ବେକାର। ତେଣୁ ଏସବୁ କଥା ନୀହାରିକାଙ୍କୁ ବିଚଳିତ କରୁଥିଲା। ତଥାପି ସେ ରାଜାଙ୍କୁ ଭୁଲି ନ ଥିଲେ। ଆଶା ଥିଲା ରାଜା ନିଶ୍ଚୟ କେଉଁଠି ନା କେଉଁଠି ଛୋଟମୋଟ ଚାକିରି ଖଣ୍ଡେ କରିବେ, ଆଉ ତାଙ୍କ କାନ୍ଧରେ କାନ୍ଧ ମିଶାଇ ସଂସାର କରିବେ। କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା। ସେପଟେ ଏକମାତ୍ର ରୋଜଗାରିଆ ଝିଅକୁ ହରାଇ ନୀହାରିକାଙ୍କ ପରିବାର ମଧ୍ୟ ଉଜୁଡ଼ିଗଲା। ତାଙ୍କ ମା ଖୋର୍ଦ୍ଧା ଜିଲା ଭିଙ୍ଗାରପୁରର ପ୍ରତିମା ପାତ୍ର ଓ ବାପା ଗଗନ ପାତ୍ର ଏବେ ଝିଅକୁ ଝୁରି ହେଉଛନ୍ତି। ତାଙ୍କ ମା’ କ୍ଷଣିକୁ କ୍ଷଣି ମୁର୍ଚ୍ଛା ଯାଉଛନ୍ତି। ଆଉ କିଏ ଏବେ ସେମାନଙ୍କ କଥା ବୁଝିବ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି।

ନିଖୋଜ ମାମଲାକୁ ଗୁରୁତ୍ୱ ଦେଲାନି ପୋଲିସ
ନୀହାରିକା କଟକ ରାଜେନ୍ଦ୍ରନଗରସ୍ଥିତ ଏମ୍‌ଏମ୍‌ ନର୍ସିଂହୋମ୍‌ରେ ପ୍ରାୟ ୪ ବର୍ଷ ହେବ କାମ କରୁଥିଲେ। ଗତ ୮ ତାରିଖ ଅପରାହ୍ଣ ପ୍ରାୟ ୪.୩୮ରେ ତାଙ୍କୁ ରାଜା ଫୋନ କରି ବାହାରକୁ ବୁଲିଯିବାକୁ ଡାକିଥିଲେ। ପରେ ରାଜା ପ୍ରାୟ ୪.୪୮ରେ ତାଙ୍କ ବାଇକ୍‌ (ନଂ.ଓଡି ୨୧ଏଫ୍‌ ୯୦୫୧)ରେ ସେଠାରେ ପହଞ୍ଚତ୍ଥିଲେ। ନୀହାରିକା ନର୍ସିଂହୋମରୁ ବାହାରି ତାଙ୍କ ସହ ଗାଡିରେ ବସି ଯାଇଥିଲେ। ଏହି ଦୃଶ୍ୟ ନର୍ସିଂହୋମର ସିସିଟିଭି ଫୁଟେଜରେ ରହିଛି। ପରେ ନୀହାରିକା ନ ଫେରିବାରୁ ନର୍ସିଂହୋମ୍‌ ପକ୍ଷରୁ ତାଙ୍କୁ ଫୋନ୍‌ କରାଯାଇଥିଲା। ହେଲେ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ପରେ ରାଜାଙ୍କୁ ଫୋନ୍‌ କରିବାରୁ ସେ ନର୍ସିଂହୋମ୍‌ର କିଛି ଦୂରରେ ନୀହାରିକାଙ୍କୁ ଛାଡି ଦେଇଥିବା କହିଥିଲେ। ଏ ପରିସ୍ଥିତିରେ ବାଧ୍ୟହୋଇ ୯ ତାରିଖରେ ନର୍ସିଂହୋମ୍‌ ପକ୍ଷରୁ ମଧୁପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। କିନ୍ତୁ ପୋଲିସ ଏ ସମ୍ପର୍କରେ ଏକ ମିସ୍‌ କେସ୍‌ କରି ଚୁପ ରହିଯାଇଥିଲା। ନୀହାରିକାଙ୍କ ପରିବାର ଲୋକେ ଝିଅ ନିଖୋଜ ଥିବା ଖବରପାଇ ରାଜାଙ୍କୁ ଫୋନ୍‌ କରିବାରୁ ଅନୁରୂପ ପ୍ରତିକ୍ରିୟା ପାଇଥିଲେ। ତେଣୁ ୧୦ ତାରିଖରେ ନୀହାରିକାଙ୍କ ମା’ ମଧ୍ୟ ଏହି ଥାନାରେ ଆଉ ଏକ ନିଖୋଜ ଅଭିଯୋଗ କରି ରାଜାଙ୍କୁ ଦାୟୀ କରିଥିଲେ। କିନ୍ତୁ ପୋଲିସ ଏହାକୁ ସେତେବେଳେ ଗୁରୁତ୍ୱ ଦେଇ ନ ଥିଲା।

୯ ଦିନ ପରେ ମିଳିଥିଲା ମୃତଦେହ
ନୀହାରିକା ନିଖୋଜ ହେବା ଦିନ ଅର୍ଥାତ୍‌ ୮ ତାରିଖ ରାତି ୮ଟା ମଧ୍ୟରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ଏହାର ୯ ଦିନ ପରେ ଗତ ୧୭ ତାରିଖ ସକାଳେ ବିରିଡ଼ି ଥାନା ହାଜିପୁର ନୂଆପାରି ନିକଟ ବିଲୁଆଖାଇ ନଦୀରୁ ତାଙ୍କ ମୃତଦେହ ଅଖା ମଧ୍ୟରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା। ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ କେତେଜଣ ଲୋକ ଦେଖିବା ପରେ ବିରିଡ଼ି ପୋଲିସକୁ ଖବର ଦେଇଥିଲେ। ପରେ ମଧୁପାଟଣା ଥାନାକୁ ଖବର ଦିଆଯାଇଥିଲା। ଖବରପାଇ ନୀହାରିକାଙ୍କ ମା, ଭାଇ, ସେ କାମ କରୁଥିବା ନର୍ସିଂହୋମ କର୍ମଚାରୀ ପହଞ୍ଚତ୍ଥିଲେ। ପୋଷାକ, ବାମ ହାତରେ ବନ୍ଧା ଯାଇଥିବା ସୂତା ଓ ଶରୀର ଦେଖି ସେମାନେ ମୃତଦେହ ଚିହ୍ନଟ କରିଥିଲେ। ଯେହେତୁ ମୃତଦେହ ବିରିଡ଼ି ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିଲା ତେଣୁ ଜଗତ୍‌ସିଂହପୁର ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ ପରେ ପଞ୍ଚନାମା କରାଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

କିପରି ହୋଇଥିଲା ହତ୍ୟା ଯୋଜନା
କେନ୍ଦାଳରେ ରାଜାଙ୍କ ମାମୁଘର। ସେ ଅନେକ ସମୟରେ ସେଠାକୁ ଯିବାଆସିବା କରିବା ଭିତରେ ଉକ୍ତ ଗ୍ରାମର ସୁନୀଲ ସାହୁଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ସୁନୀଲ ଚାଉଳିଆଗଞ୍ଜରେ ନିଜ ଭଉଣୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ଦୁଇ ମହଲା ବିଶିଷ୍ଟ ଉକ୍ତ ଘର ଉପରେ ମାଲିକ ରହୁଥିଲେ। ତଳେ ୨ଟି ପରିବାରକୁ ଘର ଭଡ଼ା ଦିଆଯାଇଥିଲା। ସୁନୀଲ ସେଥିରୁ ଗୋଟିଏ ଘରେ ରହୁଥିଲେ। କେନ୍ଦାଳରେ ଖୁଦୁରୀକୁଣୀ ଓଷା ହେଉଥିବାରୁ ସୁନୀଲ ଓ ତାଙ୍କ ଭଉଣୀ ଗଁାକୁ ଚାଲିଆସିଥିଲେ। ଏକଥା ରାଜାଙ୍କୁ ଜଣାଥିଲା। ତେଣୁ ସେ ସୁନୀଲଙ୍କଠାରୁ ଉକ୍ତ ଘର ଚାବି ମାଗିନେଇଥିଲେ। ନୀହାରିକାଙ୍କୁ ଉକ୍ତ ଘରକୁ ଆଣିବା ପରେ ସେଠାରେ କିଛି ସମୟ କଥା ହୋଇଥିଲେ। ପରେ କ୍ରୋଧାନ୍ବିତ ହୋଇ ତଣ୍ଟିଚିପି ହତ୍ୟା କରିଥିଲେ। ଯାହାକି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ହତ୍ୟା ପରେ ମୃତଦେହ ଅଖାରେ ପୁରାଇ ବାଇକରେ ନେଇଯାଇଥିଲେ। ସେହିଦିନ ରାତି ପ୍ରାୟ ୧୨.୩୦ରେ ଚାବି ଆଣି ସୁନୀଲଙ୍କୁ ଫେରାଇଥିଲେ। ୧୪ ତାରିଖରେ ସୁନିଲଙ୍କ ଭଉଣୀ ଭଡ଼ା ଘରେ ପହଞ୍ଚତ୍ ତାଙ୍କର ଏକ ବେଡସିଟ୍‌ ନ ଥିବା ଦେଖିଥିଲେ। ଏଥିସହ ଏକ କାନଫୁଲ ପାଇଥିଲେ। ଏହା ପରେ କଥା ପ୍ରଘଟ ହୋଇଥିଲା।

ବର୍ଷା ଯୋଗୁ କେହି ଜାଣିବା ସହଜ ନ ଥିଲା
ରାଜା ମୃତଦେହ ବାଇକ୍‌ରେ ବାନ୍ଧି ରାତି ପ୍ରାୟ ୮ଟାରେ ଗାଁ ଅଭିମୁଖେ ଯାତ୍ରା କଲାବେଳେ ପ୍ରବଳ ବର୍ଷା ହେଉଥିଲା। ତେଣୁ ରାସ୍ତା ପ୍ରାୟତଃ ଶୁନ୍‌ଶାନ୍‌ ଥିଲା। ସେ ଅପର୍ଣ୍ଣାନଗରରୁ ନୂଆବଜାର ପୋଲ ଦେଇ କେନାଲ ରାସ୍ତାରେ ଚାଲିଥିଲେ। ଏହି କେନାଲ ରାସ୍ତାରେ ରାତିରେ ଯାତାୟାତ କରିବା ସହଜ ନୁହେଁ। କାରଣ ଏହି ରାସ୍ତା ଅନ୍ଧାର ଓ ଅଧିକ ଶୂନଶାନ। ସେ ଅଥଙ୍ଗା ପର୍ଯ୍ୟନ୍ତ ଯାଇ ସେଠାରୁ ପାଖାପାଖି ୧୦୦ ମିଟର ଦକ୍ଷିଣ ଓ ପରେ ବାମକୁ ମୋଡ଼ି ନଦୀ ବନ୍ଧରେ ଯାଇଥିଲେ। ଏହି ନଦୀବନ୍ଧରେ ଗଲେ ଗାଁରେ ପହଞ୍ଚତ୍ବା ସହଜ ଓ ନିରାପଦ ଥିଲା। ବାଟରେ ଅଖା ଢିଲା ହୋଇଯାଉଥିବାରୁ ସେ ଏକାଧିକ ଥର ଅଟକି ପ୍ଲାଷ୍ଟିକ୍‌ ରଶି ଭିଡିଥିଲେ। ଗଁାଠାରୁ ୨ କିଲୋମିଟର ପୂର୍ବରୁ ନଦୀରେ ଥିବା ବୁରୁଜ ନିକଟରେ ଅଟକି ମୃତଦେହ ନଦୀକୁ ଫିଙ୍ଗି ଦେଇଥିଲେ। ସେତେବେଳେ ନଦୀରେ ପାଣି ଭରା ଥିଲା। ତେଣୁ ସେ ଭାବିଥିଲେ ଚିନ୍ତା ଗଲା। ପରେ ନିରାପଦରେ ଗାଁରେ ପହଞ୍ଚତ୍ ପରଦିନ ବାପାଙ୍କ ଅଥଙ୍ଗାସ୍ଥିତ ଢାବାରେ ପହଞ୍ଚତ୍ ସବୁକଥା କହିଥିଲେ।

ଜାଣିଥିଲେ ରାଜାଙ୍କ ପରିବାର ଓ ସାଙ୍ଗ
ରାଜା ହତ୍ୟା କରିଥିବା ଖବର ତାଙ୍କ ମା, ବାପା, ସାନ ଭାଇଙ୍କ ସମେତ ଗାଁର କେତେକ ଲୋକ ଓ ସାଙ୍ଗ ଜାଣିଥିଲେ। କିନ୍ତୁ କେହି କଥା ପ୍ରଘଟ କରି ନ ଥିଲେ। ଏପରି କି ୮ରୁ ୧୨ ତାରିଖ ଭିତରେ ରାଜା ତାଙ୍କ ମାମୁଁ ଘର କେନ୍ଦାଳ ବୁଲିବାକୁ ଯାଇଥିଲେ। କେନ୍ଦାଳରେ ଖୁଦୁରୁକୁଣୀ ମେଢ ଦେଖି ସମୟ କାଟିଥିଲେ। ହତ୍ୟା ଦିନ ନୀହାରିକାଙ୍କ ମୋବାଇଲ ଭାଙ୍ଗି ରାଜା ଫୋପାଡ଼ି ଦେଇଥିଲେ।

୧୩ ରୁ ଚେନ୍ନାଇ ପଳାଇଥିଲେ
ଚେନ୍ନାଇରେ ରହୁଥିବା ବାଲିକୁଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ରାଜାଙ୍କ ସମ୍ପର୍କ ଅଛି। ସମ୍ପୃକ୍ତ ବ୍ୟକ୍ତି କୌଣସି କମ୍ପାନୀରେ ରହି ଶ୍ରମିକ ଭାବେ କାମ କରନ୍ତି। ରାଜାଙ୍କ ଜଣେ ବନ୍ଧୁଙ୍କ ନିକଟ ସମ୍ପର୍କୀୟ ହେଉଛନ୍ତି ସମ୍ପୃକ୍ତ ବ୍ୟକ୍ତି। ତେଣୁ ରାଜା ବନ୍ଧୁଙ୍କୁ ଚେନାଇ ଯାଉଥିବା କହି ସେଠାରେ କିଛି ଦିନ ରହିବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପରେ ୧୩ ତାରିଖ ସକାଳେ ଚେନାଇ ବାହାରିଥିଲେ। ସେତେବେଳେ ପାଖରେ ଥିଲା ୩ ହଜାର ଟଙ୍କା। ପ୍ରଥମେ ଗାଁରୁ ଏକ ଭଡା କାରରେ ଭୁବନେଶ୍ୱର ରେଳ ଷ୍ଟେଶନ୍‌ ପର୍ଯ୍ୟନ୍ତ ଯାଇ ସେଠାରୁ ଏକ ଟ୍ରେନ୍‌ରେ ଚେନ୍ନାଇ ପଳାଇଥିଲେ। ୧୪ରେ ଚେନ୍ନାଇରେ ପହଞ୍ଚତ୍ଥିଲେ। ତେବେ ଗାଁ ଛାଡିବା ପୂର୍ବରୁ ଏକ ମୋବାଇଲ ଓ ସିମ୍‌ କିଣିଥିଲେ। ଚେନ୍ନାଇ ଗଲାବେଳେ ପୁରୁଣା ମୋବାଇଲ୍‌ ଘରେ ଛାଡି ନୂଆ ମୋବାଇଲ ଓ ସିମ୍‌ ବ୍ୟବହାର କରିଥିଲେ।

ଗିରଫ ହେଲେ କିପରି
ଯେତେବେଳେ ରାଜାଙ୍କ ମା, ବାପା ଓ ଭାଇଙ୍କୁ ପୋଲିସ ଗିରଫ ଭୟ ଦେଖାଇଲା ସେତେବେଳେ ରାଜା ବିଚଳିତ ହୋଇପଡିଥିଲେ। ଏହାର ଫାଇଦା ଉଠାଇଥିଲା ପୋଲିସ। ପୋଲିସ ତାଙ୍କ ପରିବାର ସଦସ୍ୟଙ୍କୁ ବ୍ୟବହାର କରି ଗାଁକୁ ଫେରିବା ପାଇଁ ରାଜାଙ୍କୁ ଏକପ୍ରକାର ବାଧ୍ୟ କରିଥିଲା। ରାଜା ଗତ ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସାଲିମାର ଏକ୍ସପ୍ରେସ୍‌ରେ ଭୁବନେଶ୍ୱର ରେଳ ଷ୍ଟେଶନ୍‌ରେ ପହଞ୍ଚତ୍ଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଷ୍ଟେଶନ୍‌ରେ ତାଙ୍କ ମା ଅପେକ୍ଷା କରିଥିଲେ। ତେଣୁ ଉଭୟ ସେଠାରୁ ଏକ କାର ଭଡା କରି ଗାଁକୁ ଫେରୁଥିଲେ। ଠିକ୍‌ ହାଜିପୁର ଛକରେ ପହଞ୍ଚତ୍ କାରରୁ ଓହ୍ଲାଇବା ବେଳେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି


Enter your email to get our daily news in your inbox.

All Right Reserved By Dharitri.Com

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri