ନୀହାରିକା ହତ୍ୟା ମାମଲା : ଆତ୍ମସମର୍ପଣ କଲେ ପ୍ରେମିକ କିଶୋର

ଜଗତ୍‌ସିଂହପୁର ଅଫିସ/ବିରିଡ଼ି (ଡି.ଏନ୍‌.ଏ.),୨୧ା୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ନୀହାରିକାଙ୍କ ମୃତଦେହ ବିରିଡ଼ି ଥାନା ଅଧୀନ ବିଲୁଆଖାଇ ନଦୀପଠାରୁ ଉଦ୍ଧାର ହେବାର ୩ ଦିନ ପର୍ଯ୍ୟନ୍ତ ପୋଲିସକୁ ଧରାଛୁଅଁ। ଦେଉ ନ ଥିବା ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପ୍ରେମିକ ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲ (ରାଜା) ଶୁକ୍ରବାର ଅପରାହ୍ନରେ ହଠାତ୍‌ ପୋଲିସ ଆଗରେ ଆତ୍ମସମର୍ପଣ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ତାଙ୍କ ପାଖରୁ ଟଙ୍କା ସରିଯିବାରୁ ସେ ହାଜିପୁର ଛକରେ ଜଣଙ୍କଠାରୁ ଟଙ୍କା ନେବା ପାଇଁ କାରରୁ ଓହ୍ଲାଇବାବେଳେ ଧରାପଡିଥିବା କୁହାଯାଉଛି। ଫଳରେ ଘଟଣା ଆହୁରି ରହସ୍ୟମୟ ହୋଇଯାଇଛି। ତେବେ ଖୁବ୍‌ଶୀଘ୍ର ସମଗ୍ର ଘଟଣାର ପର୍ଦ୍ଦାଫାଶ ହେବାକୁଯାଉଛି। କିଶୋରଙ୍କୁ ପୋଲିସ କଟକରେ କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି। ହତ୍ୟାରେ କିଶୋରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ଗତ ୮ ତାରିଖ ରାତି ପ୍ରାୟ ୧୦ଟା ଭିତରେ ନୀହାରିକାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୁରାକ ପାଇଛି। କେବଳ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ କେଉଁ ସ୍ଥାନରେ କିପରି ହତ୍ୟା କରାଯାଇଥିଲା ତାହା ଜାଣିବା ପାଇଁ ପୋଲିସ ଛାନଭିନ ଚଳାଇଛି। ସେହିପରି ମୃତଦେହ ନୀହାରିକାଙ୍କର କି ନାହିଁ ତାହା ସ୍ପଷ୍ଟ ହେବା ପାଇଁ ଡିଏନ୍‌ଏ ପରୀକ୍ଷା ନିମନ୍ତେ ପ୍ରକ୍ରିୟା ଚାଲିଛି। ଶୁକ୍ରବାର ତାଙ୍କ ମା ଖୋର୍ଦ୍ଧାଜିଲା ବାଲିଅନ୍ତା ଥାନା ଭିଙ୍ଗାରପୁରର ପ୍ରତିମା ପାତ୍ର ଓ ବାପା ଗଗନ ପାତ୍ରଙ୍କ ରକ୍ତ ନମୁନା ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସଂଗ୍ରହ ହୋଇଛି। ପୂର୍ବରୁ ନୀହାରିକାଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଦିନେ ଦୁଇଦିନ ଭିତରେ ସେମାନଙ୍କ ନମୁନା ଭୁବନେଶ୍ୱରସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ (ଷ୍ଟେଟ୍‌ ଫୋରେନ୍ସିକ୍‌ ସାଇନ୍ସ ଲାବୋରେଟୋରୀ)କୁ ପଠାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୋଲିସର ହସ୍ତଗତ ହୋଇପାରିନାହିଁ। କିନ୍ତୁ ରାତିସୁଦ୍ଧା ରିପୋର୍ଟ ମିଳିଯିବ ବୋଲି ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମକୁ ନୀହାରିକାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି, ମୋ ଝିଅକୁ ଯିଏ ଏମିତି ମାରିଛି ତାକୁ ସେମିତି ମରାଯାଉ। ମୋ ଝିଅକୁ ନ୍ୟାୟ ମିଳୁ। ନୀହାରିକା ଆମ ପରିବାରକୁ ପୋଷୁଥିଲା। ତାକୁ ହରାଇ ଆମେ କେମିତି ରହିବୁ। ସେହିପରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ନୀହାରିକାଙ୍କ ବାପା ଦାବି କରିଛନ୍ତି। ତାଙ୍କ ଝିଅକୁ କିଶୋର ଗତ ୮ ତାରିଖରେ ନେଇଯାଇ ହତ୍ୟା କରିଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଧରାଯାଉ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri